"ଦାଦାଙ୍କ ପରମ୍ପରାକୁ ଆଗକୁ ବଢ଼ାଇଛୁ"

କୋଲକାତା: ଭାରତ ତା’ର ପ୍ରଥମ ପିଙ୍କ୍ ବଲ୍ ଟେଷ୍ଟ ବାଂଲାଦେଶକୁ ଇନିଂସ୍ ଓ ୪୬ ରନରେ ପରାସ୍ତ କରିଛି। ଏହି ବିଜୟରେ ବିରାଟ୍ କୋହଲିଙ୍କ ଶତକ ବ୍ୟତୀତ ବୋଲରଙ୍କ ପ୍ରମୁଖ ଭୂମିକା ରହିଛି, ଯେଉଁମାନେ ମୋଟ ୧୯ ୱିକେଟ୍ ନେଇଛନ୍ତି। ଏହି ବିଜୟ ପରେ ଭାରତୀୟ କ୍ୟାପଟେନ୍ କୋହଲି ଟିମର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ମ୍ୟାଚ୍ ପରେ କୋହଲି ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ଯୁଗକୁ ମନେ ପକାଇଛନ୍ତି। କୋହଲି କହିଛନ୍ତି, ଏହି ପରମ୍ପରା ଦାଦା (ସୌରଭ […]

virat-and-sourav

virat-and-sourav

Ranjit Kumar Jena
  • Published: Sunday, 24 November 2019
  • Updated: 24 November 2019, 06:27 PM IST

Sports

Latest News

କୋଲକାତା: ଭାରତ ତା'ର ପ୍ରଥମ ପିଙ୍କ୍ ବଲ୍ ଟେଷ୍ଟ ବାଂଲାଦେଶକୁ ଇନିଂସ୍ ଓ ୪୬ ରନରେ ପରାସ୍ତ କରିଛି। ଏହି ବିଜୟରେ ବିରାଟ୍ କୋହଲିଙ୍କ ଶତକ ବ୍ୟତୀତ ବୋଲରଙ୍କ ପ୍ରମୁଖ ଭୂମିକା ରହିଛି, ଯେଉଁମାନେ ମୋଟ ୧୯ ୱିକେଟ୍ ନେଇଛନ୍ତି। ଏହି ବିଜୟ ପରେ ଭାରତୀୟ କ୍ୟାପଟେନ୍ କୋହଲି ଟିମର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ମ୍ୟାଚ୍ ପରେ କୋହଲି ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ଯୁଗକୁ ମନେ ପକାଇଛନ୍ତି। କୋହଲି କହିଛନ୍ତି, ଏହି ପରମ୍ପରା ଦାଦା (ସୌରଭ ଗାଙ୍ଗୁଲି) ଶୁଭାରମ୍ଭ କରିଥିଲେ, ଯାହାକୁ ଆମେ ଆଗକୁ ବଢ଼ାଇଛୁ।

ଭାରତୀୟ ପେସ୍ ବୋଲରଙ୍କ ବାଉନ୍ସରଙ୍କୁ ନେଇ କୋହଲିଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଜବାବରେ କୋହଲି କହିଥିଲେ, ନିଜକୁ ମଇଦାନରେ ସ୍ଥାପନ କରିବା ଆମର ଏକମାତ୍ର ମୂଳମନ୍ତ୍ର। ଆମେ ସମସ୍ତେ ଜାଣୁ ଯେ ଟେଷ୍ଟ କ୍ରିକେଟ୍ ଏକ ମାନସିକ ଲଢ଼େଇ। ଅର୍ଥାତ୍ କେହିବି (ପେସ୍ ବୋଲର) ବ୍ୟାଟ୍ସମ୍ୟାନଙ୍କୁ ଆହତ କରିବାକୁ ଚାହୁଁନଥିଲେ। ବ୍ୟାଟ୍ସମ୍ୟାନଙ୍କ ମାନସିକତା ଭଙ୍ଗ କରି ସେମାନଙ୍କୁ ଆଉଟ୍ କରିବା ଆମର ଏକମାତ୍ର ଉଦ୍ଦେଶ୍ୟ।

କୋହଲି ଆହୁରି କହିଛନ୍ତି, ଆମେ ଏବେ ଛିଡ଼ା ହେବା ଶିଖି ନେଇଛୁ। ଏ ସବୁକିଛି ଦାଦା (ଗାଙ୍ଗୁଲି)ଙ୍କ ଯୁଗରୁ ଆରମ୍ଭ ହୋଇଥିଲା, ଯାହାକୁ ଆମେ କେବଳ ଆଗକୁ ବଢ଼ାଇଛୁ। ବର୍ତ୍ତମାନ ଆମର ବୋଲିଂ ୟୁନିଟ୍ ସମ୍ପୂର୍ଣ୍ଣ ନିର୍ଭୀକ ଏବଂ ପ୍ରତି ବୋଲରଙ୍କ ନିଜ ଉପରେ ଭରପୂର ବିଶ୍ୱାସ ରହିଛି। ସେମାନେ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଇପାରିବେ। ଆମେ ଗତ ୩-୪ ବର୍ଷ ଭିତରେ ଯେଉଁ ପରିଶ୍ରମ କରିଛୁ, ତାହାର ଫଳ ଆଜି ପାଉଛୁ।

ଏହି ଅବସରରେ କୋହଲି ଇଡେନ୍ ଗାର୍ଡେନ୍ସକୁ ମ୍ୟାଚ୍ ଦେଖିବାକୁ ଆସିଥିବା ଦର୍ଶକଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। କୋହଲି କହିଛନ୍ତି, ଆମକୁ ବିଶ୍ୱାସ ନଥିଲା ଯେ ଆଜି (ରବିବାର) ଏତେ ସଂଖ୍ୟକ ଦର୍ଶକ ମ୍ୟାଚ୍ ଦେଖିବାକୁ ଆସିବେ, କାରଣ ଆମେ ପ୍ରାୟତଃ ମ୍ୟାଚକୁ ଜିତିସାରିଥିଲୁ। ଏଠାକାର ଦର୍ଶକ ସମସ୍ତଙ୍କ ପାଇଁ ଭଲ ଉଦାହରଣ ସୃଷ୍ଟି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos