୨୦୧୭ ୱିମ୍ବଲଡନ୍‌ ମୁଁ ଜିତିବି:ରୋଜର ଫେଡେରର

ଲଣ୍ଡନ: “୨୦୧୭ ୱିମ୍ବଲଡନ୍‌ ଜିତି ମୁଁ ବିଜୟଧାରାକୁ ଫେରିବି। ନିଜ ଉପରେ ମୋର ବିଶ୍ୱାସ ଅଛି। ମୁଁ ନିଶ୍ଚିତ ୨୦୧୭ ୱିମ୍ବିଲ୍‌ଡନ୍‌ ଜିତିବି” ବୋଲି ଶନିବାର କହିଛନ୍ତି ରୋଜର ଫେଡେରର। ଗତାକାଲି ସେ ସେମିଫାଇନାଲରେ ଏମ୍‌.ରାଓନିକ୍‌ଙ୍କଠାରୁ ୬-୩,୬-୭(୩/୭), ୪-୬,୭-୫ ଓ ୬-୩ରେ ପରାସ୍ତ ହେବା ପରେ ଆଜି ଏହା କହିଛନ୍ତି। ସେ କହିଛନ୍ତି,“ଏହି ପରାଜୟ ପରେ ମଧ୍ୟ ମୋର ବିଶ୍ୱାସ ଅଛି ମୁଁ ନିଶ୍ଚିତ ଟେନିସ୍‌ କୋର୍ଟକୁ ଫେରିବି। ୨୦୧୭ରେ ହେବାକୁ ଥିବା ୱିମ୍ବିଲ୍‌ଡନ୍‌ ମୁଁ ପୁଣି […]

federer-brisbane-2016-thursday2

Rakesh Mallick
  • Published: Saturday, 09 July 2016
  • , Updated: 09 July 2016, 05:29 PM IST

ଲଣ୍ଡନ: “୨୦୧୭ ୱିମ୍ବଲଡନ୍‌ ଜିତି ମୁଁ ବିଜୟଧାରାକୁ ଫେରିବି। ନିଜ ଉପରେ ମୋର ବିଶ୍ୱାସ ଅଛି। ମୁଁ ନିଶ୍ଚିତ ୨୦୧୭ ୱିମ୍ବିଲ୍‌ଡନ୍‌ ଜିତିବି” ବୋଲି ଶନିବାର କହିଛନ୍ତି ରୋଜର ଫେଡେରର।

ଗତାକାଲି ସେ ସେମିଫାଇନାଲରେ ଏମ୍‌.ରାଓନିକ୍‌ଙ୍କଠାରୁ ୬-୩,୬-୭(୩/୭), ୪-୬,୭-୫ ଓ ୬-୩ରେ ପରାସ୍ତ ହେବା ପରେ ଆଜି ଏହା କହିଛନ୍ତି।

ସେ କହିଛନ୍ତି,“ଏହି ପରାଜୟ ପରେ ମଧ୍ୟ ମୋର ବିଶ୍ୱାସ ଅଛି ମୁଁ ନିଶ୍ଚିତ ଟେନିସ୍‌ କୋର୍ଟକୁ ଫେରିବି। ୨୦୧୭ରେ ହେବାକୁ ଥିବା ୱିମ୍ବିଲ୍‌ଡନ୍‌ ମୁଁ ପୁଣି ଥରେ ଜିତି ବିଜୟଧାରାକୁ ଫେରିବି। ମୁଁ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବେଳେ ଫ୍ୟାନ୍‌ଙ୍କ ସହଯୋଗ ରହିଥିଲା, ଏହା ଆଗକୁ ମଧ୍ୟ ରହିବ ବୋଲି ମୁଁ ଭାବୁଛି। ସମର୍ଥକଙ୍କ ସହଯୋଗ ଓ ଶୁଭକାମନାରେ ମୁଁ ପୁଣି ବିଜୟଧାରାକୁ ଫେରିବି।”

ସୂଚନାଯୋଗ୍ୟ, ରୋଜର ଫେଡେରର ୨୦୦୩, ୨୦୦୪,୨୦୦୫, ୨୦୦୬, ୨୦୦୭, ୨୦୦୮, ୨୦୦୯ ଓ ୨୦୧୨ରେ ଏହି ଟୁର୍ଣ୍ଣାମେଣ୍ଟ ଜିତିଥିଲେ। କିନ୍ତୁ ଗତ  ୩ ବର୍ଷ ହେବ ସେ ଏହି ଟୁର୍ଣ୍ଣାମେଣ୍ଟ ହାତେଇବାରେ ବିଫଳ ହୋଇଛନ୍ତି।

Related story