ଟେଷ୍ଟ୍ ପ୍ରଦର୍ଶନକୁ ପ୍ରଭାବିତ କରିବନି ଟି-ଟ୍ୱେଣ୍ଟି: ଜାଡେଜା
ରାଜକୋଟ: ଟି-ଟ୍ୱେଣ୍ଟି ଫର୍ମାଟ୍ ଟେଷ୍ଟ୍ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଶୈଳୀକୁ ପ୍ରଭାବିତ କରିବ ବୋଲି ଆଲୋଚନା ଜାରି ରହିଥିବା ବେଳେ ଏଥିରେ ଏକମତ ହୋଇ ନାହାନ୍ତି ଭାରତୀୟ ଅଲ୍-ରାଉଣ୍ଡର ରବୀନ୍ଦ୍ର ଜେଡେଜା। ସେ କହିଛନ୍ତି,“ଟି-ଟ୍ୱେଣ୍ଟି ଫର୍ମାଟ୍ କୌଣସି ଖେଳାଳିଙ୍କ ଖେଳିବା ଶୈଳୀକୁ ବଦଳାଇ ପାରିବ ନାହିଁ। କାରଣ ପରିସ୍ଥିତି ଅନୁଯାୟୀ ଖେଳିବାକୁ ଖେଳାଳିମାନେ ଉତ୍ତମ ପ୍ରଶିକ୍ଷଣ ପାଇ ଥାଆନ୍ତି। ଖେଳାଳିମାନେ ଯେକୌଣସି ସ୍ଥିତିକୁ ତୁରନ୍ତ ଗ୍ରହଣ କରି ନେଇ ଥାଆନ୍ତି। ଟି-ଟ୍ୱେଣ୍ଟି ଫର୍ମାଟ୍ ଖେଳାଳିଙ୍କ ଉପରେ […]
ରାଜକୋଟ: ଟି-ଟ୍ୱେଣ୍ଟି ଫର୍ମାଟ୍ ଟେଷ୍ଟ୍ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଶୈଳୀକୁ ପ୍ରଭାବିତ କରିବ ବୋଲି ଆଲୋଚନା ଜାରି ରହିଥିବା ବେଳେ ଏଥିରେ ଏକମତ ହୋଇ ନାହାନ୍ତି ଭାରତୀୟ ଅଲ୍-ରାଉଣ୍ଡର ରବୀନ୍ଦ୍ର ଜେଡେଜା।
ସେ କହିଛନ୍ତି,“ଟି-ଟ୍ୱେଣ୍ଟି ଫର୍ମାଟ୍ କୌଣସି ଖେଳାଳିଙ୍କ ଖେଳିବା ଶୈଳୀକୁ ବଦଳାଇ ପାରିବ ନାହିଁ। କାରଣ ପରିସ୍ଥିତି ଅନୁଯାୟୀ ଖେଳିବାକୁ ଖେଳାଳିମାନେ ଉତ୍ତମ ପ୍ରଶିକ୍ଷଣ ପାଇ ଥାଆନ୍ତି। ଖେଳାଳିମାନେ ଯେକୌଣସି ସ୍ଥିତିକୁ ତୁରନ୍ତ ଗ୍ରହଣ କରି ନେଇ ଥାଆନ୍ତି। ଟି-ଟ୍ୱେଣ୍ଟି ଫର୍ମାଟ୍ ଖେଳାଳିଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାଇବ ବୋଲି ମୁଁ ଭାବୁ ନାହିଁ।”
ଗତକାଲି ଆଇପିଏଲ୍ର ଏକ ମ୍ୟାଚ୍ରେ ରାଇଜିଂ ପୁନେ ସୁପର ଜିଆଣ୍ଟସ୍କୁ ଜାଡ଼େଜାଙ୍କ ଗୁଜରାଟ ଲାୟନ୍ସ ୭ ୱିକେଟ୍ରେ ହରାଇଥିଲା।