ଦୁଃଖରେ ଜାଡେ଼ଜା ମାରିଲେ ଶାହାରୁଖଙ୍କ ଡାଏଲଗ୍

‘ହମ୍ ସରିଫ କ୍ୟା ହୁଏ, ପୂରୀ ଦୁନିଆ ହି ବଦମାସ୍ ହୋ ଗଇ’ ହିନ୍ଦୀ ଫିଲ୍ମ ‘ଦିଲୱାଲେ’ରେ ଶାହାରୁଖ ଖାନ୍‌ଙ୍କ ଏମିତି  ଏକ  ଡାଏଲଗର ଜବରଦସ୍ତ କ୍ରେଜ୍ ରହିଥିଲା ସିନେପ୍ରେମୀଙ୍କ ମନରେ। କିନ୍ତୁ ଶାହାରୁଖଙ୍କ ଏହି ସଂଳାପକୁ ନେଇ ସେତେବେଳେ ଯେତିକି ଚର୍ଚ୍ଚା ହୋଇନଥିଲା, ଏବେ ତାହାଠାରୁ ଅଧିକ ଚର୍ଚ୍ଚା ହେଉଛି। କାରଣ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେ଼ଜା ସୋମବାର ଏହି ସଂଳାପକୁ ଟ୍ୱିଟର୍ ପେଜ୍‌ରେ ଅପଲୋଡ୍ କରି ନିଜ ଦୁଃଖ ଜଣାଇଛନ୍ତି। ଶ୍ରୀଲଙ୍କ। ବିପକ୍ଷ କଲୋମ୍ୱୋ […]

jadeja

jadeja

Rakesh Mallick
  • Published: Monday, 07 August 2017
  • Updated: 07 August 2017, 06:34 PM IST

Sports

Latest News

'ହମ୍ ସରିଫ କ୍ୟା ହୁଏ, ପୂରୀ ଦୁନିଆ ହି ବଦମାସ୍ ହୋ ଗଇ'

ହିନ୍ଦୀ ଫିଲ୍ମ 'ଦିଲୱାଲେ'ରେ ଶାହାରୁଖ ଖାନ୍‌ଙ୍କ ଏମିତି  ଏକ  ଡାଏଲଗର ଜବରଦସ୍ତ କ୍ରେଜ୍ ରହିଥିଲା ସିନେପ୍ରେମୀଙ୍କ ମନରେ। କିନ୍ତୁ ଶାହାରୁଖଙ୍କ ଏହି ସଂଳାପକୁ ନେଇ ସେତେବେଳେ ଯେତିକି ଚର୍ଚ୍ଚା ହୋଇନଥିଲା, ଏବେ ତାହାଠାରୁ ଅଧିକ ଚର୍ଚ୍ଚା ହେଉଛି। କାରଣ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେ଼ଜା ସୋମବାର ଏହି ସଂଳାପକୁ ଟ୍ୱିଟର୍ ପେଜ୍‌ରେ ଅପଲୋଡ୍ କରି ନିଜ ଦୁଃଖ ଜଣାଇଛନ୍ତି।

ଶ୍ରୀଲଙ୍କ। ବିପକ୍ଷ କଲୋମ୍ୱୋ ଟେଷ୍ଟରେ ଆକର୍ଷଣୀୟ ବ୍ୟାଟିଂ ଓ ବୋଲିଂରେ ଲଙ୍କ। ଦଳକୁ ଚିତ୍ କରି ଭାରତକୁ ବିଜୟ ମୁକୁଟ ପିନ୍ଧାଇଥିବା ରବୀନ୍ଦ୍ର ଜାଡେଜାଙ୍କୁ, ଆଇସିସି ପରବର୍ତ୍ତୀ ମ୍ୟାଚ୍‌ରୁ ନିଲମ୍ୱନ କରିଛି। ଆଇସିସିର ସୂଚନା ଅନୁଯାୟୀ, କଲୋମ୍ୱୋ ଟେଷ୍ଟରେ ଶ୍ରୀଲଙ୍କ।ର ଦ୍ୱିତୀୟ ଇନିଂସର ୫୮ତମ ଓଭରରେ ରବୀନ୍ଦ୍ର ଜାଡେ଼ଜା ଶ୍ରୀଲଙ୍କ।ର ବ୍ୟାଟସମ୍ୟାନ ଦିମୁଥ୍ କରୁଣାରତ୍ନେଙ୍କ ଉପରକୁ ଅନାବଶ୍ୟକ ଭାବେ ବଲ୍ ଥ୍ରୋ କରିଥିଲେ। ଏହା ଆଇସିସିର ନିୟମ ୨.୨.୮ର ବିରୁଦ୍ଧାଚରଣ କରୁଥିବାରୁ ଜାଡେ଼ଜାଙ୍କ ୫୦ ପ୍ରତିଶତ ମ୍ୟାଚ୍ ଫି କଟିବା ସହ ୩ ଡିମେରିଟ୍ ପଏଣ୍ଟ ମିଳିଥିଲା। ଯାହାଦ୍ୱାରା ତାଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ନିଲମ୍ୱନ କରାଯାଇଛି।

jadejaଗତବର୍ଷ ଅକ୍ଟୋବରରେ ଇନ୍ଦୋରେଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ବିଶୃଙ୍ଖଳିତ ଆଚରଣ ପାଇଁ ଜାଡେଜାଙ୍କୁ ୩ ଡିମେରିଟ୍ ପଏଣ୍ଟ ମିଳିଥିଲା। ଗତ ୨୪ ମାସ ମଧ୍ୟରେ ଏପରି ଭାବେ ତାଙ୍କର ଡିମେରିଟ୍ ପଏଣ୍ଟ ୬ରେ ପହଞ୍ଚିବାରୁ ଜାଡେଜାଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ନିଲମ୍ୱନ କରିଛି ଆଇସିସି। ସେ ନିଜ ଦୁଃଖ ଟ୍ୱିଟ୍‌ର ପେଜରେ ସଂଳାପ ମାଧ୍ୟମରେ ଜଣାଇଛନ୍ତି। ତାଙ୍କର ଏହି ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos