ଇଣ୍ଡିଆ-ଏ ସ୍କ୍ୱାଡରେ ଜଲଜ ସାକ୍ସେନା

ନୂଆଦିଲ୍ଲୀ: ଅଲରାଉଣ୍ଡର ଜଲଜ ସାକ୍ସେନାଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଥମଶ୍ରେଣୀ କ୍ରିକେଟରେ ୬ହଜାରରୁ ଊଦ୍ଧ୍ୱର୍ ରନ୍ ଏବଂ ୩୦୦ରୁ ଅଧିକ ୱିକେଟ୍ ନେଇସାରିଥିବା ସାକ୍ସେନାଙ୍କୁ ଇଣ୍ଡିଆ-ଏ ଟିମରେ ଚୟନ କରାଯାଇଛି। ସାକ୍ସେନାଙ୍କୁ ଟିମ୍ ଇଣ୍ଡିଆ ସିନିୟର ଚୟନକମିଟି କ୍ରିଷ୍ଣାପ୍ପା ଗୌତମଙ୍କ କଭର୍ ଖେଳାଳି ଭାବେ ଚୟନ କରାଯାଇଛି। ସୂଚନାଯୋଗ୍ୟ, ଭାରତ-ଏ ସୋମବାରଠାରୁ ଥିରୁଅନନ୍ତପୁରମରେ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଅନଅଫିସିଆଲ୍ ଟେଷ୍ଟ ଖେଳିବ। ୧୧୩ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିବା ସାକ୍ସେନା ଗତ ୧୪ ବର୍ଷରେ ବଲ୍ ଓ ବ୍ୟାଟରେ […]

jalaj

Ranjit Kumar Jena
  • Published: Sunday, 08 September 2019
  • , Updated: 08 September 2019, 08:23 PM IST

ନୂଆଦିଲ୍ଲୀ: ଅଲରାଉଣ୍ଡର ଜଲଜ ସାକ୍ସେନାଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଥମଶ୍ରେଣୀ କ୍ରିକେଟରେ ୬ହଜାରରୁ ଊଦ୍ଧ୍ୱର୍ ରନ୍ ଏବଂ ୩୦୦ରୁ ଅଧିକ ୱିକେଟ୍ ନେଇସାରିଥିବା ସାକ୍ସେନାଙ୍କୁ ଇଣ୍ଡିଆ-ଏ ଟିମରେ ଚୟନ କରାଯାଇଛି। ସାକ୍ସେନାଙ୍କୁ ଟିମ୍ ଇଣ୍ଡିଆ ସିନିୟର ଚୟନକମିଟି କ୍ରିଷ୍ଣାପ୍ପା ଗୌତମଙ୍କ କଭର୍ ଖେଳାଳି ଭାବେ ଚୟନ କରାଯାଇଛି।

ସୂଚନାଯୋଗ୍ୟ, ଭାରତ-ଏ ସୋମବାରଠାରୁ ଥିରୁଅନନ୍ତପୁରମରେ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଅନଅଫିସିଆଲ୍ ଟେଷ୍ଟ ଖେଳିବ। ୧୧୩ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିବା ସାକ୍ସେନା ଗତ ୧୪ ବର୍ଷରେ ବଲ୍ ଓ ବ୍ୟାଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ୨୦୧୭-୧୮ର ପ୍ରଦର୍ଶନ ଭିତ୍ତିରେ ଜଲଜଙ୍କୁ ଦୁଇ ବିସିସିଆଇ ଆୱାର୍ଡ ମିଳିସାରିଛି।

ଜଲଜ ପ୍ରଥମ ଭାରତୀୟ ଏବଂ ବିଶ୍ୱର ଷଷ୍ଠ ଖେଳାଳି ଭାବେ ଦୁଇଥର ପ୍ରଥମଶ୍ରେଣୀ ମ୍ୟାଚରେ ଶତକ ପରେ ୮ ୱିକେଟ୍ ନେବାର କାରନାମା କରିଛନ୍ତି। ଜଲଜଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ମୁକାବିଲା ପାଇଁ ଶୁବମାନ ଗିଲ୍, କେଏସ୍ ଭରତ, ବିଜୟ ଶଙ୍କର, ଶିବମ ଦୁବେ, ଋତୁରାଜ ଗାଏକ୍ୱାଡ ଭଳି ଖେଳାଳିଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ରହିବ। ଏହିସମସ୍ତ ଖେଳାଳି ଇଣ୍ଡିଆ-ଏ ପକ୍ଷରୁ ଭଲ ପ୍ରଦର୍ଶଦ କରି ସିନିୟର ଟିମରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି।

Related story