ନ୍ୟୁୟର୍କ: ବ୍ରିଟେନର ଜେମି ମରେ ଓ ଆମେରିକାର ବେଥାନୀ ମ୍ୟାଟେକ୍-ସ୍ୟାଣ୍ଡସ୍ ଚଳିତ ୟୁଏସ୍ ଓପନର ମିକ୍ସଡ ଡବଲ୍ସ ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଦୁହେଁ ଫାଇନାଲରେ ଟପ୍ ସିଡ୍ ଚାନ୍ ହାଓ-ଚିଙ୍ଗ୍ ଓ ମାଇକେଲ୍ ଭିନସଙ୍କୁ ସିଧାସଳଖ ୬-୨, ୬-୩ ସେଟରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟଥର ପାଇଁ ୟୁଏସ୍ ଓପନରେ ଚାମ୍ପିଅନ୍ ହୋଇଛନ୍ତି।
୧୯୮୨ ପରେ ମରେ ଓ ମ୍ୟାଟେକ୍-ସାଣ୍ଡସ୍ ପ୍ରଥମ ଯୋଡ଼ିଦାର ଭାବେ ୟୁଏସ୍ ଓପନରେ ଲଗାତାର ଦ୍ୱିତୀୟଥର ପାଇଁ ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏହା ପୂର୍ବରୁ ୧୯୮୧ ଓ ୧୯୮୨ରେ ଦକ୍ଷିଣ ଆଫ୍ରିକାର କେଭିନ୍ କୁରାନ୍ ଓ ଆମେରିକା ଆନ୍ନ ସ୍ମିଥ୍ କ୍ରଗାମତ ୟୁଏସ୍ ଓପନ୍ ଟାଇଟଲ୍ ଜିତିଥିଲେ।
ମରେ ମଧ୍ୟ ୨୦୧୭ରେ ମାର୍ଟିନା ହିଙ୍ଗିସଙ୍କ ସହ ମିଶି ୟୁଏସ୍ ଓପନ୍ ମିକ୍ସଡ୍ ଡବଲ୍ସ ଟାଇଟଲ୍ ହାତେଇଥିଲେ। ଏଥିସହ ୫୯ ବର୍ଷ ପରେ ମରେ ପ୍ରଥମ ପୁରୁଷ ଖେଳାଳି ଭାବେ ଲଗାତାର ତିନିଥର ମିକ୍ସଡ୍ ଡବଲ୍ସ ଚାମ୍ପିୟନ୍ ହୋଇଛନ୍ତି। ଏହା ପୂର୍ବରୁ ୧୯୫୮ରୁ ୧୯୬୦ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ନିଏଲ୍ ଫ୍ରେଜର୍ ଏହି ସଫଳତା ହାସଲ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଆଲୋଚନା।
National
ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ, ପୁଲିସ କଲା ସମନ
ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।
National
୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା-୨ ନିର୍ମାତା; ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ୱାମୀ
ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ପୁଅ ୨୦ ଦିନ ହେଲା କୋମାରେ, କିଛି ଜାଣିପାରୁନି।
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।