ରଣଜୀ ଟ୍ରଫି: ଓଡ଼ିଶାକୁ ୧୬୧ ରନରେ ରୋକିଲା ଜମ୍ମୁ ଓ କଶ୍ମୀର

କଟକ (ଓଡ଼ିଶା ରିପୋର୍ଟର): କଟକ ଡ୍ରିମ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଓଡ଼ିଶା ତା’ର ଷଷ୍ଠ ରଣଜୀ ମ୍ୟାଚରେ ଜମ୍ମୁ ଓ କଶ୍ମୀରକୁ ଭେଟିଛି। ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ଓଡ଼ିଶା ପ୍ରଥମ ଇନିଂସରେ ମାତ୍ର ୧୬୧ ରନରେ ଅଲଆଉଟ୍ ହୋଇଯାଇଛି। ମ୍ୟାଚରେ ଜମ୍ମୁ ଓ କଶ୍ମୀର ବୋଲରମାନେ ଚମତ୍କାର ବୋଲିଂ କରି ଓଡ଼ିଶାର କୌଣସି ବ୍ୟାଟ୍ସମ୍ୟାନଙ୍କୁ ସେଟ୍ ହେବାକୁ ଦେଇନଥିଲେ। ଓଡ଼ିଶା ପକ୍ଷରୁ କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୪୨ ରନ୍ କରିଛନ୍ତି। […]

rasool

Ranjit Kumar Jena
  • Published: Sunday, 19 January 2020
  • , Updated: 19 January 2020, 06:23 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ଡ୍ରିମ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଓଡ଼ିଶା ତା'ର ଷଷ୍ଠ ରଣଜୀ ମ୍ୟାଚରେ ଜମ୍ମୁ ଓ କଶ୍ମୀରକୁ ଭେଟିଛି। ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ଓଡ଼ିଶା ପ୍ରଥମ ଇନିଂସରେ ମାତ୍ର ୧୬୧ ରନରେ ଅଲଆଉଟ୍ ହୋଇଯାଇଛି। ମ୍ୟାଚରେ ଜମ୍ମୁ ଓ କଶ୍ମୀର ବୋଲରମାନେ ଚମତ୍କାର ବୋଲିଂ କରି ଓଡ଼ିଶାର କୌଣସି ବ୍ୟାଟ୍ସମ୍ୟାନଙ୍କୁ ସେଟ୍ ହେବାକୁ ଦେଇନଥିଲେ।

ଓଡ଼ିଶା ପକ୍ଷରୁ କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୪୨ ରନ୍ କରିଛନ୍ତି। ଜମ୍ମୁ ଓ କଶ୍ମୀରର ସଫଳ ବୋଲର ଭାବେ ଆକିବ୍ ନବି ୩୯ ରନ୍ ଦେଇ ୫ଟି ୱିକେଟ୍ ନେଇଛନ୍ତି। ଜବାବରେ ଜମ୍ମୁ ଓ କଶ୍ମୀର ଦିବସର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୩୮ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଶୁଭମ୍ ଖଜୁରିଆ ୯ ଓ ପରଭେଜ୍ ରସୁଲ୍ ୧୦ ରନ୍ କରି ଅପରାଜିତ ରହିଛନ୍ତି। ଦଳର ଦୁଇ ଓପ୍ନର ଅହମ୍ମଦ ଓମାର୍ ୧୨ ଓ ସୂର୍ଯ୍ୟାଂଶ ରାଇନା ୫ ରନ୍ କରି ଆଉଟ୍ ହୋଇଥିଲେ। ଶୁଭମ୍ ସିଂହ ପୁନ୍ଦିର (୨) ମଧ୍ୟ କିଛି ଖାସ କରିପାରିନଥିଲେ। ଓଡ଼ିଶାର ବସନ୍ତ ମହାନ୍ତି, ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ପୂର୍ବରୁ ଜମ୍ମୁ ଓ କଶ୍ମୀର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଓଡ଼ିଶାର ଦୁଇ ଓପ୍ନର ଅନୁରାଗ ଷଡଙ୍ଗୀ (୩୩) ଓ ଶାନ୍ତନୁ ମିଶ୍ର (୨୧) ପ୍ରଥମ ୱିକେଟ୍ ପାଇଁ ୫୧ ରନ୍ ଯୋଡ଼ି ଦଳକୁ ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ଏହା ପରେ ଓଡ଼ିଶାର ମିଡିଲ୍ ଅର୍ଡର ସମ୍ପୂର୍ଣ୍ଣ କୋଲାପ୍ସ ହୋଇଯାଇଥିଲା। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦେବାଶିଷ ସାମନ୍ତରାୟ ଖାତା ଖୋଲିପାରିନଥିବା ବେଳେ ରାଜେଶ ଧୂପର (୧୧) ଓ ବିପ୍ଳବ ସାମନ୍ତରାୟ (୧୬) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ଲୋୟର ମିଡିଲ୍ ଅର୍ଡରରେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ସୁଜିତ୍ ଲେଙ୍କା (୫), ଦେବବ୍ରତ ପ୍ରଧାନ (୪), ରାଜେଶ ମହାନ୍ତି (୦) ଓ ବସନ୍ତ ମହାନ୍ତି (୪) ଦୁଇଅଙ୍କ ଛୁଇଁପାରିନଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ୧୩ ରନ୍ କରି ଅପରାଜିତ ଥିଲେ। ଜମ୍ମୁ ଓ କଶ୍ମୀର ପକ୍ଷରୁ ଉମର୍ ନାଜିର୍ ଓ କ୍ୟାପଟେନ୍ ପରଭେଜ୍ ରସୁଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story