ରାଜଧାନୀରେ ଫୁଟ୍‌ବଲ ଫିଭର୍‌: ISL ମ୍ୟାଚ୍ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପର ସଣ୍ଡେରେ ଇଣ୍ଡିଆନ୍ ସୁପରଲିଗ୍‌ର ସୁପର ମ୍ୟାଚ୍। ସାମ୍ନା ସାମ୍ନି ହେବେ ଦୁଇ ଷ୍ଟିଲ୍ ଡର୍ବି ଟିମ୍ ଜାମସେଦପୁର ଫୁଟବଲ କ୍ଲବ ଏବଂ ବେଙ୍ଗାଳୁରୁ ଫୁଟବଲ କ୍ଲବ। କଳିଙ୍ଗ ଷ୍ଟାଡ଼ିୟମ ଜାମସେଦପୁରର ନୂଆକରି ହୋମ ଟର୍ଫ ହୋଇଛି। ପୂର୍ବରୁ ଆଏସ୍‌ଏଲ୍‌ରେ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଲିଗ ମ୍ୟାଚରେ ଜାମେସେଦପୁର ୧-୦ ଗୋଲରେ ବିଜୟୀ ହୋଇଥିଲା। ତାର ପ୍ରତିଶୋଧ ନେବାକୁ ଆଜି ଚେଷ୍ଟା କରିବ ବାଙ୍ଗାଲୋର। ଜାମେସେଦପୁର ବର୍ତ୍ତମାନ ସୁଦ୍ଧା ୧୬ […]

footbal1l

Rakesh Mallick
  • Published: Sunday, 25 February 2018
  • , Updated: 25 February 2018, 10:04 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପର ସଣ୍ଡେରେ ଇଣ୍ଡିଆନ୍ ସୁପରଲିଗ୍‌ର ସୁପର ମ୍ୟାଚ୍। ସାମ୍ନା ସାମ୍ନି ହେବେ ଦୁଇ ଷ୍ଟିଲ୍ ଡର୍ବି ଟିମ୍ ଜାମସେଦପୁର ଫୁଟବଲ କ୍ଲବ ଏବଂ ବେଙ୍ଗାଳୁରୁ ଫୁଟବଲ କ୍ଲବ। କଳିଙ୍ଗ ଷ୍ଟାଡ଼ିୟମ ଜାମସେଦପୁରର ନୂଆକରି ହୋମ ଟର୍ଫ ହୋଇଛି। ପୂର୍ବରୁ ଆଏସ୍‌ଏଲ୍‌ରେ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଲିଗ ମ୍ୟାଚରେ ଜାମେସେଦପୁର ୧-୦ ଗୋଲରେ ବିଜୟୀ ହୋଇଥିଲା। ତାର ପ୍ରତିଶୋଧ ନେବାକୁ ଆଜି ଚେଷ୍ଟା କରିବ ବାଙ୍ଗାଲୋର।

ଜାମେସେଦପୁର ବର୍ତ୍ତମାନ ସୁଦ୍ଧା ୧୬ ଟି ମ୍ୟାଚ ଖେଳି ୭ଟି ବିଜୟ, ୫ଟି ଡ୍ର ଏବଂ ୪ଟି ପରାଜୟ ସହ ମୋଟ ୨୬ ପଏଣ୍ଟରେ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ସେପେଟେ ବାଙ୍ଗାଲୋର ୧୬ଟି ମ୍ୟାଚ୍ ଖେଳି  ୧୧ଟି ବିଜୟ, ୪ଟି ପରାଜୟ ଏବଂ ଗୋଟିଏ ଡ୍ର ରଖି ୩୪ ପଏଣ୍ଟ ସହ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ଜାମେସେଦପୁର ଏହି ମ୍ୟାଚ ଜିତି ସେମିଫାଇନାଲ ଟିକଟ ପକ୍କା କରିବାକୁ ଉଦ୍ୟମ କରିବ।  ଉଭୟ ଦଳ ନିଜ ନିଜର ଷ୍ଟ୍ରାଟେଜିରେ ବିଜୟ ପାଇଁ  ଲଢିବେ ବୋଲି ଦଳର ମୁଖ୍ୟ କୋଚ୍‌ କହିଛନ୍ତି।

ସେପଟେ ମ୍ୟାଚ୍ ପାଇଁ ପ୍ରସ୍ତୁତ ରହିଛି କଳିଙ୍ଗ ଷ୍ଟାଡ଼ିୟମ। ପ୍ରାୟ ୧୧ ହଜାର ଦର୍ଶକଙ୍କ ପାଇଁ ସିଟ୍ ବ୍ୟବସ୍ଥା କରାଯାଇଛି। ଗୋଲ ରିପ୍ଲେ ପାଇଁ ବଡ LED  ଟିଭିର ବ୍ୟବସ୍ଥା ରହିଛି। ଚାରିପଟେ ବ୍ରାଣ୍ଡିଂ କରାଯାଇ ଷ୍ଟାଡିୟମକୁ ସୁନ୍ଦର ଭାବେ ସଜା ଯାଇଛି। ମ୍ୟାଚକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଦର୍ଶକ ୧, ୨,୩  ୪ ଏବଂ ୯ ନମ୍ବର ଗେଟରେ ଷ୍ଟାଡ଼ିୟମ ଭିତରକୁ ପ୍ରବେଶ କରିବେ।  ଅପରାହ୍ନ ୪ଟା ପରେ ସମସ୍ତ ଗେଟ ଖୋଲାଯିବ। ଷ୍ଟାଡ଼ିୟମ ଭିତରକୁ , ହେଲମ୍ୟାଟ, ବ୍ୟାଗ, କ୍ୟାମେରା, ଖାଇବା ଜିନିଷ, ପାଣିବୋତଲ, କ୍ରାକର୍ସ, ଲାପଟପ, ସେଲଫି ଷ୍ଟିକ ଆଦି ନେବାକୁ ବାରଣ ରହିଛି। ସୁରକ୍ଷା ଦୃଷ୍ଟିରୁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରାୟ ୫୦ ଜଣ ଅଫିସର ଦାୟିତ୍ୱରେ ରହିବେ।  ଷ୍ଟାଡ଼ିୟମକୁ ବମ ସ୍କାର୍ଡ ଏବଂ ଡଗ ସ୍କାଡ ଦ୍ୱାରା ତନ ତନ କରି ଯାଞ୍ଚ କରାଯାଇଛି।

Related story