ମସ୍କୋ: ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସର ଯମୁନା ବୋରୋ (୫୪ କେଜି) ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଶୁକ୍ରବାର ଯମୁନା ପ୍ରଥମ ରାଉଣ୍ଡରେ ମଙ୍ଗୋଲିଆର ମିଚିଡ୍ମା ଏର୍ଡେନଡଲାଇଙ୍କୁ ଏକତରଫା ଭାବେ ୫-୦ରେ ହରାଇ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।
୨୨ ବର୍ଷୀୟା ଏହି ଆସାମ ବକ୍ସର ପରବର୍ତ୍ତୀ ରାଉଣ୍ଡରେ ଆଲଜେରିଆର ପଞ୍ଚମ ସିଡ୍ ଔଦାଦ୍ ଫୌଙ୍କୁ ଭେଟିବେ। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଔଦାଦ୍ ୨୦୧୭ରେ ୱାର୍ଲ୍ଡ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେବେ ଡେବ୍ୟୁ କରିଥିବା ଭାରତର ବୋରୋ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ଏହି ଭାରତୀୟ ବକ୍ସର ଶେଷ ତିନି ମିନିଟରେ ପ୍ରତିପକ୍ଷ ବକ୍ସରଙ୍କୁ ଘନଘନ ଆକ୍ରମଣ କରିଥିଲେ।
ଶନିବାର ପୂର୍ବତନ ଜାତୀୟ ଚାମ୍ପିୟନ୍ ନୀରଜ (୫୭ କେଜି), ପୂର୍ବତନ ରୌପ୍ୟ ପଦକ ବିଜେତା ସାୱିଟୀ ବୁରା (୭୫ କେଜି) ରିଙ୍ଗକୁ ଓହ୍ଲାଇବେ। ନୀରଜ ନିଜର ପ୍ରଥମ ରାଉଣ୍ଡରେ ଚାଇନାର କିଆଓ ଜିଏରୁ ଏବଂ ସାୱିଟୀ ମଙ୍ଗୋଲିଆର ମ୍ୟାଗମାର୍ଜାରଗାଲ ମୁଙ୍କବାତଙ୍କୁ ଭେଟିବେ। ଚଳିତ ଚାମ୍ପିୟନଶିପରେ ୫୭ଟି ଦେଶର ମୋଟ ୨୨୪ଜଣ ବକ୍ସର ଭାଗ ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା
ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।
Politics
କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା, କହିଲେ ଏମିତି କଥା
ମୋଦି ଦାବି କରିଛନ୍ତି ଯେ ବାବା ସାହେବ ଆମ୍ବେଦକର ଭାରତର ଜଳ ସଂରକ୍ଷଣ ନୀତିକୁ ଉପଯୁକ୍ତ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିୟମିତ ଭାବେ ତାଙ୍କ ଅବଦାନକୁ ଅଣଦେଖା କରି ଆସୁଥିଲା।
Politics
ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ମନ୍ତବ୍ୟ; କହିଲେ- ନବୀନ ଓ ନୀତୀଶଙ୍କୁ ଭାରତରତ୍ନ ମିଳିବା ଉଚିତ
ନୀତୀଶ କୁମାରଙ୍କ ଦଳ ଏବେ ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ଅଛି। ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଏକଦା ଏନ୍ଡିଏରେ ଥିଲା।
National
୬ ଜଣଙ୍କୁ ବାହା ହୋଇ ଟଙ୍କା ଓ ଅଳଙ୍କାର ନେଇ ପଳାଇଥିଲେ, ୭ମ ଉଦ୍ୟମରେ ଧରା ପଡ଼ିଲେ ମହିଳା
ମହିଳା ଜଣଙ୍କ ଧରା ପଡ଼ିବା ପରେ ତାଙ୍କ ପଛରେ କାମ କରୁଥିବା ପୂରା ରାକେଟର ପର୍ଦ୍ଦାଫାସ ହୋଇଛି।
Politics
‘ମୌକା ମୌକା ହର ବାର ଧୋକା’: ଆପ ଓ ବିଜେପି ପାଇଁ କଂଗ୍ରେସ ଜାରି କଲା ବହି
ଦିଲ୍ଲୀ ପାଇଁ ବିଜେପି ଓ ଆପ୍ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବାରମ୍ବାର ବିଫଳ ହୋଇଥିବାରୁ କଂଗ୍ରେସ ମୌକା ମୌକା ହର ବାର ଧୋକା ବହି ରିଲିଜ କରିଥିବା କହିଛି।