କଟକ: ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ। ବିସିସିଆଇ ଦ୍ୱାରା ଆୟୋଜିତ ଏହି ଆନ୍ତଃରାଜ୍ୟ ଟୁର୍ଣ୍ଣାମେଣ୍ଟର ଗ୍ରୁପ-ଡିର ସମସ୍ତ ମ୍ୟାଚ ଓଡ଼ିଶାରେ ଖେଳାଯିବ। ମ୍ୟାଚ ଗୁଡିକ କଟକର ବାରବାଟ ଷ୍ଟାଡିୟମ ଓ ଡ୍ରିମ୍ସ ପଡିଆରେ ଖେଳାଯିବ। ଗ୍ରୁପ-ଡିରେ ଓଡ଼ିଶା ସମେତ ମୁମ୍ବାଇ, ମହାରାଷ୍ଟ, ଉତ୍ତରପ୍ରେଦଶ, କର୍ଣ୍ଣାଟକ ଓ ସର୍ଭିସେସ୍ ଦଳ ରହିଛନ୍ତି । ଗୁରୁବାର କର୍ଣ୍ଣାଟକ, ଉତ୍ତରପ୍ରଦେଶ, ସର୍ଭିସେସ ମହାରାଷ୍ଟ୍ର ଏବଂ ମୁମ୍ୱାଇ ଦଳ ଭୁବନେଶ୍ୱର ପହଞ୍ଚିଛନ୍ତି।
ଓଡିଶା ଜାନୁଆରୀ ୨ରେ ମୁମ୍ୱାଇ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ତା’ର ଅଭିଯାନ ଆରମ୍ଭ କରିବ। ତେବେ ଟି-ଟ୍ୱେଣ୍ଟି ପାଇଁ ପ୍ରସ୍ତୁତି କରିବା ସହ ଦଳରେ ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଥିବା ଜଣାପଡିଛି।
ଗ୍ରୁପ-ଡି ମ୍ୟାଚସୂଚୀ
ଦିନ/ବାର ମ୍ୟାଚ ଷ୍ଟାଡିୟମ ସମୟ
ଜାନୁଆରୀ ୨, ଶନିବାର ମହାରାଷ୍ଟ୍ର ବନାମ ଉତ୍ତରପ୍ରଦେଶ (ବାରବାଟି ଷ୍ଟାଡିୟମ) ସକାଳ ୯ଟା
ମୁମ୍ବାଇ ବନାମ ଓଡ଼ିଶା (ବାରବାଟି ଷ୍ଟାଡିୟମ) ଅପରାହ୍ଣ ୧ଟା
କର୍ଣ୍ଣାଟକ ବନାମ ସର୍ଭିସ୍ (ଡ୍ରିମ୍ସ ପଡିଆ) ଅପରାହ୍ଣ ୧ଟା
ଜାନୁଆରୀ ୩ ରବିବାର ଓଡ଼ିଶା ବନାମ ଉତ୍ତରପ୍ରଦେଶ (ବାରବାଟି ଷ୍ଟାଡିୟମ) ସକାଳ ୯ଟା
ମହାରାଷ୍ଟ୍ର ବନାମ ସର୍ଭିସ (ବାରବାଟି ଷ୍ଟାଡିୟମ) ଅପରାହ୍ଣ ୧ଟା
ମୁମ୍ବାଇ ବନାମ କର୍ଣ୍ଣାଟକ (ଡ୍ରିମ୍ସ ପଡିଆ) ସକାଳ ୯ଟା
ଜାନୁଆରୀ ୪,ସୋମବାର ମୁମ୍ବାଇ ବନାମ ସର୍ଭିସ (ବାରବାଟି ଷ୍ଟାଡିୟମ) ସକାଳ ୯ଟା
ଓଡ଼ିଶା ବନାମ ମହାରାଷ୍ଟ୍ର (ବାରବାଟି ଷ୍ଟାଡିୟମ) ଅପରାହ୍ଣ ୧ଟା
କର୍ଣ୍ଣାଟକ ବନାମ ଉତ୍ତରପ୍ରଦେଶ (ଡ୍ରିମ୍ସ ପଡିଆ) ସକାଳ ୯ଟା
ଜାନୁଆରୀ ୭,ଗୁରୁବାର ମୁମ୍ବାଇ ବନାମ ଉତ୍ତରପ୍ରଦେଶ (ବାରବାଟି ଷ୍ଟାଡିୟମ) ସକାଳ ୯ଟା
କର୍ଣ୍ଣାଟକ ବନାମ ମହାରାଷ୍ଟ୍ର (ବାରବାଟି ଷ୍ଟାଡିୟମ) ଅପରାହ୍ଣ ୧ଟା
ଓଡ଼ିଶା ବନାମ ସର୍ଭିସ (ଡ୍ରିମ୍ସ ପଡିଆ) ସକାଳ ୯ଟା
ଜାନୁଆରୀ ୮,ଶୁକ୍ରବାର କର୍ଣ୍ଣାଟକ ବନାମ ଓଡ଼ିଶା (ବାରବାଟି ଷ୍ଟାଡିୟମ) ସକାଳ ୯ଟା
ସର୍ଭିସ ବନାମ ଉତ୍ତରପ୍ରଦେଶ (ବାରବାଟି ଷ୍ଟାଡିୟମ) ଅପରାହ୍ଣ ୧ଟା
ମହାରାଷ୍ଟ୍ର ବନାମ ମୁମ୍ବାଇ (ଡ୍ରିମ୍ସ ପଡିଆ) ସକାଳ ୯ଟା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।