୧୯ ବର୍ଷରୁ କମ କଙ୍ଗାରୁ ଦଳର ମଙ୍ଗ ଧରିଲେ ଭାରତୀୟ

ନୂଆଦିଲ୍ଲୀ: ୨୦୧୮ରେ ଖେଳାଯିବାକୁ ଥିବା ଅଣ୍ଡର ନାଇଣ୍ଟିନ୍‌ କ୍ରିକେଟ୍‌ ବିଶ୍ୱକପ ପାଇଁ ଆଗୁଆ ଦଳ ଚୟନ କରି ସାରିଲାଣି ଅଷ୍ଟ୍ରେଲିଆ। ଆଶ୍ଚର୍ଯ୍ୟର କଥା ହେଲା ଏଥର କଙ୍ଗାରୁ ଦଳର ମଙ୍ଗ ଧରିବାକୁ ଯାଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ଜସନ୍‌ ସାନ୍ଧା। ୧୩ ଜାନୁଆରୀରୁ ୩ ଫେବୁଆରୀ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଅଣ୍ଡର ନାଇଣ୍ଟିନ୍‌ ୧୦୧୮ ବିଶ୍ୱକପରେ ଜସନ୍‌ଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ କଙ୍ଗାରୁ ଟିମ୍‌। ସେହିପରି ଏପରି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଉଭୟ […]

jasonteam_1a

jasonteam_1a

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 07:22 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୮ରେ ଖେଳାଯିବାକୁ ଥିବା ଅଣ୍ଡର ନାଇଣ୍ଟିନ୍‌ କ୍ରିକେଟ୍‌ ବିଶ୍ୱକପ ପାଇଁ ଆଗୁଆ ଦଳ ଚୟନ କରି ସାରିଲାଣି ଅଷ୍ଟ୍ରେଲିଆ। ଆଶ୍ଚର୍ଯ୍ୟର କଥା ହେଲା ଏଥର କଙ୍ଗାରୁ ଦଳର ମଙ୍ଗ ଧରିବାକୁ ଯାଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ଜସନ୍‌ ସାନ୍ଧା। ୧୩ ଜାନୁଆରୀରୁ ୩ ଫେବୁଆରୀ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଅଣ୍ଡର ନାଇଣ୍ଟିନ୍‌ ୧୦୧୮ ବିଶ୍ୱକପରେ ଜସନ୍‌ଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ କଙ୍ଗାରୁ ଟିମ୍‌।

ସେହିପରି ଏପରି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଉଭୟ ଭାରତ ଓ ବିଦେଶୀ ଟିମ୍‌ ପାଇଁ ମଧ୍ୟ ଖେଳିଛନ୍ତି। ଆସନ୍ତୁ ଜାଣିବା ଏପରି କିଛି କ୍ରିକେଟ୍‌ରଙ୍କ ବିଷୟରେ।

gulଗୁଲ ମହମ୍ମଦ: ୧୯୨୧ରେ ଅବିଭକ୍ତ ଭାରତର ଲାହୋରରେ ଜନ୍ମଗ୍ରହଣ କରିଥିଲେ ଗୁଲ ମହମ୍ମଦ। ୧୯୪୬ ମସିହାରେ ଟେଷ୍ଟ ମ୍ୟାଚ୍‌ ଜିରିଆରେ ଭାରତୀୟ ଦଳରେ ନିଜର କ୍ରିକେଟ୍‌ କ୍ୟାରିଆର ଆରମ୍ଭ କରିଥିଲେ। ସେ ଭାରତ ପକ୍ଷରୁ ୮ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଦେଶ ବିଭାଜନ ପରେ ଗୁଲ୍‌ ପାକିସ୍ତାନ ଚାଲିଯାଇଥିଲେ। ଏହାପରେ ସେ ପାକିସ୍ତାନ ଦଳରେ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ୧୯୩୮ ମସିହାରେ ରଣଜୀ ଟ୍ରିଫିରେ ସେ କ୍ରିକେଟରେ ଡେବ୍ୟୁ କରିଥିଲେ।

kardarଅବଦୁଲ୍‌ ହଫିଜ୍ କରଦାର: ଲାହୋର୍‌ରେ ଜନ୍ମଗ୍ରହଣ କରିଥିବା ଏହି ଖେଳାଳି ଭାରତ ପକ୍ଷରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଦେଶ ବିଭାଜନ ପରେ ସେ ପାକିସ୍ତାନକୁ ଚାଲିଯାଇଥିଲେ। ସେଠାରେ ନାଗରିକତ୍ୱ ଗ୍ରହଣ କରି ପାକିସ୍ତାନ ଦଳ ପାଇଁ ଖେଳିଥିଲେ।

alahiଆମିଲ ଏଲାହି: ଆମିର ଅନେକ ଦିନ ପର୍ଯ୍ୟନ୍ତ କ୍ରିକେଟରେ ସକ୍ରିୟ ଥିଲେ। ଏହି ଖେଳାଳି ମଧ୍ୟ ଭାରତୀୟ ଦଳରେ କ୍ରିକେଟ୍‌ ଖେଳି ସାରିଛନ୍ତି। ୧୯୪୭ ମସିହାରେ ସେ ଭାରତୀୟ ଦଳରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଦେଶ ବିଭାଜନ ପରେ ୧୯୫୨-୫୩ ମସିହା ପର୍ଯ୍ୟନ୍ତ ପାକିସ୍ତାନ ଦଳର ସଦସ୍ୟ ଥିଲେ ଓ ୫ଟି ଟେଷ୍ଟମ୍ୟାଚ୍‌ ଖେଲିଥିଲେ। ଏହି ମ୍ୟାଚ୍‌ ସବୁ ଭାରତ ବିପକ୍ଷରେ ଥିଲା।

patilସ୍ୱପ୍ନିଲ ପାଟିଲ: ୧୬ ଏପ୍ରେଲ୍ ୧୯୮୫ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ ସ୍ୱପ୍ନିଲ। ସେ ପ୍ରଥମେ ମୁମ୍ବାଇ ପକ୍ଷରୁ ଅଣ୍ଡର ନାଇଣ୍ଟିନ୍‌ ଓ ଅଣ୍ଡର-୨୨ରେ କ୍ରିକେଟ୍‌ ଖେଳିଥିଲେ। ପରେ ସେ ଚାକିରି ଆଶାରେ ୟୁଏଇ (ୟୁନାଇଟେଡ୍ ଆରବ ଏମିରେଟ୍‌) ଚାଲିଗଲେ। ସେଠାରେ ତାଙ୍କୁ କ୍ରିକେଟ୍ ଖେଳିବାକୁ ସୁଯୋଗ ମିଳିବାରୁ ସେ ୟୁଏଇ ଦଳର ସଦସ୍ୟ ପାଲଟି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story