ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଏହି ରେକର୍ଡ କଲେ ବୁମ୍ରା

ଆଣ୍ଟିଗୁଆ: ଟେଷ୍ଟ କ୍ରିକେଟରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଖୁବ କମ୍‌ ଇନିଂସ୍‌ରେ ୫୦ଟି ୱିକେଟ ଦଖଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବର୍ତ୍ତମାନ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଆଣ୍ଟିଗୁଆରେ ପ୍ରଥମ ଟେଷ୍ଟ ଚାଲିଛି। ଗତକାଲି ସେ ଡାରେନ୍‌ ବ୍ରାଭୋଙ୍କୁ ଆଉଟ କରି ନିଜ ଟେଷ୍ଟ କ୍ୟାରିୟର ୫୦ତମ ୱିକେଟ ପାଇଥିଲେ। ବୁମ୍ରା ମାତ୍ର ୧୧ଟି ଇନିଂସ୍‌ରେ […]

e

Hemant Lenka
  • Published: Saturday, 24 August 2019
  • , Updated: 24 August 2019, 03:30 PM IST

ଆଣ୍ଟିଗୁଆ: ଟେଷ୍ଟ କ୍ରିକେଟରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଖୁବ କମ୍‌ ଇନିଂସ୍‌ରେ ୫୦ଟି ୱିକେଟ ଦଖଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ବର୍ତ୍ତମାନ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଆଣ୍ଟିଗୁଆରେ ପ୍ରଥମ ଟେଷ୍ଟ ଚାଲିଛି। ଗତକାଲି ସେ ଡାରେନ୍‌ ବ୍ରାଭୋଙ୍କୁ ଆଉଟ କରି ନିଜ ଟେଷ୍ଟ କ୍ୟାରିୟର ୫୦ତମ ୱିକେଟ ପାଇଥିଲେ।

ବୁମ୍ରା ମାତ୍ର ୧୧ଟି ଇନିଂସ୍‌ରେ ୫୦ଟି ୱିକେଟ୍‌ ନେଇଛନ୍ତି। ଏହାପୂର୍ବରୁ କୌଣସି ଭାରତୀୟ ଦ୍ରୁତ ବୋଲର ଏତେ କମ୍‌ ସଂଖ୍ୟକ ଇନିଂସ୍‌ରେ ୫୦ଟି ୱିକେଟ୍‌ ଦଖଲ କରିପାରି ନଥିଲେ। ବୁମ୍ରାଙ୍କ ପୂର୍ବରୁ ଭେଙ୍କଟେଶ ପ୍ରସାଦ ୧୩ଟି ଇନିଂସ୍‌ରେ, ଇରଫାନ ପଠାନ ଓ ଏସ୍‌ ଶ୍ରୀସାନ୍ତ ୧୪ଟି ଇନିଂସ୍‌ରେ ଏବଂ କପିଲ ଦେବ ୧୬ଟି ଇନିଂସ୍‌ରେ ୫୦ଟି ୱିକେଟ୍‌ ନେବାର ରେକର୍ଡ କରିଥିଲେ।

ଅନ୍ୟପକ୍ଷରେ ୫ମ ଭାରତୀୟ ଭାବେ ବୁମ୍ରା ଖୁବକମ ଇନିଂସରେ ୫୦ଟି ୱିକେଟ୍ ନେଇଛନ୍ତି। ଭାରତ ପକ୍ଷରୁ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ମାତ୍ର ୯ଟି ଇନିଂସରେ ତାଙ୍କ ଟେଷ୍ଟ କ୍ୟାରିୟରର ୫୦ତମ ୱିକେଟ ଦଖଲ କରିଥିଲେ।

ତାଙ୍କ ପଛକୁ ଅନୀଲ କୁମ୍ବଲେ ୧୦ଟି ଇନିଂସ୍‌ରେ ୫୦ଟି ୱିକେଟ୍‌ ନେଇଥିଲେ। ହରଭଜନ ସିଂହ, ନରେନ୍ଦ୍ର ହିରୱାନି ଓ ହରଭଜନ ସିଂହ ମିଳିତ ଭାବେ ୧୧ଟି ଇନିଂସରେ ୫୦ଟି ୱିକେଟ୍‌ ଦଖଲ କରିଥିଲେ। ଏହି କ୍ଲବରେ ଏବେ ବୁମ୍ରା ସାମିଲ ହୋଇଛନ୍ତି।

Related story