ପ୍ରଥମଥର ଏହି ଲଜ୍ଜାଜନକ ରେକର୍ଡ କଲେ ବୁମ୍ରା

ମାଉଣ୍ଟ ମାଉଙ୍ଗାନୁଇ: ଟିମ୍ ଇଣ୍ଡିଆ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଅନ୍ତିମ ଦିନିକିଆରେ ମଧ୍ୟ ବୁମ୍ରା କୌଣସି ସଫଳତା ପାଇନାହାନ୍ତି। ଏଥିସହ ବୁମ୍ରା ପ୍ରଥମଥର ଲାଗି ବିନା ୱିକେଟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଶେଷ କରିଛନ୍ତି। ବିଶ୍ୱର ୧ ନମ୍ବର ବୋଲର ବୁମ୍ରା ନିଜର ଶେଷ ଚାରୋଟି ମ୍ୟାଚରେ ମଧ୍ୟ ୱିକେଟଶୂନ ରହିଛନ୍ତି। ତାଙ୍କର ଏହି ନୈରାଶ୍ୟଜନକ ଅଭିଯାନ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦିନିକିଆରେ ଆରମ୍ଭ ହୋଇଥିଲା। ଏହା […]

bumrah

Ranjit Kumar Jena
  • Published: Tuesday, 11 February 2020
  • , Updated: 11 February 2020, 05:56 PM IST

ମାଉଣ୍ଟ ମାଉଙ୍ଗାନୁଇ: ଟିମ୍ ଇଣ୍ଡିଆ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଅନ୍ତିମ ଦିନିକିଆରେ ମଧ୍ୟ ବୁମ୍ରା କୌଣସି ସଫଳତା ପାଇନାହାନ୍ତି। ଏଥିସହ ବୁମ୍ରା ପ୍ରଥମଥର ଲାଗି ବିନା ୱିକେଟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଶେଷ କରିଛନ୍ତି।

ବିଶ୍ୱର ୧ ନମ୍ବର ବୋଲର ବୁମ୍ରା ନିଜର ଶେଷ ଚାରୋଟି ମ୍ୟାଚରେ ମଧ୍ୟ ୱିକେଟଶୂନ ରହିଛନ୍ତି। ତାଙ୍କର ଏହି ନୈରାଶ୍ୟଜନକ ଅଭିଯାନ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦିନିକିଆରେ ଆରମ୍ଭ ହୋଇଥିଲା। ଏହା ପରେ ସେ ଚଳିତ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ମଧ୍ୟ କୌଣସି ୱିକେଟ୍ ନେବାରେ ସଫଳ ହୋଇନାହାନ୍ତି।

ଏଠାରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ବୁମ୍ରା ୧୦ ଓଭରରେ ବିନା କୌଣସି ସଫଳତାରେ ୫୦ ରନ୍ ବ୍ୟୟ କରିଥିଲେ। ସେହିପରି ପ୍ରଥମ ଦୁଇଟି ଦିନିକିଆରେ ସେ ଯଥାକ୍ରମେ ୬୪ ଓ ୫୩ ରନ୍ ଦେଇଥିଲେ ହେଁ, କୌଣସି ୱିକେଟ୍ ନେଇପାରିନଥିଲେ। ୨୦୧୦ରେ ବୁମ୍ରା ଏପର୍ଯ୍ୟନ୍ତ ୬ଟି ଦିନିକିଆ ଖେଳିସାରିଥିବା ବେଳେ ମାତ୍ର ଗୋଟିଏ ୱିକେଟ୍ ନେବାକୁ ସକ୍ଷମ ହୋଇଛନ୍ତି। ସେହିପରି ଟି-୨୦ ଫର୍ମାଟରେ ସେ ୭ଟି ମ୍ୟାଚରେ ୮ ୱିକେଟ୍ ନେଇଛନ୍ତି।

Related story