ବୁମ୍ରା ଓ ମନ୍ଧାନା ପାଇଲେ 'ୱିଜଡେନ୍ ଇଣ୍ଡିଆ କ୍ରିକେଟର୍ ଅଫ୍ ଦି ଇୟର୍‌'

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସ୍ପିଡଷ୍ଟାର୍ ଯଶପ୍ରୀତ ବୁମ୍ରା ଓ ବ୍ୟାଟ୍ସଓମ୍ୟାନ୍ ସ୍ମୃତି ମନ୍ଧାନାଙ୍କୁ ସମ୍ମାନଜନକ ‘ୱିଜଡେନ୍ ଇଣ୍ଡିଆ ଅଲମାନକ କ୍ରିକେଟର୍ ଅଫ୍ ଦି ଇୟର୍’ ପୁରସ୍କାର ଜିତିଛନ୍ତି। ଏସିଆରେ ପାକିସ୍ତାନର ଫକର ଜମାନ୍‌, ଶ୍ରୀଲଙ୍କାର ଦିମୁତ କରୁଣାରତ୍ନେ ଏବଂ ଆଫଗାନିସ୍ତାନର ରଶିଦ୍ ଖାନ୍ ମଧ୍ୟ ଏହି ପୁରସ୍କାର ଜିତିଛନ୍ତି। ମନ୍ଧାନା ତୃତୀୟ ମହିଳା କ୍ରିକେଟର ଭାବେ ଏହି ପୁରସ୍କାର ହାସଲ କରିଛନ୍ତି। ଏହା ପୂର୍ବରୁ ଭାରତୀୟ ମହିଳା ଦିନିକିଆ ଟିମ୍ କ୍ୟାପଟେନ୍ ମିତାଲୀ ରାଜ ଏବଂ ଦୀପ୍ତି […]

bumrah-and-mandhana

Ranjit Kumar Jena
  • Published: Friday, 25 October 2019
  • , Updated: 25 October 2019, 06:49 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସ୍ପିଡଷ୍ଟାର୍ ଯଶପ୍ରୀତ ବୁମ୍ରା ଓ ବ୍ୟାଟ୍ସଓମ୍ୟାନ୍ ସ୍ମୃତି ମନ୍ଧାନାଙ୍କୁ ସମ୍ମାନଜନକ 'ୱିଜଡେନ୍ ଇଣ୍ଡିଆ ଅଲମାନକ କ୍ରିକେଟର୍ ଅଫ୍ ଦି ଇୟର୍' ପୁରସ୍କାର ଜିତିଛନ୍ତି। ଏସିଆରେ ପାକିସ୍ତାନର ଫକର ଜମାନ୍‌, ଶ୍ରୀଲଙ୍କାର ଦିମୁତ କରୁଣାରତ୍ନେ ଏବଂ ଆଫଗାନିସ୍ତାନର ରଶିଦ୍ ଖାନ୍ ମଧ୍ୟ ଏହି ପୁରସ୍କାର ଜିତିଛନ୍ତି।

ମନ୍ଧାନା ତୃତୀୟ ମହିଳା କ୍ରିକେଟର ଭାବେ ଏହି ପୁରସ୍କାର ହାସଲ କରିଛନ୍ତି। ଏହା ପୂର୍ବରୁ ଭାରତୀୟ ମହିଳା ଦିନିକିଆ ଟିମ୍ କ୍ୟାପଟେନ୍ ମିତାଲୀ ରାଜ ଏବଂ ଦୀପ୍ତି ଶର୍ମା ଏହି ପୁରସ୍କାର ଜିତିସାରିଛନ୍ତି।

ସେହିପରି ଭାରତର ପୂର୍ବତନ କ୍ରିକେଟର୍ ଗୁଣ୍ଡାପ୍ପା ବିଶ୍ୱନାଥ ଏବଂ ଲାଲା ଅମରନାଥ ୱିଜଡେନ୍ ଇଣ୍ଡିଆ ହଲ୍ ଅଫ୍ ଫେମରେ ସାମିଲ୍ ହୋଇଛନ୍ତି। ପ୍ରଶାନ୍ତ କିଦାମ୍ବୀଙ୍କ କ୍ରିକେଟ୍ କଣ୍ଟ୍ରି- ଦି ଅନଟୋଲ୍ଡ ହିଷ୍ଟ୍ରୀକୁ ୱିଜଡେନ୍ ଇଣ୍ଡିଆ ବୁକ୍ ଅଫ୍ ଦି ଇୟର୍ ଭାବେ ପୁରସ୍କୃତ କରାଯାଇଛି।

Related story