ରଜନୀକାନ୍ତଙ୍କ ଅଧୀନରେ ଟ୍ରେନିଂ ଆରମ୍ଭ କଲେ ବୁମ୍ରା

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଦୀର୍ଘଦିନ ଧରି ଆହତ ସମସ୍ୟାରେ ଅଛନ୍ତି ଏବଂ ସେ ଶୀଘ୍ର ମଇଦାନକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆହତରୁ ଶୀଘ୍ର ମୁକୁଳିବା ପାଇଁ ସେ ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରେନର ରଜନୀକାନ୍ତ ଶିବାଗନାନମଙ୍କ ଅଧୀନରେ ଟ୍ରେନିଂ ଆରମ୍ଭ କରିଛନ୍ତି। ଗତ ସେପ୍ଟେମ୍ବରରେ ବୁମ୍ରା ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ୍ ଖେଳିନଥିଲେ । ଏହାଛଡ଼ା […]

bumrah

bumrah

Ranjit Kumar Jena
  • Published: Tuesday, 03 December 2019
  • Updated: 03 December 2019, 09:00 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଦୀର୍ଘଦିନ ଧରି ଆହତ ସମସ୍ୟାରେ ଅଛନ୍ତି ଏବଂ ସେ ଶୀଘ୍ର ମଇଦାନକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆହତରୁ ଶୀଘ୍ର ମୁକୁଳିବା ପାଇଁ ସେ ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରେନର ରଜନୀକାନ୍ତ ଶିବାଗନାନମଙ୍କ ଅଧୀନରେ ଟ୍ରେନିଂ ଆରମ୍ଭ କରିଛନ୍ତି। ଗତ ସେପ୍ଟେମ୍ବରରେ ବୁମ୍ରା ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ୍ ଖେଳିନଥିଲେ । ଏହାଛଡ଼ା ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର୍ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି।

ପିଟିଆଇ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ବର୍ତ୍ତମାନ ବୁମ୍ରା ଏମସିଏରେ ଟ୍ରେନିଂ ନେଉଛନ୍ତି। ତେବେ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ବ୍ୟବସ୍ଥା କରାଯାଇଛି। ୨୫ ବର୍ଷୀୟ ଏହି ପେସ୍ ବୋଲର ଆସନ୍ତାବର୍ଷ ଜାନୁଆରୀ ମାସରେ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି, ଯେଉଁଠାରେ ଭାରତ ୫ଟି ଟି-୨୦ ମ୍ୟାଚ୍‌, ତିନୋଟି ଦିନିକିଆ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ବୁମ୍ରାଙ୍କ ଟ୍ରେନର୍ ରଜନୀକାନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସର୍ପୋଟ୍ ଷ୍ଟାଫ୍। ସେ ମଧ୍ୟ ସ୍ୱତନ୍ତ୍ର ଭାବେ ଖେଳାଳିମାନଙ୍କୁ ଟ୍ରେନିଂ ଦିଅନ୍ତି।

ଏ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁହାଯାଇଛି ଯେ "ଯେତେବେଳେ କୌଣସି ଆଇପିଏଲ୍ ମ୍ୟାଚ୍ ନଥାଏ, ସେତେବେଳେ ରଜନୀକାନ୍ତ କୌଣସି କାମ ପାଇଁ ଉପଲବ୍ଧ ଥାନ୍ତି। ଯଦି ସେ ବୁମ୍ରାଙ୍କୁ ଟ୍ରେନିଂ ଦେଉଛନ୍ତି, ତାହେଲେ ଏଥିରେ ଆମର କୌଣସି ସମସ୍ୟା ନାହିଁ।" ସୂଚନାଯୋଗ୍ୟ, ରଜନୀକାନ୍ତ ଅଗଷ୍ଟରେ ଟିମ୍ ଇଣ୍ଡିଆର ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଙ୍ଗ୍ କୋଚ୍ ପଦବୀ ପାଇଁ ଆବେଦନ କରିଥିଲେ, କିନ୍ତୁ ବିସିସିଆଇର ପ୍ରଶାସନିକ କମିଟି (ସିଏଓ) ତାଙ୍କ ବଦଳରେ ନିକ୍ ୱେବଙ୍କୁ ଟିମ୍ ଇଣ୍ଡିଆର ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଙ୍ଗ୍ କୋଚ୍ ଭାବେ ଚୟନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos