ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍: ପୂର୍ଣ୍ଣିମାଙ୍କୁ ସ୍ୱର୍ଣ୍ଣ, ଅମୀୟଙ୍କୁ ରୌପ୍ୟ, ଦୂତିଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ଚେନ୍ନାଇଠାରେ ଚାଲିଥିବା ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାକୁ ସୋମବାର ମିଳିଛି ଆଉ ତିନୋଟି ପଦକ। ହେପଟାଥାଲାନରେ ପୂର୍ଣ୍ଣିମା ହେମ୍ବ୍ରମ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ୧୦୦ ମିଟର ଦୌଡ଼ରେ ଅମୀୟ ମଲ୍ଲିକ ରୌପ୍ୟ ପଦକ ହାସଲ କରିଥିବା ବେଳେ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ଜିତିଛନ୍ତି ବ୍ରୋଞ୍ଜ। ରବିବାର ଓଡ଼ିଶା ୪ ଗୁଣା ୧୦୦ ମିଟର ମହିଳା (ଶ୍ରାବଣୀ-ପୂର୍ଣ୍ଣିମା-ଜଉନା-ଦୂତି) ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଶନିବାର ୨୦୦ ମିଟର ଦୌଡ଼ରେ […]

amiya

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 03:52 PM IST

ଭୁବନେଶ୍ୱର: ଚେନ୍ନାଇଠାରେ ଚାଲିଥିବା ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାକୁ ସୋମବାର ମିଳିଛି ଆଉ ତିନୋଟି ପଦକ। ହେପଟାଥାଲାନରେ ପୂର୍ଣ୍ଣିମା ହେମ୍ବ୍ରମ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ୧୦୦ ମିଟର ଦୌଡ଼ରେ ଅମୀୟ ମଲ୍ଲିକ ରୌପ୍ୟ ପଦକ ହାସଲ କରିଥିବା ବେଳେ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ଜିତିଛନ୍ତି ବ୍ରୋଞ୍ଜ।

ରବିବାର ଓଡ଼ିଶା ୪ ଗୁଣା ୧୦୦ ମିଟର ମହିଳା (ଶ୍ରାବଣୀ-ପୂର୍ଣ୍ଣିମା-ଜଉନା-ଦୂତି) ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଶନିବାର ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ନନ୍ଦ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୪ ଗୁଣା ସେହିପରି ଏହି ଚାମ୍ପିଅନସିପର ପ୍ରଥମ ଦିନରେ ଅର୍ଥାତ ଶୁକ୍ରବାର ଓଡ଼ିଶା ପାଇଁ ପ୍ରଥମ ପଦକ ଜିତିଥିଲେ ସରିତା ସିଂହ। ମହିଳା ହାମର ଥ୍ରୋରେ ସେ ରୌପ୍ୟ ପଦକ ଜିତିଥିଲେ।

Related story