ଓଡ଼ିଆ ଝିଅ ଜଉନାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ଚେନ୍ନାଇ ଠାରେ ଚାଲିଥିବା ଜାତୀୟ ସିନିଅର ଆଥ୍‌ଲେଟିକ୍ସରେ ଓଡ଼ିଆ ଝିଅ ଜଉନା ମୁର୍ମୁଙ୍କୁ ମିଳିଛି ବଡ଼ ସଫଳତା। ୪୦୦ ମିଟର ବାଧା ଦୌଡ଼ରେ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ।