ଆଇସିସି ବୈଠକରେ ଜୟ ଶାହ ବିସିସିଆଇ ପ୍ରତିନିଧି

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚିଫ୍ ଏକଜିକ୍ୟୁଟିଭ୍ କମିଟି (ସିଇସି) ବୈଠକରେ ବିସିସିଆଇ ସମ୍ପାଦକ ଜୟ ଶାହ ବୋର୍ଡର ପ୍ରତିନିଧିତ୍ୱ କରିବେ। ଚଳିତ ବର୍ଷ ଅକ୍ଟୋବର ୨୩ ତାରିଖରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ ଶାହ ମଧ୍ୟ ସମ୍ପାଦକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ରବିବାର ବିସିସିଆଇର ୮୮ତମ ସାଧାରଣ ବାର୍ଷିକ ବୈଠକ (ଏଜିଏମ)ରେ ଶାହଙ୍କୁ ଆଇସିସି ବୈଠକ ପାଇଁ ବୋର୍ଡର ପ୍ରତିନିଧି ଭାବେ ଘୋଷଣା କରାଯାଇଛି। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଯେଉଁଠାରେ ବି […]

jay-shah

Ranjit Kumar Jena
  • Published: Sunday, 01 December 2019
  • , Updated: 01 December 2019, 07:01 PM IST

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚିଫ୍ ଏକଜିକ୍ୟୁଟିଭ୍ କମିଟି (ସିଇସି) ବୈଠକରେ ବିସିସିଆଇ ସମ୍ପାଦକ ଜୟ ଶାହ ବୋର୍ଡର ପ୍ରତିନିଧିତ୍ୱ କରିବେ। ଚଳିତ ବର୍ଷ ଅକ୍ଟୋବର ୨୩ ତାରିଖରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ ଶାହ ମଧ୍ୟ ସମ୍ପାଦକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ରବିବାର ବିସିସିଆଇର ୮୮ତମ ସାଧାରଣ ବାର୍ଷିକ ବୈଠକ (ଏଜିଏମ)ରେ ଶାହଙ୍କୁ ଆଇସିସି ବୈଠକ ପାଇଁ ବୋର୍ଡର ପ୍ରତିନିଧି ଭାବେ ଘୋଷଣା କରାଯାଇଛି।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଯେଉଁଠାରେ ବି ଆଇସିସିର ବୈଠକ ହେବ, ବିସିସିଆଇ ପକ୍ଷରୁ ଜୟ ଶାହ ପ୍ରତିନିଧିତ୍ୱ କରିବେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) ବିସିସିଆଇର ସିଇଓ ରାହୁଲ ଜୋହରୀ ହିଁ ଆଇସିସି ବୈଠକରେ ବୋର୍ଡର ପ୍ରତିନିଧିତ୍ୱ କରୁଥିଲେ।

Related story