ଜିମ୍ୱାୱେ ଗସ୍ତରେ ଯିବେନି ଧୋନୀ, କୋହଲି ଓ ଅଶ୍ୱିନୀ !

ନୂଆଦିଲ୍ଲୀ:  ଆସନ୍ତା ମାସରେ ଟିମ୍ ଇଣ୍ଡିଆ ଯିବ ଜିମ୍ବାୱେ ଗସ୍ତରେ। ଗତକାଲି ଏହି ଗସ୍ତ ସମ୍ପର୍କରେ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ତା’ ସହିତ ଜିମ୍ୱାୱେ ଗସ୍ତ ନେଇ ଆସନ୍ତକାଲି (ସୋମବାର) ଚୟନ କମିଟି ବୈଠକ ବସିବ ବୋଲି କୁହାଯାଇଥିଲା। ବିଶେଶ ସୂତ୍ରରୁ ଜଣାପଡିଛି ଯେ ଜିମ୍ୱାୱେ ଗସ୍ତରୁ କିଛି ପ୍ରମୁଖ ଖେଳାଳିଙ୍କୁ ବାଦ ଦିଆଯାଇପାରେ। ବିଶ୍ରାମ ଦେବା ପାଇଁ ସେମାନଙ୍କୁ ତାଲିକାରେ ସ୍ଥାନ ଦିଆଯାଇନପାରେ । ଏମାନଙ୍କ ମଧ୍ୟରେ ଅଛନ୍ତି ଦିନିକିଆ ଅଧିନାୟକ ମହେନ୍ଦ୍ର ସିଂ […]

donii

Rakesh Mallick
  • Published: Sunday, 28 June 2015
  • , Updated: 28 June 2015, 08:33 AM IST

ନୂଆଦିଲ୍ଲୀ:  ଆସନ୍ତା ମାସରେ ଟିମ୍ ଇଣ୍ଡିଆ ଯିବ ଜିମ୍ବାୱେ ଗସ୍ତରେ। ଗତକାଲି ଏହି ଗସ୍ତ ସମ୍ପର୍କରେ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ତା’ ସହିତ ଜିମ୍ୱାୱେ ଗସ୍ତ ନେଇ ଆସନ୍ତକାଲି (ସୋମବାର) ଚୟନ କମିଟି ବୈଠକ ବସିବ ବୋଲି କୁହାଯାଇଥିଲା। ବିଶେଶ ସୂତ୍ରରୁ ଜଣାପଡିଛି ଯେ ଜିମ୍ୱାୱେ ଗସ୍ତରୁ କିଛି ପ୍ରମୁଖ ଖେଳାଳିଙ୍କୁ ବାଦ ଦିଆଯାଇପାରେ। ବିଶ୍ରାମ ଦେବା ପାଇଁ ସେମାନଙ୍କୁ ତାଲିକାରେ ସ୍ଥାନ ଦିଆଯାଇନପାରେ । ଏମାନଙ୍କ ମଧ୍ୟରେ ଅଛନ୍ତି ଦିନିକିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ଟେଷ୍ଟ ଅଧିନାୟକ ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନୀ।

ଏହି ତିନି ଜଣଙ୍କୁ ବିଶ୍ରାମ ଦିଆଗଲେ ଅଧିନାୟକ ଦାୟିତ୍ୱ ରୋହିତ ଶର୍ମା ଅବା ସୁରେଶ  ରୈନାଙ୍କ ହାତକୁ ଯାଇପାରେ । ତେବେ ମିଳିଥିବା ସୂଚନା ଅନୁଯାୟୀ ରୋହିତ ଶର୍ମା ଏହି ଗସ୍ତରେ ଅଧିନାୟକ ହେବାର ଅଧିକ ସମ୍ଭାବନା ରହିଛି। ସେହିପରି ଟିମରେ ଆଜିଙ୍କ୍ୟ ରାହାଣେ ସାମିଲ ହେବାର ସମ୍ଭାବନା ରହିଛି ।

ରବିଚନ୍ଦ୍ରନ ଅଶ୍ୱିନୀକୁ ବିଶ୍ରାମ ଦିଆଗଲେ ଅଫ୍- ସ୍ପିନର ଭାବେ ପରଭିଜ ରସୁଲ ଓ ହରବଜନ ସିଂହଙ୍କୁ ସାମିଲ କରାଯାଇପାରେ। ଯଦି ଚୟନକର୍ତ୍ତାମାନେ  କନିଷ୍ଠ ଖେଳାଳିଙ୍କୁ ପରୀକ୍ଷା କରିବାକୁ ଚାହିଁବେ ତା’ହେଲେ ହରଭଜନ ସିଂହ ସ୍ଥାନ ପାଇବା କଷ୍ଟକର ହୋଇଯିବ।

ଜିମ୍ୱାୱେ ଗସ୍ତ ବେଳେ ଭାରତ ୩ଟି ଦିନିକିଆ ଓ ଦୁଇଟି  ଟେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବ।

 

Related story