ରୁଟଙ୍କ ଦ୍ୱିଶତକ, ଇଂଲଣ୍ଡ ପ୍ରଥମ ଇନିଂସରେ ଆଗୁଆ

ହାମିଲଟନ୍‌: ଜୋ ରୁଟଙ୍କ କ୍ୟାରିୟରର ତୃତୀୟ ଦ୍ୱିଶତକ (୨୨୬) ବଳରେ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ୪୭୬ ରନ୍ କରି ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଇନିଂସରେ ୧୦୧ ରନର ଅଗ୍ରଣୀ ହାସଲ କରିନେଇଛି। ଏହାସହ ଭ୍ରମଣକାରୀ ଟିମ୍ ଉକ୍ତ ଟେଷ୍ଟକୁ ଜିତି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜ୍ ବରାବର କରିବା ଆଶା ଉଜ୍ଜୀବିତ କରିଛି। ପ୍ରଥମ ଇନିଂସରେ ୩୭୫ ରନ୍ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୯୬ ରନ୍ କରିଛି। ଦୁଇ […]

root

Ranjit Kumar Jena
  • Published: Monday, 02 December 2019
  • , Updated: 02 December 2019, 04:52 PM IST

ହାମିଲଟନ୍‌: ଜୋ ରୁଟଙ୍କ କ୍ୟାରିୟରର ତୃତୀୟ ଦ୍ୱିଶତକ (୨୨୬) ବଳରେ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ୪୭୬ ରନ୍ କରି ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଇନିଂସରେ ୧୦୧ ରନର ଅଗ୍ରଣୀ ହାସଲ କରିନେଇଛି। ଏହାସହ ଭ୍ରମଣକାରୀ ଟିମ୍ ଉକ୍ତ ଟେଷ୍ଟକୁ ଜିତି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜ୍ ବରାବର କରିବା ଆଶା ଉଜ୍ଜୀବିତ କରିଛି। ପ୍ରଥମ ଇନିଂସରେ ୩୭୫ ରନ୍ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୯୬ ରନ୍ କରିଛି।

ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ତଥା କ୍ୟାପଟେନ୍ କେନ୍ ୱିଲିୟମସନ୍ ୩୭ ଓ ରସ୍ ଟେଲର୍ ୩୧ ରନ୍ କରି ଅପରାଜିତ ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ୫ ରନରେ ପଛୁଆ ଥିବା ବେଳେ ହାତରେ ୮ ୱିକେଟ୍ ବାକି ରହିଛି। ସିରିଜ୍ ଜିତିବାକୁ ହେଲେ ନ୍ୟୁଜିଲ୍ୟାଣ୍ଡକୁ ଅନ୍ତିମ ଦିବସରେ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ ପଡ଼ିବ। ଦ୍ୱିତୀୟ ଇନିଂସରେ ନ୍ୟୁଜିଲ୍ୟାଣ୍ଡ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନିଂ ବ୍ୟାଟ୍ସମ୍ୟାନ୍ ଜିତ୍ ରାଭାଲ୍ ଖାତା ଖୋଲିବା ପୂର୍ବରୁ କୁରାନଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଅନ୍ୟତମ ଓପ୍ନର ଟମ୍ ଲାଥାମ (୧୮)ଙ୍କୁ କ୍ରିସ୍ ଓକ୍ସ ପ୍ୟାଭିଲିୟନ୍ ପଠାଇଥିଲେ। ତେବେ ୱିଲିୟମସନ୍ ଓ ଟେଲର୍ ତୃତୀୟ ୱିକେଟ୍ ପାଇଁ ଅପରାଜିତ ୬୮ ରନ୍ ଯୋଡ଼ି ଟିମ୍ ସ୍ଥିତି ସୁଧାରିଛନ୍ତି।

ଏହା ପୂର୍ବରୁ ଇଂଲଣ୍ଡ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୨୬୯/୫ରୁ ଖେଳ ଆରମ୍ଭ କରିଥିଲା । ରୁଟ୍ ଓ ଓଲି ପୋପ୍ କ୍ରିଜରେ ଖୁବ୍ ଧୈର୍ଯ୍ୟ ଦେଖାଇଥିଲେ ଏବଂ ଘରୋଇ ଦଳର ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିଥିଲେ। ଖରାପ ଫର୍ମ ପାଇଁ ସମାଲୋଚିତ ହୋଇଆସୁଥିବା ରୁଟ୍ ୪୧୨ ବଲରେ ନିଜର ତୃତୀୟ ଦ୍ୱିଶତକ ପୂରଣ କରିଥିଲେ। ପୋପ୍ ନିଜର ପ୍ରଥମ ଅର୍ଦ୍ଧଶତକ ମାରି ରୁଟଙ୍କୁ ଭରପୂର ସହଯୋଗ କରିଥିଲେ। ପୋପ୍ ବ୍ୟକ୍ତିଗତ ୭୫ (୨୦୨ ବଲ୍‌, ୬ ଚୌକା) ରନ୍ କରି ନିଲ୍ ୱାଗନରଙ୍କ ଶିକାର ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ରୁଟଙ୍କ ସହ ମିଶି ଷଷ୍ଠ ୱିକେଟ୍ ପାଇଁ ୧୯୩ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ।

ଏହା ପରେ ରୁଟଙ୍କୁ ମିଚେଲ୍ ସାଣ୍ଟନର ଆଉଟ୍ କରି ନ୍ୟୁଜିଲ୍ୟାଣ୍ଡକୁ ବଡ଼ ସଫଳତା ଦେଇଥିଲେ। ରୁଟ୍ ନିଜର ଦ୍ୱିଶତକୀୟ ଇନିଂସରେ ୪୪୧ ବଲର ସାମ୍ନା କରି ୨୨ ଚୌକା ଓ ୧ ଛକା ମାରିଥିଲେ। ଇଂଲଣ୍ଡର ଶେଷ ତିନି ୱିକେଟ୍ ୱାଗନର୍ ନେଇଥିଲେ। ସାମ୍ କୁରାନ୍ ୧୧ ରନ୍ କରି ଅପରାଜିତ ଥିବା ବେଳେ କ୍ରିସ୍ ଓକ୍ସ (୦), ଜୋଫ୍ରା ଆର୍ଚର୍ (୮) ଓ ଷ୍ଟୁଆର୍ଟ ବ୍ରଡ୍ (୦) ନିରାଶ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ୱାଗନର୍ ୧୨୪ ରନ୍ ଦେଇ ୫ଟି, ଟିମ୍ ସାଉଦି ୨ଟି, ମ୍ୟାଟ୍ ହେନରୀ ଓ ସାଣ୍ଟନର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Related story