ଜନ୍ମଦିନରେ ହିଟମ୍ୟାନଙ୍କୁ ଆଉଟ୍ କରି ଇତିହାସ ରଚିଲେ ଅଷ୍ଟ୍ରେଲିଆ ବୋଲର

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଭଲ ଆରମ୍ଭ କରିଥିଲେ। କିନ୍ତୁ ସେ ନିଜର ଏହି ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନାହାନ୍ତି। ଜୋଶ୍ ହେଜଲଉଡଙ୍କ ବଲରେ ରୋହିତ୍ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ଏଥିସହ ନିଜ ଜନ୍ମଦିନରେ ହେଜଲଉଡ୍ ନୂଆ ଇତିହାସ ରଚିଛନ୍ତି। ଏହା ହେଜଲଉଡଙ୍କ ୩୦୦ତମ ଅନ୍ତର୍ଜାତୀୟ ୱିକେଟ୍। ହେଜଲଉଡ୍ ଟେଷ୍ଟରେ ୨୦୩, ଦିନିକିଆରେ ୮୮ ଓ ଟି-୨୦ରେ ୯ଟି […]

josh

Ranjit Kumar Jena
  • Published: Friday, 08 January 2021
  • , Updated: 11 January 2021, 12:05 PM IST

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଭଲ ଆରମ୍ଭ କରିଥିଲେ। କିନ୍ତୁ ସେ ନିଜର ଏହି ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନାହାନ୍ତି। ଜୋଶ୍ ହେଜଲଉଡଙ୍କ ବଲରେ ରୋହିତ୍ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ଏଥିସହ ନିଜ ଜନ୍ମଦିନରେ ହେଜଲଉଡ୍ ନୂଆ ଇତିହାସ ରଚିଛନ୍ତି। ଏହା ହେଜଲଉଡଙ୍କ ୩୦୦ତମ ଅନ୍ତର୍ଜାତୀୟ ୱିକେଟ୍। ହେଜଲଉଡ୍ ଟେଷ୍ଟରେ ୨୦୩, ଦିନିକିଆରେ ୮୮ ଓ ଟି-୨୦ରେ ୯ଟି ୱିକେଟ୍‌ ହାସଲ କରିଛନ୍ତି।

କ୍ରିକେଟର ସବୁ ଫର୍ମାଟରେ ୩୦୦ରୁ ଅଧିକ ୱିକେଟ୍ ନେବାରେ ହେଜଲଉଡ୍ ଅଷ୍ଟ୍ରେଲିଆର ଏକାଦଶ ବୋଲର ହୋଇଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର୍ ଶେନ୍ ୱାର୍ଣ୍ଣ ପ୍ରଥମ ସ୍ଥାନରେ ରହିଛନ୍ତି। ୱାର୍ଣ୍ଣ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୯୯୯ ୱିକେଟ୍ ନେଇଛନ୍ତି। ତାଙ୍କ ପରକୁ ଗ୍ଲେନ୍ ମ୍ୟାକଗ୍ରା' ୯୪୮ ୱିକେଟ୍, ବ୍ରେଟ୍ ଲି' ୭୧୮ ୱିକେଟ୍ ସହ ଯଥାକ୍ରମେ ୨ୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

https://twitter.com/cricketcomau/status/1347430842516209667?s=20

ଅନ୍ୟ ଅଷ୍ଟ୍ରେଲୀୟ ବୋଲରଙ୍କ ମଧ୍ୟରେ ମିଚେଲ୍ ଜନସନ୍ ୫୯୦ ୱିକେଟ୍ ନେଇଥିବା ବେଳେ ସି ମ୍ୟାକଡରମଟ୍ ୪୯୪ ୱିକେଟ୍, ମିଚେଲ୍ ଷ୍ଟାର୍କ ୪୮୩, ଡେନିସ୍ ଲିଲି ୪୫୮ ୱିକେଟ୍, ନାଥନ ଲିୟନ୍ ୪୨୪ ୱିକେଟ୍, ଜେସନ୍ ଗିଲେସ୍ପି ୪୦୨ ୱିକେଟ୍, ପ୍ୟାଟ୍ କମିନ୍ସ ୩୦୧ ୱିକେଟ୍ ଓ ଜୋଶ୍ ହେଜଲଉଡ୍ ୩୦୦ ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ସ୍ମିଥଙ୍କ ଏହି ମାରାଥନ ଶତକୀୟ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରି ଅଲଆଉଟ୍ ହୋଇଛି। ସ୍ମିଥଙ୍କ ବ୍ୟତୀତ ମାର୍ନସ୍ ଲାବୁଶେନ୍ ୯୧ ଓ ୱିଲ ପୁକୋଭସ୍କି ୬୨ ରନର ଇନିଂସ୍ ଖେଳିଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି, ଯଶପ୍ରୀତ ବୁମ୍ରା ଓ ଡେବ୍ୟୁଟାଣ୍ଟ ନବଦୀପ ସାଇନି ୨ଟି ଲେଖାଏ ୱିକେଟ୍‌ ନେଇଛନ୍ତି। ମହମ୍ମଦ ସିରାଜ୍ ଗୋଟିଏ ସଫଳତା ପାଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ନିରାଶ ହେବାକୁ ପଡ଼ିଛି।

ଏହାର ଜବାବରେ ଭାରତ ୨ୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍‌ ହରାଇ ୯୬ ରନ୍ କରିଛି। ଶୁବମାନ୍ ଗିଲ୍ ୫୦ ଓ ରୋହିତ୍ ଶର୍ମା ୨୬ ରନ୍ କରି ଆଉଟ୍ ହୋଇଥିବା ବେଳେ ପୂଜାରା (୯) ଓ ରାହାଣେ (୫) କ୍ରିଜରେ ଅଛନ୍ତି।

Related story