ଜୁନ୍‌ରେ ଜିମ୍ବାୱେ ଗସ୍ତରେ ଯିବ ଭାରତ

ନୂଆଦିଲ୍ଲୀ:ଚଳିତ ବର୍ଷ ଜୁନ୍‌ ମାସରେ  ଜିମ୍ବାୱେ ଗସ୍ତରେ ଭାରତ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ଆଜି ଜିମ୍ବାୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସବୁ ମ୍ୟାଚ୍‌ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ। ଜୁନ୍‌ ୧୧ ତାରିଖରୁ ୧୫ ତାରିଖ ଯାଏଁ ଦିନିକିଆ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୧୮ରୁ ୨୨ ମଧ୍ୟରେ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯିବ। ଜିମ୍ବାୱେ କ୍ରିକେଟର ପରିଚାଳନା ନିର୍ଦ୍ଦେଶକ ଡବ୍ଲୁ. ମୁକୋନ୍ଦିୱା କହିଛନ୍ତି,“ବିସିସିଆଇ ସହ ସବିଶେଷ ଆଲୋଚନା କରି […]

ODI in Dharamshala

Rakesh Mallick
  • Published: Tuesday, 03 May 2016
  • , Updated: 03 May 2016, 12:53 PM IST

ନୂଆଦିଲ୍ଲୀ:ଚଳିତ ବର୍ଷ ଜୁନ୍‌ ମାସରେ  ଜିମ୍ବାୱେ ଗସ୍ତରେ ଭାରତ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ଆଜି ଜିମ୍ବାୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସବୁ ମ୍ୟାଚ୍‌ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ। ଜୁନ୍‌ ୧୧ ତାରିଖରୁ ୧୫ ତାରିଖ ଯାଏଁ ଦିନିକିଆ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୧୮ରୁ ୨୨ ମଧ୍ୟରେ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯିବ।

ଜିମ୍ବାୱେ କ୍ରିକେଟର ପରିଚାଳନା ନିର୍ଦ୍ଦେଶକ ଡବ୍ଲୁ. ମୁକୋନ୍ଦିୱା କହିଛନ୍ତି,“ବିସିସିଆଇ ସହ ସବିଶେଷ ଆଲୋଚନା କରି ସାରିବା ପରେ ଆମେ କ୍ରୀଡ଼ାସୂଚୀ ପ୍ରସ୍ତୁତ କରି ପ୍ରକାଶ କରିବୁ।”

୨୦୧୦ରୁ ନିୟମିତ ଭାବେ ଭାରତ ଜିମ୍ବାୱେ ଗସ୍ତରେ ଯାଇ କ୍ରିକେଟ ଖେଳୁଛି।

Related story