ପୁରୁଷ କନିଷ୍ଠ ଏସିଆ ହକି କପ୍ ପାଇଁ ଭାରତୀୟ ଦଳ ଘୋଷିତ; ଦୀପସାନ ତିର୍କୀ ଉପ-ଅଧିନାୟକ

ନୂଆଦିଲ୍ଲୀ: ନଭେମ୍ବର ୧୪ରୁ ୨୨ ତାରିଖ ମଧ୍ୟରେ ମାଲେସିଆରେ ହେବାକୁ ଥିବା ପୁରୁଷ କନିଷ୍ଠ ଏସିଆ ହକି କପ୍ ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଜୁନିୟର ହକି ଟିମର ନେତୃତ୍ୱ ନେଉଛନ୍ତି ହରଜୀତ ସିଂ। ସେହିଭଳି ଉପ-ଅଧିନାୟକ ରହିଛନ୍ତି ଓଡ଼ିଆ ଡିଫେଣ୍ଡର ଦୀପସାନ। ନିକଟରେ ମାଲେସିଆରେ ଶେଷ ହୋଇଥିବା ସୁଲତାନ ଜୋହର କପରେ ସେ ‘ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍’ ବିବେଚିତ ହୋଇଥିଲେ। ବ୍ରିଟେନଠାରୁ ହାରି ଭାରତୀୟ ଦଳ ରନର୍ସ […]

Dipsan-Tirkey

Dipsan-Tirkey

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 02:57 PM IST

Sports

Latest News

Dipsan-Tirkeyନୂଆଦିଲ୍ଲୀ: ନଭେମ୍ବର ୧୪ରୁ ୨୨ ତାରିଖ ମଧ୍ୟରେ ମାଲେସିଆରେ ହେବାକୁ ଥିବା ପୁରୁଷ କନିଷ୍ଠ ଏସିଆ ହକି କପ୍ ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଜୁନିୟର ହକି ଟିମର ନେତୃତ୍ୱ ନେଉଛନ୍ତି ହରଜୀତ ସିଂ। ସେହିଭଳି ଉପ-ଅଧିନାୟକ ରହିଛନ୍ତି ଓଡ଼ିଆ ଡିଫେଣ୍ଡର ଦୀପସାନ। ନିକଟରେ ମାଲେସିଆରେ ଶେଷ ହୋଇଥିବା ସୁଲତାନ ଜୋହର କପରେ ସେ ‘ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍’ ବିବେଚିତ ହୋଇଥିଲେ। ବ୍ରିଟେନଠାରୁ ହାରି ଭାରତୀୟ ଦଳ ରନର୍ସ ଅପ୍ ହୋଇଥିଲା।

ହରଜୀତ ସିଂହ କହିଛନ୍ତି ଯେ ମାଲେସିଆର ଜଳବାୟୁ ସହିତ ଭାରତୀୟ ଦଳ ବେଶ୍ ପରିଚିତ। ଏହା ପୂର୍ବରୁ ମାଲେସିଆରେ ନିକଟରେ ଦଳ ସୁଲତାନ ଜୋହର ଟୁର୍ଣ୍ଣାମେଣ୍ଟ୍ ଖେଳିଥିଲେ। ଗତ ଦୁଇ ମାସ ହେବ ଦଳ ଏକତ୍ର ରହିଛି। ତେଣୁ ଏସିଆ କପରେ ଭାରତକୁ ଗୌରବାନ୍ୱିତ କଲା ଭଳି ଦଳ ନିଶ୍ଚୟ ଖେଳିବାକୁ ଚେଷ୍ଟା କରିବ।

ଏସିଆର ପ୍ରମୁଖ ୮ଟି ଦେଶର ଏଥିରେ ଭାଗ ନେଉଥିବା ବେଳେ ଭାରତ ଗ୍ରୁପ୍ ‘ଏ’ରେ ରହିଛି। ଭାରତ ତା’ର ଉଦଘାଟନୀ ମ୍ୟାଚ୍ ଜାପାନ ବିପକ୍ଷରେ ନଭେମ୍ବର ୧୪ରେ ଖେଳିବ।

ଭାରତୀୟ ଦଳ: ସୁରଜ କାରକାରା, ବିକାଶ ଦହିୟା (ଗୋଲକିପର); ଦୀପସାନ୍ ତିର୍କୀ (ଉପ-ଅଧିନାୟକ), ବରୁଣ କୁମାର, ଆନନ୍ଦ ଲାକ୍ରା, ବିକ୍ରମଜିତ୍ ସିଂହ, ହରମପ୍ରୀତି ସିଂହ (ସମସ୍ତା ଡିଫେଣ୍ଡର); ନିଲକାନ୍ତ ଶର୍ମା, ହରଜୀତ ସିଂ (ଅଧିନାୟକ), ସାନ୍ତା ସିଂହ, ମନପ୍ରୀତ ସିଂହ, ମଙ୍ଗଲ୍ ସିଂହ ଚହଲ ( ସମସ୍ତେ ମିଡ୍ ଫିଲଡର୍); ମନଦୀପ ସିଂହ, ସୁମିତ କୁମାର, ଅରମାନ କ୍ୟୁରେସି, ଗୁରଜନ୍ତ ସିଂହ, ମହମ୍ମଦ ଉମର, ଅଜିତ୍ କୁମାର ପାଣ୍ଡେ (ସମସ୍ତ ଫରୱାର୍ଡର)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos