ରବାଡାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପଛରେ ଏହି ଭାରତୀୟଙ୍କ ହାତ

ମୁମ୍ବାଇ: ଦକ୍ଷିଣ ଆଫ୍ରିକାର ଯୁବ ପେସ୍ ବୋଲର କାଗିସୋ ରବାଡା ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍‌ କୋହଲିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଏପରିକି ରବାଡା ନିଜର ଶ୍ରେଷ୍ଠ ପ୍ରଦର୍ଶନ ପଛରେ କୋହଲିଙ୍କ ସ୍ଥିରତାକୁ ହିଁ ଶ୍ରେୟ ଦେଇଛନ୍ତି। ରବାଡା କହିଛନ୍ତି, “କୋହଲି ମଇଦାନରେ ଯେଉଁଭଳି ଭାବେ ନିରନ୍ତର ପ୍ରଦର୍ଶନ କରନ୍ତି, ତାହା ମୋତେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ପ୍ରେରଣା ଯୋଗାଇଥାଏ। ତେଣୁ କୋହଲି ସବୁ ସମ୍ମାନ ପାଇବା ପାଇଁ ହକଦାର।” କ୍ରିକେଟ୍ ମଇଦାନରେ କୋହଲି ଓ […]

kohli-and-rabada

Ranjit Kumar Jena
  • Published: Thursday, 23 April 2020
  • , Updated: 23 April 2020, 06:58 PM IST

ମୁମ୍ବାଇ: ଦକ୍ଷିଣ ଆଫ୍ରିକାର ଯୁବ ପେସ୍ ବୋଲର କାଗିସୋ ରବାଡା ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍‌ କୋହଲିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଏପରିକି ରବାଡା ନିଜର ଶ୍ରେଷ୍ଠ ପ୍ରଦର୍ଶନ ପଛରେ କୋହଲିଙ୍କ ସ୍ଥିରତାକୁ ହିଁ ଶ୍ରେୟ ଦେଇଛନ୍ତି।

ରବାଡା କହିଛନ୍ତି, "କୋହଲି ମଇଦାନରେ ଯେଉଁଭଳି ଭାବେ ନିରନ୍ତର ପ୍ରଦର୍ଶନ କରନ୍ତି, ତାହା ମୋତେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ପ୍ରେରଣା ଯୋଗାଇଥାଏ। ତେଣୁ କୋହଲି ସବୁ ସମ୍ମାନ ପାଇବା ପାଇଁ ହକଦାର।" କ୍ରିକେଟ୍ ମଇଦାନରେ କୋହଲି ଓ ରବାଡାଙ୍କ ମଧ୍ୟ ଜୋରଦାର ଟକ୍କର ଦେଖିବାକୁ ମିଳିଛି। ତିନୋଟି ଯାକ ଫର୍ମାଟରେ କୋହଲିଙ୍କ ବ୍ୟାଟିଂ ହାର ୫୦ରୁ ଅଧିକ ରହିଛି।

ରବାଡାଙ୍କୁ ପଚରାଯାଇଥିଲା ଯେ ଅନ୍ତର୍ଜାତୀୟ କ୍ରିକେଟରେ ସେ କେଉଁ କ୍ରିକେଟରଙ୍କୁ ଅଧିକ ସମ୍ମାନ କରନ୍ତି, ଯିଏ ତାଙ୍କୁ ଭଲ ପ୍ରଦର୍ଶନ କରିବାରେ ପ୍ରେରଣା ଯୋଗାଇଥାଏ। ଜବାବରେ ରବାଡା କହିଛନ୍ତି, ଯଦି ଦିନିକିଆ କଥା କହିବି, ତାହେଲେ କୋହଲିଙ୍କ ପ୍ରଦର୍ଶନ ଅଧିକ ନିରନ୍ତର। ସେହିପରି ଟେଷ୍ଟରେ ମଧ୍ୟ କୋହଲି ନିଜ ପ୍ରଦର୍ଶନରେ ସ୍ଥିରତା ବଜାୟ ରଖନ୍ତି। ଏହାବାଦ୍ ମୋତେ ବେନ୍ ଷ୍ଟୋକ୍ସ, ଷ୍ଟିଭ୍ ସ୍ମିଥ୍, କେନ୍ ୱିଲିୟମସନଙ୍କ ପ୍ରଦର୍ଶନ ମଧ୍ୟ ଭଲ ଲାଗେ। ୨୪ ବର୍ଷୀୟ ଏହି ଯୁବ ପେସର ଦକ୍ଷିଣ ଆଫ୍ରିକା ପକ୍ଷରୁ ୪୩ ଟେଷ୍ଟ ଖେଳି ୧୯୭ ୱିକେଟ୍‌ ନେଇଛନ୍ତି। ସେହିପରି ସେ ୭୫ ଦିନିକିଆରେ ୧୧୭ ସଫଳତା ହାସଲ କରିଛନ୍ତି।

Related story