ଦିଲ୍ଲୀ ଡେୟାର ଡେଭିଲ୍ସର ଆସିଷ୍ଟାଣ୍ଟ କୋଚ୍ ହେଲେ ମହମ୍ମଦ କୈଫ୍

ନୂଆଦିଲ୍ଲୀ: ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌ର ୨୦୧୯ ସଂସ୍କରଣ ପାଇଁ ଟିମ୍‌ ଇଣ୍ଡିଆର ପୂର୍ବତନ୍‌ କ୍ରିକେଟର୍‌ ମହମ୍ମଦ କୈଫ୍‌ ଦିଲ୍ଲୀ ଡେୟାର ଡେଭିଲ୍‌ସର ଆସିଷ୍ଟାଣ୍ଟ କୋଚ୍‌ ଭାବେ ନିଯୁକ୍ତ ପାଇଛନ୍ତି। ପୂର୍ବରୁ ସେ ୨୦୧୭ରେ ଗୁଜରାଟ୍‌ ଲାୟନ୍‌ସର ଆସିଷ୍ଟାଣ୍ଟ କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ଦିଲ୍ଲୀ ଡେୟାର ଡେଭିଲ୍‌ସ ରିକି ପଣ୍ଟିଂ ଓ ଜେମ୍ସ ହୋପ୍ସଙ୍କୁ ଦଳର କୋଚିଂ ଟିମ୍‌ରେ ରଖିଥିବା ବେଳେ ଏବେ ସେମାନଙ୍କ ସହ କୈଫ୍‌ ସାମିଲ ହୋଇଛନ୍ତି। ଏହି ନିଯୁକ୍ତି ସମ୍ପର୍କରେ କୈଫ୍‌ କହିଛନ୍ତି, […]

t

Hemant Lenka
  • Published: Friday, 09 November 2018
  • , Updated: 09 November 2018, 07:33 PM IST

ନୂଆଦିଲ୍ଲୀ: ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌ର ୨୦୧୯ ସଂସ୍କରଣ ପାଇଁ ଟିମ୍‌ ଇଣ୍ଡିଆର ପୂର୍ବତନ୍‌ କ୍ରିକେଟର୍‌ ମହମ୍ମଦ କୈଫ୍‌ ଦିଲ୍ଲୀ ଡେୟାର ଡେଭିଲ୍‌ସର ଆସିଷ୍ଟାଣ୍ଟ କୋଚ୍‌ ଭାବେ ନିଯୁକ୍ତ ପାଇଛନ୍ତି।

ପୂର୍ବରୁ ସେ ୨୦୧୭ରେ ଗୁଜରାଟ୍‌ ଲାୟନ୍‌ସର ଆସିଷ୍ଟାଣ୍ଟ କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ଦିଲ୍ଲୀ ଡେୟାର ଡେଭିଲ୍‌ସ ରିକି ପଣ୍ଟିଂ ଓ ଜେମ୍ସ ହୋପ୍ସଙ୍କୁ ଦଳର କୋଚିଂ ଟିମ୍‌ରେ ରଖିଥିବା ବେଳେ ଏବେ ସେମାନଙ୍କ ସହ କୈଫ୍‌ ସାମିଲ ହୋଇଛନ୍ତି।

ଏହି ନିଯୁକ୍ତି ସମ୍ପର୍କରେ କୈଫ୍‌ କହିଛନ୍ତି, “ ମୁଁ ଦିଲ୍ଲୀ ଡେୟାର ଡେଭିଲ୍‌ସ ଭଳି ଫ୍ରାଞ୍ଚାଇଜ୍‌ ସହ ଯୋଡ଼ି ହୋଇ ବେଶ ଉତ୍ସାହିତ। ମୁଁ ନିଶ୍ଚିତ ଭାବେ ଶତପ୍ରତିଶତ ପରିଶ୍ରମ କରିବି। ଟିମ୍‌ ମ୍ୟାନେଜ୍‌ମେଣ୍ଟ ସହ ମିଶି ଦଳକୁ ଆଇପିଏଲ୍‌ରେ କମାଲ କରିବାକୁ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବି।”
କୈଫ ଭାରତ ପକ୍ଷରୁ ୧୨୫ଟି ଦିନିକିଆ ଓ ୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେହିଭଳି ଘରୋଇ କ୍ରିକେଟ୍‌ରେ କୈଫ୍‌ ୧୮୬ଟି ମ୍ୟାଚ୍‌ରେ ୧୦,୨୨୯ ରନ୍‌ କରିଥିଲେ।

Related story