ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ ପାଇଁ ପ୍ରସ୍ତୁତ କଳିଙ୍ଗ ଷ୍ଟାଡିୟମ: ୯୦ ଦିନରେ ସରିଲା କାମ

ଭୁବନେଶ୍ୱର: ଏସିଆନ ଆଥଲେଟିକ୍ ଚାମ୍ପିୟନସିପ ପାଇଁ ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆସନ୍ତା ମାସ ୬ ତାରିଖରୁ ଆରମ୍ଭ ହେଉଥିବା ଏହି ମେଗା ଇଭେଣ୍ଟ ପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଆର ଆଣ୍ଡ ବି ବିଭାଗ ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ କାମ ଶେଷ କରି କ୍ରୀଡା ବିଭାଗକୁ ହସ୍ତାନ୍ତର କରିଛି। ମାତ୍ର ୯୦ ଦିନ ମଧ୍ୟରେ କଳିଙ୍ଗ ଷ୍ଟାଡିୟମକୁ ଯେଉଁଭଳି ଭାବେ ଯୁଦ୍ଧକାଳୀନ ଭାବେ ପ୍ରସ୍ତୁତ କରାଗଲା ଆଜି ତାର ଭିଡିଓ ରିଲିଜ୍ କରିଛନ୍ତି […]

kalinga stadium

Rakesh Mallick
  • Published: Wednesday, 21 June 2017
  • , Updated: 21 June 2017, 10:01 PM IST

ଭୁବନେଶ୍ୱର: ଏସିଆନ ଆଥଲେଟିକ୍ ଚାମ୍ପିୟନସିପ ପାଇଁ ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆସନ୍ତା ମାସ ୬ ତାରିଖରୁ ଆରମ୍ଭ ହେଉଥିବା ଏହି ମେଗା ଇଭେଣ୍ଟ ପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଆର ଆଣ୍ଡ ବି ବିଭାଗ ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ କାମ ଶେଷ କରି କ୍ରୀଡା ବିଭାଗକୁ ହସ୍ତାନ୍ତର କରିଛି। ମାତ୍ର ୯୦ ଦିନ ମଧ୍ୟରେ କଳିଙ୍ଗ ଷ୍ଟାଡିୟମକୁ ଯେଉଁଭଳି ଭାବେ ଯୁଦ୍ଧକାଳୀନ ଭାବେ ପ୍ରସ୍ତୁତ କରାଗଲା ଆଜି ତାର ଭିଡିଓ ରିଲିଜ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାର ଓ ଆଥଲେଟିକ୍ ଫେଡେରେସନ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହା ସମ୍ଭବ ହୋଇଛି। ସେହିପରି ଆଜି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚାମ୍ପୟନସିପ୍ ସଂପର୍କରେ ସୂଚନା ଦିଆଯାଇଛି।

ପୋଲିସ ଡିଜି କେ.ବି ସିଂହ, ପୋଲିସ କମିଶନର ଓ୍ୱାଇ.ବି ଖୁରାନିଆ, ଡିସିପି ସତ୍ୟବ୍ରତ ଭୋଇ ଆଜି ଷ୍ଟାଡିୟମର ସୁରକ୍ଷା, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଚାମ୍ପିୟନସିପ୍ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।

Related story