ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ୍ ଜଗତର ଜଣେ ମହାନ ଖେଳାଳି। ସେ ଯେଉଁ ରେକର୍ଡ ସବୁ କରିଛନ୍ତି ହୁଏତ ଏହାକୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାଙ୍ଗିପାରିବା ସହଜ ନୁହେଁ। ଏହି କୃତିତ୍ୱ ପାଇଁ ତାଙ୍କୁ କ୍ରିକେଟ୍ର ଗଡ୍ ମଧ୍ୟ କୁହାଯାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଟେଷ୍ଟ କ୍ରିକେଟ୍ରେ ସଚିନଙ୍କ ପିଲାଦିନର ବନ୍ଧୁ ବିନୋଦ କାମ୍ବଲିଙ୍କ ଠାରୁ ସଚିନ୍ଙ୍କ ବ୍ୟାଟିଂ ଆଭରେଜ୍ କମ ଅଛି। ଯଦିଓ ଟେଷ୍ଟରେ କାମ୍ବଲି ମାତ୍ର ୧୭ଟି ମ୍ୟାଚ୍ ଖେଳିଛନ୍ତି। ଏହି ୧୭ଟି ମ୍ୟାଚ୍ରୁ କାମ୍ବଲି ୫୪.୨୦ ଅଭରେଜ୍ରେ ୧୦୮୪ ରନ୍ କରିଛନ୍ତି। ଅନ୍ୟପଟେ ସଚିନ ତେନ୍ଦୁଲକର ଟେଷ୍ଟ କ୍ରିକେଟ୍ରେ ୨୦୦ ଟି ମ୍ୟାଚ୍ ଖେଳି ୫୩.୭୮ ଆଭରେଜ୍ରେ ୧୫୯୨୧ ରନ୍ କରିଛନ୍ତି। ଯେଉଁଥିରେ ୫୧ଟି ଶତକ ଓ ୬୮ଟି ଅର୍ଦ୍ଧଶତକ ସାମିଲ। ଏହାରି ମଧ୍ୟରେ ୨୦୦୦ରୁ ଅଧିକ ଚୌକା ମାରିବାର ରେକର୍ଡ ସଚିନ୍ଙ୍କ ନାଁରେ ରହିଛି। ବିନୋଦ କାମ୍ବଲି ଯଦିଓ ଆରମ୍ଭରୁ ବିବାଦରେ ରହିଆସିଛନ୍ତି ତେବେ ଟିମ୍ ଇଣ୍ଡିଆରେ ସେ ଖୁବ କମ୍ ସମୟ ପାଇଁ ସ୍ଥାନ ପାଇଥିଲେ। ଯେଉଁଥିପାଇଁ ସଚିନ୍ଙ୍କ ସହ କାମ୍ବଲିଙ୍କୁ ତୁଳନା ସମ୍ଭବ ନୁହେଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।