କାନ୍‌ପୁରକୁ ହୋମ୍‌ଗ୍ରାଉଣ୍ଡ କଲା ଗୁଜରାଟ ଲାୟନ୍ସ

କାନ୍‌ପୁର: ଆଇପିଏଲ୍‌ର ନବମ ସଂସ୍କରଣରେ ନୂଆକରି ଭାଗ ନେଇଥିବା ଗୁଜରାଟ ଲାୟନ୍ସ ଦଳ ଶନିବାର କାନ୍‌ପୁରକୁ ହୋମ୍‌ଗ୍ରାଉଣ୍ଡ ଭାବେ ମାନ୍ୟତା ଦେଇଛି। ଏହିଠାରେ ଗୁଜରାଟର ଅବଶିଷ୍ଟ ମ୍ୟାଚ ଖେଳାଯିବ। ଇଣ୍ଟେକ୍ସ ଟେକ୍ନୋଲୋଜିର ନିର୍ଦ୍ଦେଶକ ତଥା ଗୁଜରାଟ ଦଳର ମାଲିକ କେଶବ ବଂଶଲ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ରାଜକୋଟର ସମର୍ଥକ ଆମ ଦଳର ମୁଖ୍ୟ ଶକ୍ତି। ଆମ ଦଳ ସେମାନଙ୍କଠାରୁ ଆକୁଣ୍ଠ ସମର୍ଥନ ପାଇଛି। ଉତ୍ତରପ୍ରଦେଶର କାନପୁରକୁ ଏବେ ଆଇପିଏଲ୍‌ ମ୍ୟାଚ୍‌ ଆସିଛି। ଏଠାରେ […]

Kanpur-may-host-Gujarat-Lions-matches-in-2016-IPL

Rakesh Mallick
  • Published: Saturday, 07 May 2016
  • , Updated: 07 May 2016, 02:33 PM IST

କାନ୍‌ପୁର: ଆଇପିଏଲ୍‌ର ନବମ ସଂସ୍କରଣରେ ନୂଆକରି ଭାଗ ନେଇଥିବା ଗୁଜରାଟ ଲାୟନ୍ସ ଦଳ ଶନିବାର କାନ୍‌ପୁରକୁ ହୋମ୍‌ଗ୍ରାଉଣ୍ଡ ଭାବେ ମାନ୍ୟତା ଦେଇଛି। ଏହିଠାରେ ଗୁଜରାଟର ଅବଶିଷ୍ଟ ମ୍ୟାଚ ଖେଳାଯିବ। ଇଣ୍ଟେକ୍ସ ଟେକ୍ନୋଲୋଜିର ନିର୍ଦ୍ଦେଶକ ତଥା ଗୁଜରାଟ ଦଳର ମାଲିକ କେଶବ ବଂଶଲ ଏ ନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ରାଜକୋଟର ସମର୍ଥକ ଆମ ଦଳର ମୁଖ୍ୟ ଶକ୍ତି। ଆମ ଦଳ ସେମାନଙ୍କଠାରୁ ଆକୁଣ୍ଠ ସମର୍ଥନ ପାଇଛି। ଉତ୍ତରପ୍ରଦେଶର କାନପୁରକୁ ଏବେ ଆଇପିଏଲ୍‌ ମ୍ୟାଚ୍‌ ଆସିଛି। ଏଠାରେ ମଧ୍ୟ ରାଜକୋଟ୍‌ ପରି ଆମକୁ ଦର୍ଶକଙ୍କ ଭଲପାଇବା ଓ ସମର୍ଥନ ମିଳିବ ବୋଲି ମୁଁ ଆଶା କରୁଛି।”

ଗୁଜରାଟ ଏହି ଗ୍ରାଉଣ୍ଡରେ ମେ’ ୧୯ରେ କୋଲକାତାକୁ ଭେଟିବାକୁ ଥିବା ବେଳେ ମେ’ ୨୧ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।

Related story