ଟିମ୍ ଇଣ୍ଡିଆ କୋଚ୍ ଚୟନ କରିବ ଏହି କମିଟି

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଟିମର ନୂଆ କୋଚ୍ ଚୟନ ପାଇଁ ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ନୂଆ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି) ଗଠନ କରିଛି। ଏଥିରେ ଭାରତକୁ ୧୯୮୩ରେ ପ୍ରଥମ ବିଶ୍ୱକପ୍ ଟ୍ରଫି ଦେଇଥିବା କ୍ୟାପଟେନ୍ କପିଲ୍ ଦେବ, ଅଂଶୁମାନ୍ ଗାଏକ୍ୱାଡ୍ ଓ ଶାନ୍ତା ରଙ୍ଗାସ୍ୱାମୀ ସାମିଲ୍ ଅଛନ୍ତି। ଏହି ତିନି ଟିମ୍ ଇଣ୍ଡିଆର ନୂଆ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦ ପାଇଁ ଅଗଷ୍ଟ ୧୩ କିମ୍ବା […]

kapil

kapil

Ranjit Kumar Jena
  • Published: Friday, 26 July 2019
  • Updated: 26 July 2019, 06:14 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଟିମର ନୂଆ କୋଚ୍ ଚୟନ ପାଇଁ ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ନୂଆ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି) ଗଠନ କରିଛି। ଏଥିରେ ଭାରତକୁ ୧୯୮୩ରେ ପ୍ରଥମ ବିଶ୍ୱକପ୍ ଟ୍ରଫି ଦେଇଥିବା କ୍ୟାପଟେନ୍ କପିଲ୍ ଦେବ, ଅଂଶୁମାନ୍ ଗାଏକ୍ୱାଡ୍ ଓ ଶାନ୍ତା ରଙ୍ଗାସ୍ୱାମୀ ସାମିଲ୍ ଅଛନ୍ତି।

ଏହି ତିନି ଟିମ୍ ଇଣ୍ଡିଆର ନୂଆ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦ ପାଇଁ ଅଗଷ୍ଟ ୧୩ କିମ୍ବା ୧୪ ତାରିଖରେ ଇଣ୍ଟରଭ୍ୟୁ ହେବ। ମୁଖ୍ୟ କୋଚ୍ ଓ ସପୋର୍ଟ ଷ୍ଟାଫ୍ ପାଇଁ ଆବେଦନ ଦାଖଲ କରିବା ପାଇଁ ଜୁଲାଇ ୩୦ ଶେଷ ତାରିଖ।

ଏହା ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କୁ ନେଇ ଗଠିତ କମିଟି ରବି ଶାସ୍ତ୍ରୀଙ୍କୁ ଟିମ୍ ଇଣ୍ଡିଆର କୋଚ୍ ଭାବେ ଚୟନ କରିଥିଲା। ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ କୋଚିଂ ଷ୍ଟାଫଙ୍କ କାର୍ଯ୍ୟକାଳ ବିଶ୍ୱକପରେ ୪୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

କ୍ୟାପଟେନ୍ ବିରାଟ କୋହଲିଙ୍କ ସହ ବିବାଦ ପରେ ଅନୀଲ କୁମ୍ବଲେ କୋଚ୍ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ଶାସ୍ତ୍ରୀଙ୍କୁ କୋଚ୍ କରାଯାଇଥିଲା। ତେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ମଧ୍ୟ ଶାସ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଶାସ୍ତ୍ରୀଙ୍କୁ କ୍ୟାପଟେନ୍ କୋହଲିଙ୍କ ଭରପୂର ସମର୍ଥନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos