ମେଲବର୍ଣ୍ଣରେ ଟି-୨୦ ବିଶ୍ୱକପ୍ ଟ୍ରଫି ଉନ୍ମୋଚନ କରିବେ କରୀନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପରୁ ଖାନ୍ ମେଲବର୍ଣ୍ଣରେ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ୍ ଟ୍ରଫି ଉନ୍ମୋଚନ କରିବେ। ଆଇସିସି ପୁରୁଷ ଟି-୨୦ ବିଶ୍ୱକପର ଆୟୋଜନ ଆସନ୍ତାବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବ। ସେହିପରି ମହିଳା ଟି-୨୦ ବିଶ୍ୱକପ୍ ଫେବୃଆରୀ ୨୧ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ହେବ। ଏ ନେଇ କରୀନା କହିଛନ୍ତି, “ଏଭଳି ଏକ ସମ୍ମାନଜନକ ସନ୍ଧ୍ୟାରେ ସାମିଲ୍ ହେବା ନେଇ ମୁଁ ସମ୍ମାନିତ ମନେ କରୁଛି। […]

kareena

Ranjit Kumar Jena
  • Published: Thursday, 31 October 2019
  • , Updated: 31 October 2019, 08:43 PM IST

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପରୁ ଖାନ୍ ମେଲବର୍ଣ୍ଣରେ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ୍ ଟ୍ରଫି ଉନ୍ମୋଚନ କରିବେ। ଆଇସିସି ପୁରୁଷ ଟି-୨୦ ବିଶ୍ୱକପର ଆୟୋଜନ ଆସନ୍ତାବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବ। ସେହିପରି ମହିଳା ଟି-୨୦ ବିଶ୍ୱକପ୍ ଫେବୃଆରୀ ୨୧ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ହେବ।

ଏ ନେଇ କରୀନା କହିଛନ୍ତି, "ଏଭଳି ଏକ ସମ୍ମାନଜନକ ସନ୍ଧ୍ୟାରେ ସାମିଲ୍ ହେବା ନେଇ ମୁଁ ସମ୍ମାନିତ ମନେ କରୁଛି। ମୁଁ ସେହି ମହିଳାମାନଙ୍କୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି, ଯେଉଁମାନେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ଦେଶ ପକ୍ଷରୁ ଖେଳୁଛନ୍ତି।" ସେମାନେ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।

କରୀନା ଆହୁରି କହିଥିଲେ," ମୋ ସ୍ୱର୍ଗତ ଶ୍ୱଶୁର (ମନସୁର୍ ଅଲୀ ଖାନ୍ ପଟୌଦୀ) ଭାରତର ଅନ୍ୟତମ ମହାନ୍ କ୍ରିକେଟର୍ ଥିଲେ। ବିଶ୍ୱକପ୍ ଭଳି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟର ଟ୍ରଫି ଉନ୍ମୋଚନ କରିବା ପାଇଁ ମୋ ପାଇଁ ଗର୍ବର କଥା।"

Related story