ମୋଦିଙ୍କ 'ଜନତା କର୍ଫ୍ୟୁ'ର ଏମିତି ପ୍ରତିକ୍ରିୟା ଦେଲେ ଏହି ଇଂଲିଶ କ୍ରିକେଟର୍‌

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ତାରିଖ ଅର୍ଥାତ୍ ରବିବାର ଦିନ ଦେଶର ସମସ୍ତ ନାଗରିକଙ୍କୁ ‘ଜନତା କର୍ଫ୍ୟୁ’ର ପାଳନ କରିବାକୁ ଅପିଲ୍ କରିଛନ୍ତି। ମୋଦିଙ୍କ ଏହି ଅପିଲକୁ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କଠାରୁ ଆରମ୍ଭ କରି ବଲିଉଡ୍ ଷ୍ଟାରମାନେ ସମର୍ଥନ କରିଛନ୍ତି। ତେବେ ମୋଦିଙ୍କର ଏହି ଅପିଲ୍ ଯେ ଦେଶ ଭିତରେ ସୀମିତ ଅଛି ତାହା ନୁହେଁ ବରଂ ଏହା ବିଦେଶରେ ମଧ୍ୟ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛି। ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ୍ ପିଟରସନ୍ ମୋଦିଙ୍କ […]

kevin

kevin

Ranjit Kumar Jena
  • Published: Friday, 20 March 2020
  • Updated: 20 March 2020, 09:01 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ତାରିଖ ଅର୍ଥାତ୍ ରବିବାର ଦିନ ଦେଶର ସମସ୍ତ ନାଗରିକଙ୍କୁ 'ଜନତା କର୍ଫ୍ୟୁ'ର ପାଳନ କରିବାକୁ ଅପିଲ୍ କରିଛନ୍ତି। ମୋଦିଙ୍କ ଏହି ଅପିଲକୁ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କଠାରୁ ଆରମ୍ଭ କରି ବଲିଉଡ୍ ଷ୍ଟାରମାନେ ସମର୍ଥନ କରିଛନ୍ତି। ତେବେ ମୋଦିଙ୍କର ଏହି ଅପିଲ୍ ଯେ ଦେଶ ଭିତରେ ସୀମିତ ଅଛି ତାହା ନୁହେଁ ବରଂ ଏହା ବିଦେଶରେ ମଧ୍ୟ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛି। ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ୍ ପିଟରସନ୍ ମୋଦିଙ୍କ ଏହି ଅପିଲକୁ ନେଇ ଟ୍ୱିଟର ଜରିଆରେ ପ୍ରତିକ୍ରିୟା ଦେଇଛନ୍ତି। ତେବେ ବଡ଼ କଥା ହେଉଛି ପିଟରସନ୍ ହିନ୍ଦିରେ ଭାରତୀୟଙ୍କୁ ବାର୍ତ୍ତା ଦେଇଛନ୍ତି।


ପିଟରସନ୍ ହିନ୍ଦିରେ ଟ୍ୱିଟ୍ କରି ଲେଖିଛନ୍ତି, ନମସ୍ତେ ଇଣ୍ଡିଆ, ଆମେ ସମସ୍ତେ କରୋନା ଭାଇରସକୁ ହରାଇବା ପାଇଁ ଏକାଠି ଅଛୁ। ଆମେ ସମସ୍ତେ ନିଜ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ସହ ସମସ୍ତେ ନିଜ ନିଜର ଘରେ କିଛି ଦିନ ରୁହନ୍ତୁ। ବର୍ତ୍ତମାନ ସମୟ ସତର୍କତାର ସହ ରହିବା ଦରକାର। ଆପଣ ସମସ୍ତଙ୍କୁ ମୋ ତରଫରୁ ଅଶେଷ ଭଲପାଇବା। ଟ୍ୱିଟରର ଶେଷରେ ସେ ନିଜ ହିନ୍ଦି ଶିକ୍ଷକଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର କରୋନା ଭାଇରସକୁ ନେଇ ଦେଶକୁ ସମ୍ବୋଧିତ କରିଥିଲେ। ମୋଦି ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗର ବ୍ୟକ୍ତିଙ୍କୁ ଘରେ ରହିବା ସହ ସମସ୍ତ ଦେଶବାସୀଙ୍କୁ ରବିବାର 'ଜନତା କର୍ଫ୍ୟୁ'ର ପାଳନ କରିବାକୁ ଆହ୍ୱାନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos