ପ୍ରତିଭାବାନ ଖେଳାଳିଙ୍କ ପାଇଁ ଭଲ ସୁଯୋଗ: ମିଳିବ ବିଶ୍ୱ ସ୍ତରୀୟ ତାଲିମ ଓ ବର୍ଷକୁ ୫ ଲକ୍ଷ ଟଙ୍କା

Ordigital Desk
  • Published: Wednesday, 31 January 2018
  • , Updated: 31 January 2018, 11:29 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେବ ଦେଶର ପ୍ରଥମ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ। ନୂଆଦିଲ୍ଲୀ ଇନ୍ଧିରା ଗାନ୍ଧୀ ଇନ୍&zwnj;ଡ଼ୋର ଷ୍ଟାଡିଅମରେ ଉଦ୍&zwnj;ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବିଭିନ୍ନ କୋଣ ଅନୁକୋଣରୁ ଖେଳାଳି ଏହି କାଯର୍ୟକ୍ରମରେ ଭାଗ ନେବେ। କ୍ରୀଡା ପ୍ରତି ଯୁବ ପିଢ଼ିକୁ ଆକୃଷ୍ଟ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ୧୭ ବର୍ଷରୁ କମ୍ ଖେଳାଳିଙ୍କୁ ଏଥିପାଇଁ ଚୟନ କରାଯାଇଛି। ବିଭନ୍ନ ବିଭାଗରେ ଉକୃଷ୍ଟତା ହାସଲ କରିଥିବା ଖେଳାଳି ଭାଗ ନେବେ।</p> <p>&lt;a href=&quot;&quot;&gt;(image) &lt;/a&gt;କାର୍ଯ୍ୟକ୍ରମରେ ବ୍ୟାଡମଣ୍ଟନ୍, ବାସକେଟ୍&zwnj;ବଲ୍&zwnj;, ବକ୍ସିଂ, ଫୁଟ୍&zwnj;ବଲ, ଜିମ୍ନାଷ୍ଟିକ୍, ହକି, ଜୁଡୋ ଏବଂ କବାଡ଼ି ଭଳି ୧୬ଟି ବିଭାଗର ବଛାବଛା ଖେଳାଳିଙ୍କୁ ଚୟନ କରାଯାଇଛି। କେନ୍ଦ୍ର କ୍ରୀଡା ବିଭାଗର ଏକ ଉଚ୍ଚସ୍ତରୀୟ କମିଟି ଖେଳାଳିଙ୍କ ଚୟନ କରିଛିା ପ୍ରତି ଖେଳାଳିଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ୮ ବର୍ଷ ଯାଏ ପ୍ରଦାନ କରିବ କେନ୍ଦ୍ର କ୍ରିଡା ବିଭାଗ। ଏପରି କାର୍ଯ୍ୟକ୍ରମ ଦ୍ୱାରା ଭାରତୀୟ ଖେଳାଳିଙ୍କୁ ବିଶ୍ୱ ସ୍ତରୀୟ ଯୋଗତ୍ୟା ହାସଲ କରିବାରେ ସହାୟତା ହେବ। ପ୍ରତିଯୋଗିତାରେ ୧୯୯ଟି ସ୍ୱର୍ଣ୍ଣ, ୧୯୯ଟି ରୌପ ଏବଂ ୨୭୫ଟି ବୋଞ୍ଜ୍ ପଦକ ପ୍ରଦାନ କରାଯିବ। ଆସନ୍ତା ଫେବୃଆରୀ ୮ ତାରିଖ ଯାଏଁ ଚାଲିବ ଏହି ଖେଲୋ ଇଣ୍ଡିଆ କାଯ୍ୟକ୍ରମ।</p> <p>https://www.youtube.com/watch?v=tv7ZXuGJoDE</p>

Related story