ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକ ଖେଳବା ତ ଅଧିକ ଜିତିବା ଏହି ନାରା ନେଇ ଆସନ୍ତା ୨୨ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି। ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ ବା ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ ଏହା ପୂର୍ବରୁ ଆଜି ଭୁବନେଶ୍ୱରରେ ଏହାର ଟ୍ରଫି ଉନ୍ମୋଚିତ ହୋଇଛି। ଯେଉଁଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କ୍ୟାପଟେନ୍ ଓ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି କ୍ରୀଡ଼ା ମହାକୁମ୍ଭରେ ଭାରତର ୧୭୬ଟି ବିଶ୍ୱବିଦ୍ୟାଳୟର ୪ […]

khelo-india

khelo-india

Ranjit Kumar Jena
  • Published: Thursday, 20 February 2020
  • Updated: 20 February 2020, 08:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକ ଖେଳବା ତ ଅଧିକ ଜିତିବା ଏହି ନାରା ନେଇ ଆସନ୍ତା ୨୨ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି। ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ ବା ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ ଏହା ପୂର୍ବରୁ ଆଜି ଭୁବନେଶ୍ୱରରେ ଏହାର ଟ୍ରଫି ଉନ୍ମୋଚିତ ହୋଇଛି। ଯେଉଁଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କ୍ୟାପଟେନ୍ ଓ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର କର୍ମକର୍ତ୍ତା ଯୋଗ ଦେଇଥିଲେ।

ଏହି କ୍ରୀଡ଼ା ମହାକୁମ୍ଭରେ ଭାରତର ୧୭୬ଟି ବିଶ୍ୱବିଦ୍ୟାଳୟର ୪ ହଜାର ଆଥଲେଟ୍ ୧୭ଟି କ୍ରୀଡ଼ା ବର୍ଗରେ ଅଂଶ ଗ୍ରହଣ କରିବେ। ଉଭୟ ଭୁବନେଶ୍ୱର ଏବଂ କଟକରେ ଏହି ପ୍ରତିଯୋଗିତା ହେବାକୁ ଥିବାବେଳେ ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଫେବୃଆରୀ ୨୨ରେ କଟକ ଇନଡୋର ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ।

ଉଭୟ ବଲିଉଡ୍ ଓ ଓଲିଉଡର କଣ୍ଠଶିଳ୍ପୀ ଏବଂ ଡ୍ୟାନ୍ସ ଗ୍ରୁପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେବେ। ଦର୍ଶକଙ୍କ ପାଇଁ ଗ୍ୟାଲେରୀକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି। ଉଦଘାଟନୀ ଉତ୍ସବ ପୂର୍ବରୁ ଇନଡୋର୍ ଷ୍ଟାଡିୟମ ବୁଲି ଅନୁଧ୍ୟାନ କରିଛନ୍ତି କଟକ ଡିସିପି। ଏହାସହ ଖେଲୋ ଇଣ୍ଡିଆ ଅଧିକାରୀଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି। ଖେଳାଳିଙ୍କ ସୁରକ୍ଷା ଏବଂ ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ କଟକରେ ୧୬ରୁ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ।

କଟକ ବ୍ୟତୀତ ଭୁବନେଶ୍ୱର ପଟିଆସ୍ଥିତ ଏକ ବେସରକାରୀ ବିଶ୍ୱବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା ହେବ। କଟକ ଇନଡୋର୍ ହଲରେ ଦୁଇଟି କ୍ରୀଡ଼ା ବର୍ଗର ପ୍ରତିଯୋଗିତା ହେବ। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ସହଭାଗିତାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହାର ନାରା ରହିଛି ଅଧିକ ଖେଳବା ତ ଅଧିକ ଜିତିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story