କିଙ୍ଗ୍ସ ଏକାଦଶ ପଞ୍ଜାବର ଦ୍ୱିତୀୟ ହୋମ୍‌ ଗ୍ରାଉଣ୍ଡ ଧର୍ମଶାଳା

ନୂଆଦିଲ୍ଲୀ: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କିଙ୍ଗ୍ସ ଏକାଦଶ ପଞ୍ଜାବ ଧର୍ମଶାଳାକୁ ଦ୍ୱିତୀୟ ହୋମ୍‌ ଗ୍ରାଉଣ୍ଡର ମାନ୍ୟତା ଦେଇଛି। ଦଳ ଏଠାରେ ଆସନ୍ତା ମାସରେ ୩ଟି ମ୍ୟାଚ୍‌ ଖେଳିବ। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାଗପୁରରେ ହେବାକୁ ଥିବା ଏହି ୩ଟି ମ୍ୟାଚ୍‌କୁ ସ୍ଥାନାନ୍ତରଣ କରାଯାଇଥିଲା। ଦଳର ଜଣେ ଉଚ୍ଚପଦସ୍ତ ଅଧିକାରୀ କହିଛନ୍ତି,“ଧର୍ମଶାଳାକୁ ଦ୍ୱିତୀୟ ହୋମ୍ ଗ୍ରାଉଣ୍ଡ ଭାବେ ପାଇ ଆମେ ବହୁତ ଖୁସି। ଏଠାରେ ଦଳ ୩ଟି ହୋମ୍ ମ୍ୟାଚ୍‌ ଖେଳିବ। ଏଥିପାଇଁ ଆମେ ହିମାଚଳ ପ୍ରଦେଶ କ୍ରିକେଟ୍ […]

dharamshala-cricket-stadium

Rakesh Mallick
  • Published: Thursday, 21 April 2016
  • , Updated: 21 April 2016, 12:59 PM IST

ନୂଆଦିଲ୍ଲୀ: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କିଙ୍ଗ୍ସ ଏକାଦଶ ପଞ୍ଜାବ ଧର୍ମଶାଳାକୁ ଦ୍ୱିତୀୟ ହୋମ୍‌ ଗ୍ରାଉଣ୍ଡର ମାନ୍ୟତା ଦେଇଛି। ଦଳ ଏଠାରେ ଆସନ୍ତା ମାସରେ ୩ଟି ମ୍ୟାଚ୍‌ ଖେଳିବ। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାଗପୁରରେ ହେବାକୁ ଥିବା ଏହି ୩ଟି ମ୍ୟାଚ୍‌କୁ ସ୍ଥାନାନ୍ତରଣ କରାଯାଇଥିଲା।

ଦଳର ଜଣେ ଉଚ୍ଚପଦସ୍ତ ଅଧିକାରୀ କହିଛନ୍ତି,“ଧର୍ମଶାଳାକୁ ଦ୍ୱିତୀୟ ହୋମ୍ ଗ୍ରାଉଣ୍ଡ ଭାବେ ପାଇ ଆମେ ବହୁତ ଖୁସି। ଏଠାରେ ଦଳ ୩ଟି ହୋମ୍ ମ୍ୟାଚ୍‌ ଖେଳିବ। ଏଥିପାଇଁ ଆମେ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ (ଏଚ୍‌ପିସିଏ)କୁ ଧନ୍ୟବାଦ ଜଣାଉଛୁ।”

ମହାରାଷ୍ଟ୍ରରେ ଜଳକଷ୍ଟ ଯୋଗୁଁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୧୩ଟି ଆଇପିଏଲ୍‌ ମ୍ୟାଚ୍‌କୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୩୦ ପରଠାରୁ ମୁମ୍ବାଇ,ପୁଣେ ଓ ନାଗ୍‌ପୁରେ କୌଣସି ମ୍ୟାଚ୍‌ ଖେଳାଯିବ ନାହିଁ। ଏହି କାରଣରୁ ଜୟପୁରକୁ ମୁମ୍ବାଇ ଇଣ୍ଡିଆନ୍ସ ନିଜର ହୋମ୍‌ ଗ୍ରାଉଣ୍ଡ ଭାବେ ବାଛି ଥିବା ବେଳେ ରାଇଜିଂ ପୁଣେ ସୁପରଜିଆଣ୍ଟ ବିଶାଖାପାଟଣାକୁ ନିଜ ହୋମ୍‌ ଗ୍ରାଉଣ୍ଡ ଭାବେ ମାନ୍ୟତା ଦେଇଛି।

ମେ’୨୯ରେ ବାଙ୍ଗାଲୋରରେ ହେବ ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌।

Related story