ଟସ୍ ଜିତି ପଞ୍ଜାବର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ପଏଣ୍ଟ ଟେବୁଲର ଶେଷ ଦୁଇଟି ସ୍ଥାନରେ ଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ରବିବାର ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମ୍ୟାଚରେ ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିଛି। କରୁନ୍ ନାୟର, କ୍ରିଷ୍ଣାପ୍ପା ଗୌତମ ଓ କିୱି ଅଲରାଉଣ୍ଡର ଜେମ୍ସ ନିଶାମ୍ ଟିମରୁ ବାଦ୍ ପଡ଼ିଛନ୍ତି। ଏହା ବଦଳରେ ମନଦୀପ ସିଂହ, ହରପ୍ରୀତ ବ୍ରାର୍ ଏବଂ କ୍ରିସ୍ ଜୋର୍ଡାନଙ୍କୁ ସାମିଲ୍‌ […]

ipl11

Ranjit Kumar Jena
  • Published: Sunday, 04 October 2020
  • , Updated: 04 October 2020, 07:11 PM IST

ଦୁବାଇ: ପଏଣ୍ଟ ଟେବୁଲର ଶେଷ ଦୁଇଟି ସ୍ଥାନରେ ଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ରବିବାର ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମ୍ୟାଚରେ ପଞ୍ଜାବ ତା'ର ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିଛି।

କରୁନ୍ ନାୟର, କ୍ରିଷ୍ଣାପ୍ପା ଗୌତମ ଓ କିୱି ଅଲରାଉଣ୍ଡର ଜେମ୍ସ ନିଶାମ୍ ଟିମରୁ ବାଦ୍ ପଡ଼ିଛନ୍ତି। ଏହା ବଦଳରେ ମନଦୀପ ସିଂହ, ହରପ୍ରୀତ ବ୍ରାର୍ ଏବଂ କ୍ରିସ୍ ଜୋର୍ଡାନଙ୍କୁ ସାମିଲ୍‌ କରାଯାଇଛି। ସେହିପରି ଚେନ୍ନାଇ ଟିମରେ କୌଣସି ପରିବର୍ତ୍ତନ କରାଯାଇଛି। ହାଇଦ୍ରାବାଦ ବିପକ୍ଷ ଶେଷ ମ୍ୟାଚରେ କମବ୍ୟାକ୍ କରିଥିବା ଅମ୍ବାତି ରାୟୁଡୁ ଓ ଡ୍ୱେନ୍ ବ୍ରାଭୋଙ୍କ ଉପରେ ଦଳର ପ୍ରଦର୍ଶନ ନିର୍ଭର କରିବ।

ଉଭୟ ପଞ୍ଜାବ ଓ ଚେନ୍ନାଇ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ପଞ୍ଜାବ ୪ ମ୍ୟାଚରୁ ଗୋଟିଏ ବିଜୟ ସହ ସପ୍ତମ ଏବଂ ଚେନ୍ନାଇ ମଧ୍ୟ ୪ ମୁକାବିଲାରେ ୩ ପରାଜୟ ଓ ଗୋଟିଏ ବିଜୟ ହାସଲ କରି ଶେଷ ସ୍ଥାନରେ ରହିଛି। ଉଭୟ ଦଳ ମ୍ୟାଚ୍ ଜିତି ଟେବୁଲର ଉପରକୁ ଉଠିବାକୁ ଚାହିଁବେ।

Related story