ଦିଲ୍ଲୀକୁ ୪ ରନ୍‌ରେ ହରାଇଲା ପଞ୍ଜାବ

ନୂଆଦିଲ୍ଲୀ: ଫିରୋଜ ଶାହା କୋଟ୍‌ଲା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏକ ଆଇପିଏଲ୍‌ ମ୍ୟାଚ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦିଲ୍ଲୀକୁ ୪ ରନ୍‌ରେ ପରାସ୍ତ କରିଛି। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା। ଜବାବରେ ଦିଲ୍ଲୀ ୨୦ ଓଭରରେ ୮ ୱିକେଟ୍ ହରାଇ  ୧୩୯ ରନ୍‌ କରିଥିଲା।  ଦିଲ୍ଲୀକୁ ଜିତିବା ପାଇଁ ଅନ୍ତିମ ବଲ୍‌ରେ ୫ ରନ୍‌ର ଆବଶ୍ୟକ ଥିଲା। କିନ୍ତୁ ଶ୍ରେୟସ ଆୟର ଶେଷ ବଲ୍‌ରେ ଛକା […]

SrhiSDaYpc

Rakesh Mallick
  • Published: Tuesday, 24 April 2018
  • , Updated: 24 April 2018, 07:22 AM IST

ନୂଆଦିଲ୍ଲୀ: ଫିରୋଜ ଶାହା କୋଟ୍‌ଲା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏକ ଆଇପିଏଲ୍‌ ମ୍ୟାଚ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦିଲ୍ଲୀକୁ ୪ ରନ୍‌ରେ ପରାସ୍ତ କରିଛି। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା। ଜବାବରେ ଦିଲ୍ଲୀ ୨୦ ଓଭରରେ ୮ ୱିକେଟ୍ ହରାଇ  ୧୩୯ ରନ୍‌ କରିଥିଲା। 

ଦିଲ୍ଲୀକୁ ଜିତିବା ପାଇଁ ଅନ୍ତିମ ବଲ୍‌ରେ ୫ ରନ୍‌ର ଆବଶ୍ୟକ ଥିଲା। କିନ୍ତୁ ଶ୍ରେୟସ ଆୟର ଶେଷ ବଲ୍‌ରେ ଛକା ମାରିପାରି ନ ଥିଲେ।

ଦିଲ୍ଲୀ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୫୭ ରନ୍‌ କରିଥିବା ବେଳେ ଅଧିନାୟକ ଗମ୍ଭୀର ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ। ଏହି ବିଜୟ ସହ ପଞ୍ଜାବ ୬ଟି ମ୍ୟାଚ୍‌ ଖେଳି ୫ଟିରେ ବିଜୟ ହୋଇଥିବା ବେଳେ ଦିଲ୍ଲୀର ଏହା ପଞ୍ଚମ ପରାଜୟ।

Related story