ମାରାଥନରେ ଇତିହାସ ରଚିଲେ କିପଚୋଗେ

ନୂଆଦିଲ୍ଲୀ: କେନିଆର ଏଲିଉଡ୍ କିପଚୋଗେ ଦୁଇ ଘଣ୍ଟାରୁ କମ୍ ସମୟରେ ମାରାଥନ ପୂରଣ କରି ନୂଆ ଇତିହାସ ରଚିଛନ୍ତି। ଅଲିମ୍ପିକ୍ ଚାମ୍ପିୟନ୍ କିପଚୋଗେ ୧ ଘଣ୍ଟା ୫୯ ମିନିଟ୍ ୪୦.୨ ସେକେଣ୍ଡ ସମୟରେ ୪୨.୧୯୫ କିଲୋମିଟରର ମାରାଥନ ପୂରଣ କରିବାରେ ବିଶ୍ୱର ପ୍ରଥମ ଆଥଲେଟ୍ ହୋଇଛନ୍ତି। ଏହା ପୂର୍ବରୁ ସେ ସବୁଠାରୁ କମ୍ ସମୟ ୨ ଘଣ୍ଟା ୧ ମିନିଟ୍ ୩୯ ସେକେଣ୍ଡରେ ମାରାଥନ ପୂରଣ କରି ରେକର୍ଡ କରିଥିଲେ, ଯାହା ସେ ୨୦୧୮ରେ ବର୍ଲିନରେ କରିଥିଲେ। […]

eliud

Ranjit Kumar Jena
  • Published: Saturday, 12 October 2019
  • , Updated: 12 October 2019, 04:35 PM IST

ନୂଆଦିଲ୍ଲୀ: କେନିଆର ଏଲିଉଡ୍ କିପଚୋଗେ ଦୁଇ ଘଣ୍ଟାରୁ କମ୍ ସମୟରେ ମାରାଥନ ପୂରଣ କରି ନୂଆ ଇତିହାସ ରଚିଛନ୍ତି। ଅଲିମ୍ପିକ୍ ଚାମ୍ପିୟନ୍ କିପଚୋଗେ ୧ ଘଣ୍ଟା ୫୯ ମିନିଟ୍ ୪୦.୨ ସେକେଣ୍ଡ ସମୟରେ ୪୨.୧୯୫ କିଲୋମିଟରର ମାରାଥନ ପୂରଣ କରିବାରେ ବିଶ୍ୱର ପ୍ରଥମ ଆଥଲେଟ୍ ହୋଇଛନ୍ତି।

ଏହା ପୂର୍ବରୁ ସେ ସବୁଠାରୁ କମ୍ ସମୟ ୨ ଘଣ୍ଟା ୧ ମିନିଟ୍ ୩୯ ସେକେଣ୍ଡରେ ମାରାଥନ ପୂରଣ କରି ରେକର୍ଡ କରିଥିଲେ, ଯାହା ସେ ୨୦୧୮ରେ ବର୍ଲିନରେ କରିଥିଲେ। ଗୋଟିଏ କାର୍ ଓ ୪୧ ପେସମେକର୍ସ ସହ ଦୌଡ଼ି କିପଚୋଗେ ଏହି ଟାଇମିଂ ପୂରଣ କରିଛନ୍ତି। ସେ ଦୁଇବର୍ଷ ପୂର୍ବେ ଇଟାଲୀରେ ଏଭଳି କାରନାମା କରିବାରୁ ବଞ୍ଚିତ ହୋଇଥିଲେ। ତେବେ ଆଜି ସେ ଏହି କରିବାରେ ସଫଳ ହୋଇଛନ୍ତି।

ଏ ନେଇ ସେ କହିଛନ୍ତି, ମୁଁ ପ୍ରଥମ ଆଥଲେଟ୍ ଭାବେ ଏହି କାରନାମା କରିପାରିଥିବାରୁ ବହୁତ ଖୁସି। ମୁଁ ସମସ୍ତଙ୍କୁ ପ୍ରେରଣା ଯୋଗାଇବାକୁ ଚାହେଁ। ଆମେ ଏହି ସାରା ଦୁନିଆକୁ ସୌନ୍ଦର୍ଯ୍ୟପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ କରିପାରିବୁ। ମୋ ପତ୍ନୀ ଓ ତିନି ସନ୍ତାନ ଏଠାରେ ଅଛନ୍ତି ଏବଂ ସେମାନଙ୍କ ପାଇଁ ବହୁତ ଖୁସି। ଆଗାମୀ ଦିନରେ ଆହୁରି ସଫଳତା ଅର୍ଜନ କରିବା ମୋର ଲକ୍ଷ୍ୟ ବୋଲି କିପଚୋଗେ କହିଛନ୍ତି।

Related story