ଟସ୍‌ ଜିତି କେକେଆରର ବୋଲିଂ ନିଷ୍ପତ୍ତି

ଜୟପୁର: ଚଳିତ ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ କୋଲକାତାର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଶେଷ ଖବର ସୁଦ୍ଧା ରାଜସ୍ଥାନ ୨ ଓଭର୍‌ରେ ଗୋଟିଏ ୱିକେଟ୍‌ ହରାଇ ୬ ରନ୍‌ କରିଛି। ଅଧିନାୟକ ଅଜିଙ୍କ୍ୟ ରାହଣେ ମାତ୍ର ୫ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ଜୋଶ ବଟଲର ୦ ଓ ଷ୍ଟିଭ୍‌ ସ୍ମିଥ ୧ ରନ୍‌ କରି […]

kk

Hemant Lenka
  • Published: Sunday, 07 April 2019
  • , Updated: 07 April 2019, 08:14 PM IST

ଜୟପୁର: ଚଳିତ ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ କୋଲକାତାର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଶେଷ ଖବର ସୁଦ୍ଧା ରାଜସ୍ଥାନ ୨ ଓଭର୍‌ରେ ଗୋଟିଏ ୱିକେଟ୍‌ ହରାଇ ୬ ରନ୍‌ କରିଛି। ଅଧିନାୟକ ଅଜିଙ୍କ୍ୟ ରାହଣେ ମାତ୍ର ୫ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ଜୋଶ ବଟଲର ୦ ଓ ଷ୍ଟିଭ୍‌ ସ୍ମିଥ ୧ ରନ୍‌ କରି ଅପରାଜିତ ରହିଛନ୍ତି। କୋଲକାତା ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ୍‌ ନେଇଛନ୍ତି।

ଗତ ମ୍ୟାଚ୍‌ରେ କୋଲକାତା ପ୍ରତିପକ୍ଷ ବେଙ୍ଗାଲୁରୁଠାରୁ ଜିତିଥିଲା। ତେବେ ରାଜସ୍ଥାନ ରୟାଲ୍ସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେଣୁ ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ ଜିତିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି।

Related story