ଟି-୨୦ କ୍ରିକେଟରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ରାହୁଲ୍‌

ୱେଲିଂଟନ୍‌: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଟି-୨୦ କ୍ରିକେଟରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ରାହୁଲ ଟି-୨୦ରେ ୪ହଜାର ରନ୍ ପୂରଣ କରିଛନ୍ତି। ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ରାହୁଲ୍ ୮ ରନ୍ କରିଥିବା ବେଳେ ଏହି ଖାସ୍ କ୍ଲବରେ ସାମିଲ୍ ହୋଇଛନ୍ତି। ବିରାଟ୍ କୋହଲି, ରୋହିତ୍ ଶର୍ମା, ମହେନ୍ଦ୍ର ସିଂ ଧୋନି, ସୁରେଶ ରାଇନା ଏବଂ ଶିଖର ଧୱନଙ୍କ ପରେ ରାହୁଲ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ଷଷ୍ଠ ସର୍ବାଧିକ ସ୍କୋରର […]

rahul

Ranjit Kumar Jena
  • Published: Friday, 31 January 2020
  • , Updated: 31 January 2020, 03:04 PM IST

ୱେଲିଂଟନ୍‌: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଟି-୨୦ କ୍ରିକେଟରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ରାହୁଲ ଟି-୨୦ରେ ୪ହଜାର ରନ୍ ପୂରଣ କରିଛନ୍ତି। ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ରାହୁଲ୍ ୮ ରନ୍ କରିଥିବା ବେଳେ ଏହି ଖାସ୍ କ୍ଲବରେ ସାମିଲ୍ ହୋଇଛନ୍ତି।

ବିରାଟ୍ କୋହଲି, ରୋହିତ୍ ଶର୍ମା, ମହେନ୍ଦ୍ର ସିଂ ଧୋନି, ସୁରେଶ ରାଇନା ଏବଂ ଶିଖର ଧୱନଙ୍କ ପରେ ରାହୁଲ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ଷଷ୍ଠ ସର୍ବାଧିକ ସ୍କୋରର ରହିଛନ୍ତି। ଏହାଛଡ଼ା ୨୭ ବର୍ଷୀୟ ରାହୁଲ ବିଶ୍ୱର ୯୪ତମ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୪ହଜାର ରନ୍ ପୂରଣ କରିଛନ୍ତି।

ଜବରଦସ୍ତ ଫର୍ମରେ ଥିବା ରାହୁଲ ନିଜର ଶେଷ ପାଞ୍ଚଟି ଇନିଂସରେ ଯଥାକ୍ରମେ ୪୫, ୫୪, ୫୬, ୫୭* ଏବଂ ୨୭ ରନ୍ କରିଥିଲେ। ରାହୁଲ୍ ମଧ୍ୟ ଆଜି ନିଜର ଛୋଟିଆ ଇନିଂସ୍ ବଳରେ ଚଳିତ ସିରିଜର ଟପ୍ ସ୍କୋରର ମଧ୍ୟ ହୋଇଛନ୍ତି। ଏହି କ୍ଷେତ୍ରରେ ସେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ପଛରେ ପକାଇଛନ୍ତି।

Related story