ନେଟ୍ସରେ କିପିଙ୍ଗ୍ ପ୍ରାକ୍ଟିସ୍ କଲେ ରାହୁଲ୍‌, କଟିବ ପନ୍ତଙ୍କ ପତା

ଅକଲ୍ୟାଣ୍ଡ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ମ୍ୟାଚ୍ ପୂର୍ବଦିନ ଅର୍ଥାତ୍ ଗୁରୁବାର ଭାରତୀୟ ଟିମ୍ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ଅଭ୍ୟାସ ସେସନରେ ଲୋକେଶ ରାହୁଲଙ୍କୁ ୱିକେଟକିପିଙ୍ଗ୍ କରୁଥିବାର ଦେଖିବାକୁ ମିଳିଛି। ବିସିସିଆଇ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ରାହୁଲଙ୍କର କିପିଙ୍ଗ୍ କରୁଥିବାର ଭିଡିଓ ପୋଷ୍ଟ କରିଛି। ବିସିସିଆଇ ଏଥିରେ ଲେଖିଛି ଯେ ନିଜ କୋଚିଂ ଗ୍ଲୋଭସ୍ ପ୍ରସ୍ତୁତ ରଖୁଛନ୍ତି ରାହୁଲ୍। ଏହି ଭିଡିଓରୁ ସ୍ପଷ୍ଟ […]

rahul

Ranjit Kumar Jena
  • Published: Thursday, 23 January 2020
  • , Updated: 23 January 2020, 08:23 PM IST

ଅକଲ୍ୟାଣ୍ଡ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ମ୍ୟାଚ୍ ପୂର୍ବଦିନ ଅର୍ଥାତ୍ ଗୁରୁବାର ଭାରତୀୟ ଟିମ୍ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ଅଭ୍ୟାସ ସେସନରେ ଲୋକେଶ ରାହୁଲଙ୍କୁ ୱିକେଟକିପିଙ୍ଗ୍ କରୁଥିବାର ଦେଖିବାକୁ ମିଳିଛି। ବିସିସିଆଇ ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ରାହୁଲଙ୍କର କିପିଙ୍ଗ୍ କରୁଥିବାର ଭିଡିଓ ପୋଷ୍ଟ କରିଛି। ବିସିସିଆଇ ଏଥିରେ ଲେଖିଛି ଯେ ନିଜ କୋଚିଂ ଗ୍ଲୋଭସ୍ ପ୍ରସ୍ତୁତ ରଖୁଛନ୍ତି ରାହୁଲ୍।

ଏହି ଭିଡିଓରୁ ସ୍ପଷ୍ଟ ହୋଇଛି ରାହୁଲ ଏବେ ଦିନିକିଆ ଭଳି ଟି-୨୦ରେ ମଧ୍ୟ ୱିକେଟକିପିଙ୍ଗ୍ କରିବେ। ଏହା ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ରାହୁଲଙ୍କୁ ନିୟମିତ ୱିକେଟକିପିଙ୍ଗ୍ କରିବା ନେଇ ସଙ୍କେତ ଦେଇସାରିଛନ୍ତି। ଯଦି ରାହୁଲ୍ ଟି-୨୦ରେ ୱିକେଟକିପର ଭୂମିକା ତୁଲାଇବେ, ତାହେଲେ ଋଷଭ ପନ୍ତଙ୍କ ପତା କଟିବା ଏକ ପ୍ରକାର ନିଶ୍ଚିତ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ପନ୍ତଙ୍କ ଅନୁପସ୍ଥିତିରେ ରାହୁଲ୍ ୱିକେଟ୍ ପଛରେ ନିଜ ଭୂମିକାକୁ ସୁଚାରୁରୂପେ ତୁଲାଇଥିଲେ।


ଅନ୍ୟପକ୍ଷରେ ଶିଖର ଧୱନଙ୍କ ସ୍ଥାନରେ ଟିମରେ ସାମିଲ୍ ହୋଇଥିବା ସଞ୍ଜୁ ସାମସନଙ୍କୁ ମଧ୍ୟ ସୁଯୋଗ ମିଳିବାର ସମ୍ଭାବନା କମ୍। ମ୍ୟାଚ୍ ପୂର୍ବରୁ କୋହଲି କହିଥିଲେ, ଆମେ ରାଜକୋଟରେ ଆମେ ଯାହା କରିଥିଲୁ, ଦିନିକିଆରେ ଠିକ୍ ସେୟା କରିବୁ ଏବଂ ରାହୁଲଙ୍କୁ ଆମେ ପଞ୍ଚମ ସ୍ଥାନରେ ସୁଯୋଗ ଦେବୁ।

ଟି-୨୦ରେ ସବୁକିଛି ଶୀଘ୍ର ବଦଳିଯାଏ ଏବଂ ଏଥିପାଇଁ ଆମେ ରାହୁଲଙ୍କୁ ଶୀର୍ଷକ୍ରମରେ ବ୍ୟାଟିଂ କରିବାକୁ ସୁଯୋଗ ଦେବୁ। ସେ ଉଭୟ ୱିକେଟକିପିଙ୍ଗ୍ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଛନ୍ତି। ତାଙ୍କ ଉପସ୍ଥିତି ଦ୍ୱାରା ଟିମରେ ସ୍ଥିରତା ମଧ୍ୟ ଆସିଛି। ଆଗାମୀ ଦିନରେ ଆମେ ତାଙ୍କୁ ନିୟମିତ ସୁଯୋଗ ଦେବୁ ବୋଲି କୋହଲି କହିଛନ୍ତି।

Related story