ଟି-୨୦ରେ ରାହୁଲଙ୍କ ହଜାରେ ରନ୍ ପୂରଣ

ହାଇଦ୍ରାବାଦ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଅନ୍ତର୍ଜାତୀୟ ଟି-୨୦ରେ ୧ହଜାର ରନ୍ ପୂରଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ରେ ରାହୁଲ୍ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ରାହୁଲ୍ ୯୭୪ ରନ୍ କରିଥିଲେ। କିନ୍ତୁ ଆଜି ସେ ନିଜ ସ୍କୋରରେ ଆଉ ୨୬ ରନ୍ ଯୋଡ଼ି ୧ହଜାର ରନର ଏଲିଟ୍ କ୍ଲବରେ ସାମିଲ୍ ହୋଇଛନ୍ତି। ରାହୁଲ୍ ନିଜର ୩୩ତମ ମ୍ୟାଚର ୨୯ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ତେବେ […]

RAHUL

Ranjit Kumar Jena
  • Published: Friday, 06 December 2019
  • , Updated: 06 December 2019, 09:54 PM IST

ହାଇଦ୍ରାବାଦ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଅନ୍ତର୍ଜାତୀୟ ଟି-୨୦ରେ ୧ହଜାର ରନ୍ ପୂରଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ରେ ରାହୁଲ୍ ଏହି ଉପଲବ୍ଧି ହାସଲ କରିଛନ୍ତି।

ଏହି ମ୍ୟାଚ୍ ପୂର୍ବରୁ ରାହୁଲ୍ ୯୭୪ ରନ୍ କରିଥିଲେ। କିନ୍ତୁ ଆଜି ସେ ନିଜ ସ୍କୋରରେ ଆଉ ୨୬ ରନ୍ ଯୋଡ଼ି ୧ହଜାର ରନର ଏଲିଟ୍ କ୍ଲବରେ ସାମିଲ୍ ହୋଇଛନ୍ତି। ରାହୁଲ୍ ନିଜର ୩୩ତମ ମ୍ୟାଚର ୨୯ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି।

ତେବେ ଟି-୨୦ରେ ଦ୍ରୁତ ୧ହଜାର ରନ୍ କରିବାରେ ପାକିସ୍ତାନ ବାବର ଆଜମ ଆଗରେ ରହିଛନ୍ତି। ବାବର ମାତ୍ର ୨୬ ଇନିଂସରେ ଏହି କାରନାମା କରିଥିବା ବେଳେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ୨୭ ଇନିଂସରେ ୧ହଜାର ରନ୍ କରିଥିଲେ।

Related story