ଅନୁଷ୍କାଙ୍କୁ ସ୍ନେହରେ କ’ଣ ଡାକନ୍ତି ବିରାଟ?

ମୁମ୍ୱାଇ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭିତରେ ଥିବା ପ୍ରେମ ସମ୍ପର୍କ କାହାକୁ ବା ଅଜଣା। କିନ୍ତୁ ଅନୁଷ୍କା ନିଜ ରିଲେସନସିପ୍‌କୁ ସବୁବେଳେ ଗୋପନ ରଖିବାକୁ ଚାହୁଁଥିବା ବେଳେ ବିରାଟ କିନ୍ତୁ ଟିକେ ଭିନ୍ନ। ଅନୁଷ୍କାଙ୍କୁ ପ୍ରଶଂସା କରିବାର କୌଣସି ମଉକା ସେ ଛାଡ଼ନ୍ତିନି। ଅନୁଷ୍କାଙ୍କ ସହ ଜଡ଼ିତ ରୋଚକ କଥା ସେ ତାଙ୍କ ଫ୍ୟାନ୍‌ମାନଙ୍କ ଆଗରେ କେବେ କେବେ କହି ଦିଅନ୍ତି। ଏଥରବି ବିରାଟ ଏମିତି କିଛି କରିଛନ୍ତି। ଅନୁଷ୍କାଙ୍କୁ ସ୍ନେହରେ ସେ ଡାକୁଥିବା ନାଁକୁ ନେଇ କିଛି ଖୁଲାସା କରିଛନ୍ତି।

ଜି ଟିଭି ଦୀପାବଳି ଅବସରରେ ଏକ ନୂଆ ସୋ ନେଇ ଆସୁଛି। ଏହି ସୋରେ ସେଲିବ୍ରେଟିମାନଙ୍କୁ ସେମାନଙ୍କ ନିଜ ବିଷୟରେ କିଛି ଅଜଣା କଥା ଫ୍ୟାନ୍‌ଙ୍କ ସହ ସେୟାର କରିବାର ଦେଖିବାକୁ ମିଳିବ। ପ୍ରଥମ ଏପିସୋଡରେ ନଜର ଆସିବେ ବିରାଟ କୋହଲି ଏବଂ ଅମିର ଖାନ୍।

ଚ୍ୟାନେଲ୍‌ ଏହି ଏପିସୋଡର ପ୍ରମୋ ଟ୍ୱିଟରରେ ସେୟାର କରିଛି। ଏଥିରେ ବିରାଟ କହୁଛନ୍ତି “ନୁଷ୍କି ବହୁତ ଅନେଷ୍ଟ”। ନୁଷ୍କି ଅର୍ଥାତ ବିରାଟ ଅନୁଷ୍କାଙ୍କୁ ନୁଷ୍କି କହି ଡାକୁଛନ୍ତି। ଏଥିସହ ସେ ପ୍ରଥମ ଥର ପ୍ରେମରେ ପଡିଥିବାର ମଧ୍ୟ କହିଛନ୍ତି। ସେ ଅନୁଷ୍କାଙ୍କର କିଛି ଭଲ ଓ ଖରାପ ଗୁଣ ବିଷୟରେ ମଧ୍ୟ କହିଛନ୍ତି। ଅନୁଷ୍କାଙ୍କର କେୟାର କରିବା ଗୁଣଟି ତାଙ୍କର ବଦୁତ ପସନ୍ଦ। ଅନୁଷ୍କା ସବୁବେଳେ ୫-୭ ମିନିଟ୍ ଲେଟ୍‌ରେ ଆସନ୍ତି। ସେଇ ଗୁଣଟି ତାଙ୍କୁ ନାପସନ୍ଦ ବୋଲି ବିରାଟ କହିଛନ୍ତି। ଏହି ଏପିସୋଡ୍‌ ଅକ୍‌ଟୋବର ୧୫ ତାରିଖରେ ଅର୍ଥାତ ଆସନ୍ତାକାଲି ଦିନ ୧୨ଟାରେ ପ୍ରସାରିତ ହେବ।