ନାଗପୁର ଟେଷ୍ଟରେ ଏମିତ କଣ ହେଲା, ଯାହା ଉପସ୍ଥିତ ଦର୍ଶକଙ୍କୁ ହସାଇ ହସାଇ ବେଦମ କଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନାଗପୁର ଠାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଶ୍ରୀଲଙ୍କା ୨୦୫ ରନରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟିଂ କରୁଥିବା ବେଳେ ଏପରି ଏକ ଦୃଶ୍ୟ ଯାହା ଆପଣଙ୍କ ହସକୁ ଅଟକାଇ ପାରିବ ନାହିଁ। ମ୍ୟାଚର ୬୧ତମ ଓଭରରେ ଜାଡେଜା ବୋଲିଂ କରୁଥିଲେ। ଏହି ସମୟରେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍‌ ଡିକ୍‌ୱେଲା ଆଗକୁ ଆସି ବଡ ସଟ୍‌ ଖେଳିବାକୁ ଚାହିଁଥିଲେ। ହେଲେ ବ୍ୟାଟ୍‌ରେ ବଲ ଠିକ୍‌ରେ […]

front-pic_15115321071

front-pic_15115321071

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 06:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନାଗପୁର ଠାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଶ୍ରୀଲଙ୍କା ୨୦୫ ରନରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟିଂ କରୁଥିବା ବେଳେ ଏପରି ଏକ ଦୃଶ୍ୟ ଯାହା ଆପଣଙ୍କ ହସକୁ ଅଟକାଇ ପାରିବ ନାହିଁ।

ମ୍ୟାଚର ୬୧ତମ ଓଭରରେ ଜାଡେଜା ବୋଲିଂ କରୁଥିଲେ। ଏହି ସମୟରେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍‌ ଡିକ୍‌ୱେଲା ଆଗକୁ ଆସି ବଡ ସଟ୍‌ ଖେଳିବାକୁ ଚାହିଁଥିଲେ। ହେଲେ ବ୍ୟାଟ୍‌ରେ ବଲ ଠିକ୍‌ରେ ସଂଯୋଗ ନହେବାରୁ ମିଡ୍‌ ଅଫ୍‌ରେ ଫିଲ୍ଡିଂ କରୁଥିବା ଇଶାନ୍ତ ଶର୍ମାଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଯାଇଥିଲେ। ଏଭଳି ସଟ୍‌ ଖେଳିଥିବାରୁ ମୁଣ୍ଡରେ ହାତ ରଖି ନିଜ ଭୁଲ୍‌କୁ ସ୍ୱୀକାର କରିଥିଲେ ଡିକ୍‌ୱେଲା।

ଅନ୍ୟପଟେ ଇଶାନ୍ତ ଶର୍ମା ଏହି କ୍ୟାଚ୍‌ ଧରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଖୁସିରେ ଡ୍ୟାନ୍ସ କରିବାକୁ ବି ପଛାଇନଥିଲେ। ଡିକ୍‌ୱେଲା ଯେବେ ଆଉଟ୍‌ ହୋଇଥିଲେ ସେତେବେଳେ ଶ୍ରୀଲଙ୍କାର ସ୍କୋର୍‌ ୫ୱିକେଟ୍‌ରେ ୧୬୦ ରନ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos