କୋହଲି ଖସିଲେ, ଧୋନି ଉଠିଲେ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ଅନ୍ୟ ପକ୍ଷରେ ନିକଟରେ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟିରୁ ଅଧିନାୟକ ପଦ ଛାଡ଼ି ଥିବା ମହେନ୍ଦ୍ର ସିଂହ ଧୋନି ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ରୋହିତ ଶର୍ମା ତିନିଟି ସ୍ଥାନ ତଳକୁ ଖସି ୧୨ତମ ସ୍ଥାନରେ ରହିଛନ୍ତି। ଶିଖର ଧାୱନ ଇଂଲଣ୍ଡର ଜୋଶ୍ ବଟ୍‌ଲରଙ୍କ ସହିତ ମିଳିତ ଭାବେ ୧୪ତମ ସ୍ଥାନରେ ରହିଛନ୍ତି। ଆଇସିସି […]

dhoni

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 05:49 PM IST

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ଅନ୍ୟ ପକ୍ଷରେ ନିକଟରେ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟିରୁ ଅଧିନାୟକ ପଦ ଛାଡ଼ି ଥିବା ମହେନ୍ଦ୍ର ସିଂହ ଧୋନି ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ରୋହିତ ଶର୍ମା ତିନିଟି ସ୍ଥାନ ତଳକୁ ଖସି ୧୨ତମ ସ୍ଥାନରେ ରହିଛନ୍ତି। ଶିଖର ଧାୱନ ଇଂଲଣ୍ଡର ଜୋଶ୍ ବଟ୍‌ଲରଙ୍କ ସହିତ ମିଳିତ ଭାବେ ୧୪ତମ ସ୍ଥାନରେ ରହିଛନ୍ତି।

ଆଇସିସି ଦିନିକିଆ ବୋଲର ମାନ୍ୟତାର ଶ୍ରେଷ୍ଠ ୧୦ଟି ସ୍ଥାନରେ ଭାରତର କୌଣସି ବୋଲର ସ୍ଥାନ ପାଇ ନାହାନ୍ତି। ଅକ୍ସର ପଟେଲ ୧୨ତମ ସ୍ଥାନରେ ରହିଛନ୍ତି। ସେ ୩ଟି ସ୍ଥାନ ତଳକୁ ଖସିଛନ୍ତି। ଅମିତ ମିଶ୍ର ଯୁଗ୍ମ ଭାବେ ୧୪ତମ ସ୍ଥାନରେ ରହିଛନ୍ତି।

ଦିନିକିଆରେ ଭାରତୀୟ ଦଳ ତୃତୀୟ ସ୍ଥାନ ବଜାୟ ରଖିଛି।

ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତାର ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି ଅଷ୍ଟ୍ରେଲିଆର ଡାଭିଡ ୱାରର୍ଣ୍ଣର। ସେ ପ୍ରଥମ ଥର ପାଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

Related story