କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା

ପୁନେ: ଧୀମା ଓଭର ଯୋଗୁଁ ଦଣ୍ଡିତ ହୋଇଛନ୍ତି ରୋୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି। ୧୨ ଲକ୍ଷ ଟଙ୍କାର ଜୋରିମାନା ଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଇପିଏଲ୍ ପରିଚାଳନା କର୍ତ୍ତୃପକ୍ଷ। ଗତକାଲି ରାଇଜିଂ ପୁନେ ସୁପରଜାଏଣ୍ଟସ ବିପକ୍ଷ ମ୍ୟାଚ୍‌ରେ ଧୀମା ଓଭର ଯୋଗୁଁ କୋହଲିଙ୍କ ଉପରେ ଜୋରିମାନା ଦଣ୍ଡାଦେଶ ହୋଇଛି। ଆଇପିଏଲ୍ ପକ୍ଷରୁ କୁହାଯାଇଛି,“ଆଇପିଏଲ୍‌ର ଆଚରଣ ବିଧି ଅନୁଯାୟୀ କୋହଲିଙ୍କୁ ଦଣ୍ଡିତ କରାଯାଇଛି। ୧୨ ଲକ୍ଷ ଟଙ୍କା ଜୋରିମାନା ଭାବେ ଦେବା ପାଇଁ ତାଙ୍କୁ […]

virat

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 10:57 AM IST

ପୁନେ: ଧୀମା ଓଭର ଯୋଗୁଁ ଦଣ୍ଡିତ ହୋଇଛନ୍ତି ରୋୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି। ୧୨ ଲକ୍ଷ ଟଙ୍କାର ଜୋରିମାନା ଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଇପିଏଲ୍ ପରିଚାଳନା କର୍ତ୍ତୃପକ୍ଷ।

ଗତକାଲି ରାଇଜିଂ ପୁନେ ସୁପରଜାଏଣ୍ଟସ ବିପକ୍ଷ ମ୍ୟାଚ୍‌ରେ ଧୀମା ଓଭର ଯୋଗୁଁ କୋହଲିଙ୍କ ଉପରେ ଜୋରିମାନା ଦଣ୍ଡାଦେଶ ହୋଇଛି।

ଆଇପିଏଲ୍ ପକ୍ଷରୁ କୁହାଯାଇଛି,“ଆଇପିଏଲ୍‌ର ଆଚରଣ ବିଧି ଅନୁଯାୟୀ କୋହଲିଙ୍କୁ ଦଣ୍ଡିତ କରାଯାଇଛି। ୧୨ ଲକ୍ଷ ଟଙ୍କା ଜୋରିମାନା ଭାବେ ଦେବା ପାଇଁ ତାଙ୍କୁ କୁହାଯାଇଛି।”

ଗତକାଲି କୋହଲିଙ୍କ ଦଳ ପୁନେ ରାଇଜିଂ ପୁନେ ସୁପରଜାଏଣ୍ଟସକୁ ୧୩ ରନ୍‌ରେ ହରାଇଥିଲା। କୋହଲିଙ୍କ ୮୦ ରନ୍ ଓ ଡି’ ଭିଲିୟର୍ସଙ୍କ ୮୩ ରନ୍ ବଳରେ ବାଙ୍ଗାଲୋର ୫ ୱିକେଟ୍ ହରାଇ ୧୮୫ ରନ୍ କରି ଥିଲା। ତେବେ ବାଙ୍ଗାଲୋରର ବୋଲରମାନେ ପୁନେକୁ ୧୭୨ ରନ୍‌ରେ ଅଟକାଇ ଦେଇଥିଲେ। ପୁନେ ୮ଟି ୱିକେଟ୍ ହରାଇ ଥିଲା।

Related story