ଜାଣନ୍ତୁ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ ସମୟରେ ରୋହିତଙ୍କୁ କ'ଣ ପାଇଁ ଆଲିଙ୍ଗନ କରିଥିଲେ କୋହଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥିରୁଅନନ୍ତପୁରମ ଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌କୁ ଭାରତ ୬ ରନରେ ଜିତି ସିରିଜ କବ୍‌ଜା କରିନେଇଛି। ହେଲେ ଏହି ମ୍ୟାଚ୍‌ରେ ବ୍ୟାଟିଂରେ ଫେଲ୍‌ ମାରିଥିବା ରୋହିତ ଶର୍ମା ଫିଲ୍ଡିଂରେ କିନ୍ତୁ କମାଲ ଦେଖାଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୬୭ ରନ କରିଥିଲା। ୬୮ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ପାଇଁ ସହଜ ଲାଗୁଥିଲେ ମଧ୍ୟ ଭାରତୀୟ ଖେଳାଳିଙ୍କ ଆକର୍ଷଣୀୟ ବୋଲିଂ  ଓ […]

17_1510094810

17_1510094810

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 06:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥିରୁଅନନ୍ତପୁରମ ଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌କୁ ଭାରତ ୬ ରନରେ ଜିତି ସିରିଜ କବ୍‌ଜା କରିନେଇଛି। ହେଲେ ଏହି ମ୍ୟାଚ୍‌ରେ ବ୍ୟାଟିଂରେ ଫେଲ୍‌ ମାରିଥିବା ରୋହିତ ଶର୍ମା ଫିଲ୍ଡିଂରେ କିନ୍ତୁ କମାଲ ଦେଖାଇଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୬୭ ରନ କରିଥିଲା। ୬୮ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ପାଇଁ ସହଜ ଲାଗୁଥିଲେ ମଧ୍ୟ ଭାରତୀୟ ଖେଳାଳିଙ୍କ ଆକର୍ଷଣୀୟ ବୋଲିଂ  ଓ ଫିଲ୍ଡିଂ ବଳରେ ମ୍ୟାଚ୍‌କୁ କବ୍‌ଜା କରିବା ସମ୍ଭବ ହୋଇଥିଲା। ପ୍ରଥମରୁ ହିଁ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ପ୍ରଥମ ଓଭରରେ ମାର୍ଟିନ ଗୁପଟିଲ୍‌ଙ୍କ ୱିକେଟ୍‌ ହରାଇଥିଲା ନ୍ୟୁଜିଲାଣ୍ଡ। ଏହାପରେ ଦ୍ୱିତୀୟ ଓଭରକୁ ବୁମ୍‌ରା ବୋଲିଂ କରିଥିଲେ। ଏହି ଓଭରର ତୃତୀୟ ବଲରେ ନ୍ୟୁଜିଲାଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ କୋଲିନ୍‌ ମୁନ୍‌ରୋ ଏକ ବଡ୍‌ ସଟ୍‌ ଖେଳିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏହାକୁ ଡ୍ରାଇଭ୍‌ ଲଗାଇ କ୍ୟାଚ୍‌ କରିନେଇଥିଲେ ରୋହିତ। ଏକ କଷ୍ଟକର କ୍ୟାଚ୍‌ ହୋଇଥିଲେ ମଧ୍ୟ ରୋହିତ ମୁନ୍‌ରୋଙ୍କ କ୍ୟାଚ୍‌ ଧରି ଭାରତର ବିଜୟକୁ ସହଜ କରାଇଥିଲେ। କାରଣ ପୂର୍ବ ମ୍ୟାଚ୍‌ରେ ମୁନ୍‌ରୋ ଏକ ବିସ୍ଫୋରକ ଶତକ ହାସଲ କରିଥିଲେ। ତେଣୁ ରୋହିତଙ୍କର ଏହି କ୍ୟାଚ୍‌ ପାଇଁ ଅଧିନାୟକ କୋହଲି ତାଙ୍କୁ ଖୁସିରେ ଆଲିଙ୍ଗନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos