ୱିଜଡେନ୍ ଟି-୨୦ ଟିମରେ କୋହଲି ଓ ବୁମ୍ରା

ନୂଆଦିଲ୍ଲୀ: ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ୱିଜଡେନ୍ ତା’ର ଦଶନ୍ଧିର ଟି-୨୦ ଅନ୍ତର୍ଜାତୀୟ ଟିମରେ ସାମିଲ୍ କରିଛି। କୋହଲିଙ୍କ ବ୍ୟତୀତ ଏହି ସ୍କ୍ୱାଡରେ ଭାରତର ସ୍ପିଡଷ୍ଟାର୍ ଯଶପ୍ରୀତ ବୁମ୍ରା ମଧ୍ୟ ସ୍ଥାନ ପାଇଛନ୍ତି। ତେବେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଓ ଓପ୍ନର ରୋହିତ୍ ଶର୍ମାଙ୍କୁ ଏହି ଟିମରେ ସାମିଲ୍ କରାଯାଇନାହିଁ। କୋହଲିଙ୍କ ସମ୍ବନ୍ଧରେ ୱିଜଡେନ୍ ପକ୍ଷରୁ କୁହାଯାଇଛି ଯେ, “କୋହଲିଙ୍କର ଘରୋଇ ଟି-୨୦ ରେକର୍ଡରେ ସ୍ଥିରତା […]

bumrah

bumrah

Ranjit Kumar Jena
  • Published: Monday, 30 December 2019
  • Updated: 30 December 2019, 08:47 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ୱିଜଡେନ୍ ତା'ର ଦଶନ୍ଧିର ଟି-୨୦ ଅନ୍ତର୍ଜାତୀୟ ଟିମରେ ସାମିଲ୍ କରିଛି। କୋହଲିଙ୍କ ବ୍ୟତୀତ ଏହି ସ୍କ୍ୱାଡରେ ଭାରତର ସ୍ପିଡଷ୍ଟାର୍ ଯଶପ୍ରୀତ ବୁମ୍ରା ମଧ୍ୟ ସ୍ଥାନ ପାଇଛନ୍ତି। ତେବେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଓ ଓପ୍ନର ରୋହିତ୍ ଶର୍ମାଙ୍କୁ ଏହି ଟିମରେ ସାମିଲ୍ କରାଯାଇନାହିଁ।

କୋହଲିଙ୍କ ସମ୍ବନ୍ଧରେ ୱିଜଡେନ୍ ପକ୍ଷରୁ କୁହାଯାଇଛି ଯେ, "କୋହଲିଙ୍କର ଘରୋଇ ଟି-୨୦ ରେକର୍ଡରେ ସ୍ଥିରତା ରହିନାହିଁ, କିନ୍ତୁ ଅନ୍ତର୍ଜାତୀୟ ଟି-୨୦ରେ ତାଙ୍କ ପ୍ରଦର୍ଶନ ବେଶ୍ ଉନ୍ନତ। କୋହଲିଙ୍କ ଆଭରେଜ୍ ୫୩ ରହିଛି, ଯାହା ଦଶନ୍ଧିର ସର୍ବଶ୍ରେଷ୍ଠ। ପେସ୍ ଏବଂ ସ୍ପିନ୍ ବୋଲିଂ ଆଗରେ ଦୃଢ଼ତା ଏବଂ ୱିକେଟ୍ ମଝିରେ ଦ୍ରୁତ ଗତିରେ ଦୌଡ଼ିବା କାରଣରୁ କୋହଲି ତୃତୀୟ ସ୍ଥାନ ପାଇଁ ସବୁଠାରୁ ଆଦର୍ଶ ଖେଳାଳି। ଶୀଘ୍ର ୱିକେଟ୍ ପତନ ପରେ ତୀକ୍ଷ୍ଣ ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିବାର ଦକ୍ଷତା ତାଙ୍କ ପାଖରେ ରହିଛି ଏବଂ ଏହାସହ ସେ ମଧ୍ୟ ଦ୍ରୁତ ରନ୍ ମଧ୍ୟ ସଂଗ୍ରହ କରିପାରନ୍ତି। ଯଦି ପ୍ରଥମ ୱିକେଟ୍ ପାଇଁ ବଡ଼ ଭାଗୀଦାରୀ ହୁଏ, ତାହେଲେ କୋହଲି ବ୍ୟାଟିଂକ୍ରମରେ ନିମ୍ନରେ ବ୍ୟାଟିଂ କରିବାକୁ ଆସିବେ।"

କିଛିଦିନ ତଳେ କୋହଲିଙ୍କୁ ୱିଜଡେନ୍ ତା'ର ଦଶନ୍ଧିର ଶ୍ରେଷ୍ଠ ପାଞ୍ଚଜଣ ଖେଳାଳିଙ୍କ ମଧ୍ୟରେ ସାମିଲ୍ କରିଥିଲା। ଏଥିରେ ଷ୍ଟିଭ୍ ସ୍ମିଥ୍‌, ଡେଲ୍ ଷ୍ଟେନ୍‌, ଏବି ଡି'ଭିଲିୟର୍ସ ଏବଂ ଏଲିସ୍ ପେରୀ ସାମିଲ୍ ଥିଲେ। କୋହଲିଙ୍କ ବ୍ୟତୀତ ଭାରତର ବୁମ୍ରାଙ୍କୁ ଦମଦାର 'ଇକୋନମୀ' ରେଟ୍ ଏବଂ ଡେଥ୍ ଓଭରରେ ଚମତ୍କାର ବୋଲିଂ କାରଣରୁ ଟି-୨୦ ଅନ୍ତିମ ଏକାଦଶରେ ସାମିଲ୍ କରାଯାଇଛି।

ବୁମ୍ରାଙ୍କ ସମ୍ବନ୍ଧରେ କୁହାଯାଇଛି ଯେ, "ବୁମ୍ରାଙ୍କର ଓଭରଅଲ୍ ଇନୋନମୀ ରେଟ୍ ୬.୭୧ ରହିଛି, ଯାହା ବିଶ୍ୱର କୌଣସି ବୋଲରଙ୍କ ମଧ୍ୟରେ ଡେଲ୍ ଷ୍ଟେନଙ୍କ ପରେ ଦ୍ୱିତୀୟ ସର୍ବଶ୍ରେଷ୍ଠ। ଡେଥ୍ ଓଭରରେ ବୁମ୍ରାଙ୍କ ଇକୋନମୀ ୭.୨୭ ରହିଛି, ଯାହା ବିଶ୍ୱର ସପ୍ତମ ସର୍ବଶ୍ରେଷ୍ଠ ଏବଂ ପେସ୍ ବୋଲରଙ୍କ ମଧ୍ୟ ସର୍ବଶ୍ରେଷ୍ଠ। ବୁମ୍ରା ନିଜ ଟିମ୍ ପାଇଁ ଡେଥ୍ ଓଭରରେ ତିନି ଓଭର୍ ପକାନ୍ତି।"

ଅଷ୍ଟ୍ରେଲିଆର ସୀମିତ ଓଭର କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କୁ ଟିମର କ୍ୟାପଟେନ୍ କରାଯାଇଛି, ଯେଉଁଥିରେ ଦୁଇ ଅନ୍ୟ ଅଷ୍ଟ୍ରେଲୀୟ ଯଥା ଶେନ୍ ୱାଟସନ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍‌, ଇଂଲଣ୍ଡର ଜୋସ ବଟଲର ଏବଂ ଡେଭିଡ୍ ୱିଲୀ, ଆଫଗାନିସ୍ତାନର ଅଲରାଉଣ୍ଡର ମହମ୍ମଦ ନବି ଓ ରଶିଦ୍ ଖାନ୍‌, ନ୍ୟୁଜିଲ୍ୟାଣ୍ଡର କଲିନ୍ ମୁନରୋ ଏବଂ ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା ସାମିଲ୍ ଅଛନ୍ତି।

ୱିଜଡେନ୍ ଟି-୨୦ ସ୍କ୍ୱାଡ୍‌: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), କଲିନ୍ ମୁନରୋ, ବିରାଟ୍ କୋହଲି, ଶେନ୍ ୱାଟସନ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଜୋସ୍ ବଟଲର୍‌, ମହମ୍ମଦ ନବି, ଡେଭିଡ୍ ୱିଲୀ, ରଶିଦ୍ ଖାନ୍‌, ଯଶପ୍ରୀତ ବୁମ୍ରା, ଲସିଥ୍ ମାଲିଙ୍ଗା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story