ଆଇସିସି ଦିନିକିଆରେ ବିରାଟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌: ଟପ୍‌-୧୦ ବୋଲିଂରେ କୌଣସି ଭାରତୀୟ ନାହାଁନ୍ତି

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଭାରତୀୟ ଅଧିନାୟକ ବିରାଟ କୋହଲି ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାରେ ଶ୍ରୀର୍ଷରେ ରହିଛନ୍ତି। ୮୭୩ ପଏଣ୍ଟ ସହ କୋହଲି ପ୍ରଥମ ସ୍ଥାନରେ ଥିବା ବେଳେ ୮୬୧ ପଏଣ୍ଟ ସହ ଅଷ୍ଟ୍ରେଲିଆ ଖେଳାଳି ଡେଭିଡ୍ ୱର୍ନର୍ ଦ୍ୱିତୀୟ ଓ ୮୪୭ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଖେଳାଳି ଏବି ଡିଭିଲିୟର୍ସ ତୃତୀୟ ସ୍ଥାନରେ ରହିଛନ୍ତି। ଏହାସହ ଏବେ ବିରାଟ୍‌ କୋହଲିଙ୍କ ପାଇଁ ଆଉ ଏକ୍‌ ସୁଯୋଗ ରହିଛି, ସେ ତାଙ୍କ ପଛରେ ଥିବା ପ୍ରତିଦ୍ୱନ୍ଦୀଙ୍କ […]

Virat-

Virat-

Rakesh Mallick
  • Published: Friday, 18 August 2017
  • Updated: 18 August 2017, 07:30 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଭାରତୀୟ ଅଧିନାୟକ ବିରାଟ କୋହଲି ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାରେ ଶ୍ରୀର୍ଷରେ ରହିଛନ୍ତି। ୮୭୩ ପଏଣ୍ଟ ସହ କୋହଲି ପ୍ରଥମ ସ୍ଥାନରେ ଥିବା ବେଳେ ୮୬୧ ପଏଣ୍ଟ ସହ ଅଷ୍ଟ୍ରେଲିଆ ଖେଳାଳି ଡେଭିଡ୍ ୱର୍ନର୍ ଦ୍ୱିତୀୟ ଓ ୮୪୭ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଖେଳାଳି ଏବି ଡିଭିଲିୟର୍ସ ତୃତୀୟ ସ୍ଥାନରେ ରହିଛନ୍ତି। ଏହାସହ ଏବେ ବିରାଟ୍‌ କୋହଲିଙ୍କ ପାଇଁ ଆଉ ଏକ୍‌ ସୁଯୋଗ ରହିଛି, ସେ ତାଙ୍କ ପଛରେ ଥିବା ପ୍ରତିଦ୍ୱନ୍ଦୀଙ୍କ ଠାରୁ ବହୁ ଆଗକୁ ଯିବାର। କାରଣ ୨୦ ତାରିଖ ଠାରୁ ଶ୍ରୀଲଙ୍କା ବିପକ୍ଷରେ ଭାରତ ୫ଟି ଦିନିକିଆ ମ୍ୟାଚ୍ ଖେଳିବ।

ସେପଟେ ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଏହି ଲିଷ୍ଟରେ ଏମ୍‌ଏସ୍‌ ଧୋନୀ ୧୨ ତମ ସ୍ଥାନରେ ରହିଥିବା ବେଳେ ଧାୱନ ୧୩ ତମ ଓ ରୋହିତ ଶର୍ମା ୧୪ ତମ ସ୍ଥାନରେ ରହିଛନ୍ତି। ଅନ୍ୟପଟେ କୌଣସି ଭାରତୀୟ ବୋଲର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇନାହାଁନ୍ତି। ଭୁବନେଶ୍ୱର କୁମାର ବୋଲିଂରେ ୧୩ ତମ ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ଟିମ୍‌ ଇଣ୍ଡିଆ ଦିନିକିଆରେ ୩ ନମ୍ବର ସ୍ଥାନରେ ରହିଛି। ଆଗାମୀ ଶ୍ରୀଲଙ୍କା ବିପକ୍ଷରେ ଭାରତ ଯଦି ୪-୧ରେ ସିରିଜ ଜିତିବ ତେବେ ୩ ନମ୍ବର ସ୍ଥାନ ସୁରକ୍ଷିତ ରଖିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos