କୋହଲି ‘ବିସିସିଆଇ କ୍ରିକେଟର୍ ଅଫ୍ ଦି ଇୟର’

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳ ଅଧିନାୟକ ବିରାଟ କୋହଲି ହୋଇଛନ୍ତି ‘ବିସିସିଆଇ କ୍ରିକେଟର୍ ଅଫ୍ ଦ ଇୟର’। ଗୁରୁବାର କରାଯାଇଛି ଏହି ଘୋଷଣା। ସେହିପରି ମିଥାଲି ରାଜଙ୍କୁ ମହିଳା ବର୍ଗରେ ‘କ୍ରିକେଟର ଅଫ୍ ଦ ଇୟର’ ପ୍ରଦାନ କରିବାକୁ ବିସିସିଆଇ ଘୋଷଣା କରିଛି। ଜାନୁଆରୀ ୫ ତାରିଖରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ। ଅଷ୍ଟ୍ରେଲିଆ ଗସ୍ତ ସମୟରେ ମହେନ୍ଦ୍ର ସିଂ ଧୋନୀ ହଠାତ୍ ଟେଷ୍ଟ୍ କ୍ରିକେଟରୁ ଅବସର ଘୋଷଣା କରିବା ପରେ କୋହଲିଙ୍କୁ […]

kohali

kohali

Rakesh Mallick
  • Published: Thursday, 31 December 2015
  • Updated: 31 December 2015, 11:59 AM IST

kohaliନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳ ଅଧିନାୟକ ବିରାଟ କୋହଲି ହୋଇଛନ୍ତି ‘ବିସିସିଆଇ କ୍ରିକେଟର୍ ଅଫ୍ ଦ ଇୟର’। ଗୁରୁବାର କରାଯାଇଛି ଏହି ଘୋଷଣା। ସେହିପରି ମିଥାଲି ରାଜଙ୍କୁ ମହିଳା ବର୍ଗରେ ‘କ୍ରିକେଟର ଅଫ୍ ଦ ଇୟର’ ପ୍ରଦାନ କରିବାକୁ ବିସିସିଆଇ ଘୋଷଣା କରିଛି। ଜାନୁଆରୀ ୫ ତାରିଖରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଅଷ୍ଟ୍ରେଲିଆ ଗସ୍ତ ସମୟରେ ମହେନ୍ଦ୍ର ସିଂ ଧୋନୀ ହଠାତ୍ ଟେଷ୍ଟ୍ କ୍ରିକେଟରୁ ଅବସର ଘୋଷଣା କରିବା ପରେ କୋହଲିଙ୍କୁ ଅଧିନାୟକ କରାଯାଇଥିଲା। ଅଧିନାୟକ ଭାବେ କୋହଲି କିଛି ଭଲ ଫଳାଫଳ ଦେଇଛନ୍ତି। ତାଙ୍କରି ନେତୃତ୍ୱରେ ଭାରତୀୟ ଟେଷ୍ଟ୍ ଦଳ ୨୨ ବର୍ଷ ପରେ ଶ୍ରୀଲଙ୍କାକୁ ତାହାରି ମାଟିରେ ହରାଇଥିଲା। ପୁଣି ତାଙ୍କରି ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜକୁ ଭାରତ ୩-୦ରେ ଜିତି ଥିଲା। ବ୍ୟାଟିଂରେ ମଧ୍ୟ ସେ ଭଲ କରିଥିଲେ।  ୨୦୧୫ରେ ସେ ୧୫ଟି ଟେଷ୍ଟ୍ ଇନିଂସରୁ ୪୨.୬୭ ହାରରେ ୬୪୦ ରନ୍ କରି ସଂଗ୍ରହ କରିଛନ୍ତି। ସେହିଭଳି ୨୦ଟି ଦିନିକିଆ ମ୍ୟାଚରେ ସେ ୩୬.୬୫ ହାରରେ ୬୨୩ ରନ୍ ସଂଗ୍ରହ କରିଛନ୍ତି।

୫୦୦୦ ରନ୍ କରିବାରେ ମିଥାଲି ରାଜ ପ୍ରଥମ ଭାରତୀୟ ମହିଳା ବନିଛନ୍ତି। ପୁଣି ୫ ହଜାର ରନ୍ କରିବାରେ ସେ ବିଶ୍ୱରେ ଦ୍ୱିତୀୟ ମହିଳା। ସେ ଚଳିତ ବର୍ଷ ଏହି ଲକ୍ଷ୍ୟ ଛୁଇଁ ଥିଲେ। ଚଳିତ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ତାଙ୍କୁ ଏମ.ଏ ଚିଦାମ୍ବରମ ଟ୍ରଫି ପ୍ରଦାନ କରାଯିବ।

କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନକୁ ପ୍ରଦାନ କରାଯିବ ବର୍ଷ ଶ୍ରେଷ୍ଠ କ୍ରିକେଟ୍ ସଂଘ ପୁରସ୍କାର। ସେହିପରି କର୍ଣ୍ଣାଟକର ଅଲ-ରାଉଣ୍ଡର ରବିନ୍ ଉଥାପାଙ୍କୁ ମାଧବରାଓ ସିନ୍ଧିଆ ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ରଣଜୀ ଟ୍ରଫିରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଯୋଗୁଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେ ୧୧ଟି ମ୍ୟାଚରୁ ୫୦.୬୬ ହାରରେ ୯୧୨ ରନ୍ ସଂଗ୍ରହ କରିଥିଲେ।

ପୂର୍ବତନ ୱିକେଟ୍ କିପର ସଇଦ କିରମାନିଙ୍କୁ ସି.କେ ନାଇଡୁ ଲାଇଫଟାମ୍ ଆଚିଭମେଣ୍ଟ୍ ଆୱାର୍ଡ ପ୍ରଦାନ କରାଯିବ। ଏନେଇ ପୂର୍ବରୁ ଘୋଷଣା ହୋଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story