ସଚିନଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ହାତଛଡ଼ା କଲେ ବିରାଟ

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ୍‌ରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଗତକାଲି ଭାରତୀୟ ଦଳର ପ୍ରଥମ ଇନିଂସରେ ୩୦୭ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକାର ବୋଲରଙ୍କ ସମ୍ମୁଖରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ତିଷ୍ଠି ପାରିନଥିଲେ। କିନ୍ତୁ ଦଳକୁ ଲଜ୍ଜାଜନକ ସ୍ଥିତିରୁ ବଞ୍ଚାଇ ଦେଇଥିଲେ ଅଧିନାୟକ ବିରାଟ କୋହଲି। ସେ ୨୧୭ଟି ବଲ୍‌ରୁ ୧୫୩ ରନ୍ କରିଥିଲେ। ଏହା ସହିତ ସେ ଅଷ୍ଟ୍ରେଲିଆର ମହାନ କ୍ରିକେଟର ଡନ୍ ବ୍ରାଡ୍‌ମ୍ୟାନ୍‌ଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ଟେଷ୍ଟ […]

sachin

sachin

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 08:03 AM IST

Sports

Latest News

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ୍‌ରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଗତକାଲି ଭାରତୀୟ ଦଳର ପ୍ରଥମ ଇନିଂସରେ ୩୦୭ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକାର ବୋଲରଙ୍କ ସମ୍ମୁଖରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ତିଷ୍ଠି ପାରିନଥିଲେ। କିନ୍ତୁ ଦଳକୁ ଲଜ୍ଜାଜନକ ସ୍ଥିତିରୁ ବଞ୍ଚାଇ ଦେଇଥିଲେ ଅଧିନାୟକ ବିରାଟ କୋହଲି। ସେ ୨୧୭ଟି ବଲ୍‌ରୁ ୧୫୩ ରନ୍ କରିଥିଲେ। ଏହା ସହିତ ସେ ଅଷ୍ଟ୍ରେଲିଆର ମହାନ କ୍ରିକେଟର ଡନ୍ ବ୍ରାଡ୍‌ମ୍ୟାନ୍‌ଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ଟେଷ୍ଟ ଅଧିନାୟକ ଭାବେ ସେ ୮ ଥର ୧୫୦ରୁ ଅଧିକ ରନ୍‌ର ପାଳି ଖେଳିଥିବା ବେଳେ ଏବେ ବିରାଟ ତାଙ୍କ ସମକକ୍ଷ ହୋଇଛନ୍ତି। ତେବେ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ କାଟିବାରୁ ସେ ଅଳ୍ପ ଦୂରରେ ରହିଗଲେ।

ଯଦି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ କଥା କୁହାଯିବ ତା’ହେଲେ  ଦକ୍ଷିଣ ଆଫ୍ରିକାରେ ଗୋଟିଏ ଇନିଂସରେ ସବୁଠୁ ଅଧିକ ରନ୍ କରିବାର ରେକର୍ଡ ରହିଛି ସଚିନଙ୍କ ନାଁରେ। ଦକ୍ଷିଣ ଆଫ୍ରିକାରେ ସଚିନ୍ ଦୁଇ ଦୁଇଟି ବଡ଼ ଇନିଂସ ଖେଳିଛନ୍ତି। କେପ୍‌ ଟାଉନ୍‌ରେ ସେ ୧୬୯ ରନ୍‌ର ଏକ ପାଳି ଖେଳିଥିଲେ। ସେହିପରି ଜୋହାନସବର୍ଗରେ ୧୫୫ ରନ୍‌ର ଏକ ପାଳି ଖେଳିଥିଲେ। ଗତକାଲି ୧୫୩ ରନ୍ କରିଥିବା ବିରାଟ ଦକ୍ଷିଣ ଆଫ୍ରିକାରେ ସବୁଠୁ ଅଧିକ ରନ୍ କରିବାରେ ଚେତେଶ୍ୱର ପୂଜାରାଙ୍କ ସହ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ସଚିନ କେପ୍‌ଟାଉନ୍‌ରେ ଅଧିନାୟକ ଭାବେ ୧୬୯ ରନ୍‌ର ପାଳି ଖେଳିଥିଲେ। ଗତକାଲି ଯଦି ବିରାଟ ୧୬୯ରୁ ଅଧିକ ରନ୍ କରି ଥାଆନ୍ତେ, ତା’ହେଲେ ଭାରତୀୟ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଇନିଂସରେ ସବୁଠୁ ଅଧିକ ରନ୍ କରିବାର ରେକର୍ଡ ହାସଲ କରି ଥାଆନ୍ତେ। ତେବେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟରେ ଶତକ ମାରିବାରେ ସେ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଭାରତୀୟ ଅଧିନାୟକ ବନି ଯାଇଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୩୩୫ ରନ୍ କରିଥିବା ବେଳେ ଭାରତ ୩୦୭ ରନ୍ କରିଛି। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୨ ୱିକେଟ୍ ହରାଇ ୯୦ ରନ୍ କରିଛି। ଆଜି ହେଉଛି ମ୍ୟାଚ୍‌ର ଚତୁର୍ଥ ଦିନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos